Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ଏବଂ ସିକ୍କିମରେ ପାକୟଙ୍ଗ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 23, 2018ରେ ଝାଡ଼ଖଣ୍ଡର ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ)ର ଶୁଭାରମ୍ଭ କରିବେ । ଏହି ଯୋଜନା ଅଧୀନରେ 10 କୋଟିରୁ ଉର୍ଦ୍ଧ୍ଵ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ପିଏମଜେଏୱାଇର ଏକ ପ୍ରଦର୍ଶନୀ ପରିଦର୍ଶନ କରିବେ । ହିତାଧିକାରୀ ଚିହ୍ନଟ ଏବଂ ଇ-କାର୍ଡ ପ୍ରସ୍ତୁତି ଭଳି କାର୍ଯ୍ୟକଳାପର ପ୍ରଦର୍ଶନକୁ ସେ ଅନୁଧ୍ୟାନ କରିବେ ।

ଏହି କାର୍ଯ୍ୟକ୍ରମରେ ଚାଇବାସା ଏବଂ କୁଦେର୍ମାରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେ 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିବେ । ଗାଙ୍ଗଟକ, ସିକ୍କିମ ଗସ୍ତ ପୂର୍ବରୁ ସେ ଏକ ଜନସଭାକୁ ସମ୍ବୋଧିତ କରିବେ ।

ସେପ୍ଟେମ୍ବର 24ରେ ପ୍ରଧାନମନ୍ତ୍ରୀ ପାକୟଙ୍ଗ ବିମାନ ବନ୍ଦରର ଉଦଘାଟନ କରିବେ, ଯାହା ସିକ୍କିମ ରାଜ୍ୟକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ଦେବ । ଏହି ବିମାନବନ୍ଦର ହିମାଳୟ ପାଦଦେଶରେ ଥିବା ରାଜ୍ୟରେ ଉତ୍ତମ ଯୋଗାଯୋଗ ପ୍ରତିଷ୍ଠା କରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ପାକୟଙ୍ଗ ବିମାନବନ୍ଦରରେ ପହଁଚିବା ପରେ ବିମାନବନ୍ଦର ଏବଂ ଟର୍ମିନାଲ କୋଠା ବିଷୟରେ ଅବଗତ ହେବେ । ପାକୟଙ୍ଗ ବିମାନବନ୍ଦରର ଉଦଘାଟନ ପାଇଁ ସେ ଫଳକ ଉନ୍ମୋଚନ କରିବେ । ଏହାପରେ ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେବେ ।

**********