ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିବା ସଫଳ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
“2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କଣ୍ଟିନଜେଣ୍ଟ ଉତ୍ତମ କ୍ରୀଡା ପ୍ରଦର୍ଶନ କରି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆମର ସମସ୍ତ ଖେଳାଳୀ ଭଲ ଖେଳ ଖେଳିବା ସହ ଉଚ୍ଚକୋଟୀର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଛନ୍ତି । ପଦକ ନେଇ ଆସୁଥିବା ସବୁ ଖେଳାଳୀଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ।
2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳୀ ଆମକୁ ପ୍ରେରଣା ଦେଉଛନ୍ତି । ସେମାନଙ୍କର ଜୀବନାଦର୍ଶ ଏକ ସମର୍ପିତ ସାମର୍ଥ୍ୟର ପରାକାଷ୍ଠା ପ୍ରଦର୍ଶନ କରୁଛି ଏବଂ ସେମାନଙ୍କଠାରେ କେବେ-ହାରିବି-ନାହିଁ ମନୋଭାବ ପ୍ରକଟ କରୁଛି ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡାରେ ସମସ୍ତ ପ୍ରତିଦ୍ୱନ୍ଦୀତାକୁ ଅତିକ୍ରମ କରି ସାଫଲ୍ୟର ଶୀର୍ଷ ସୋପାନରେ କ୍ରୀଡାବିତମାନଙ୍କୁ ପହଂଚାଇଛି ।
ଆଶାକରୁଛି 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସାଫଲ୍ୟ ଦେଶର ଅଧିକରୁ ଅଧିକ ଉଦୀୟମାନ ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ୟାରିଅର ପ୍ରତି ଅନୁପ୍ରେରୀତ କରିବ ଏବଂ ପ୍ରତ୍ୟେକଙ୍କୁ ନିଜ ନିଜ ଜୀବନରେ ସୁସ୍ଥ ଓ ସାମର୍ଥ୍ୟବାନ ହେବାର ଆବଶ୍ୟକତା ନେଇ ସଚେତନ କରାଇବ ।
ସରକାରଙ୍କ ପକ୍ଷରୁ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ମଜବୁତ କରିବା ଲାଗି ଯାହାକିଛି ସମ୍ଭବ କରାଯିବ,” ବୋଲି ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ ଜରିଆରେ କହିଛନ୍ତି ।
***
India's contingent at the 2018 Commonwealth Games has made every Indian extremely proud. All our sportspersons gave their best and played very well. I congratulate all those athletes who are bringing back medals. #GC2018
— Narendra Modi (@narendramodi) April 15, 2018
Every athlete who represented India at #GC2018 inspires us. Their life stories illustrate the power of dedication and a never-say-die attitude that made them overcome countless hurdles to attain the heights of success they did at the CWG.
— Narendra Modi (@narendramodi) April 15, 2018
I hope India’s success at #GC2018 motivates more youngsters to pursue sports and creates larger awareness on the importance of fitness in everyone’s lives.
— Narendra Modi (@narendramodi) April 15, 2018
On our part, we in the Government are doing everything possible to strengthen the #FitIndia movement.