ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ “ବିକଶିତ ଭାରତ” ର ଦର୍ଶନ ଉପସ୍ଥାପନ କରି ଉଭୟ ଗୃହକୁ ମାର୍ଗଦର୍ଶନ କରିଥିବାରୁ ରାଷ୍ଟ୍ରପତି ଜୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହାର ଉତ୍ତର ପ୍ରଦାନ ଆରମ୍ଭ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ନାଗରିକଙ୍କ ପାଇଁ ସ୍ଥାୟୀ ସମାଧାନ ଯୋଗାଇବା ଏବଂ ସେମାନଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଉଦ୍ଦେଶ୍ୟ । ସେ କହିଛନ୍ତି ଯେ ଲୋକଙ୍କ ସମସ୍ୟାର ସମାଧାନ କରିବା ପୂର୍ବ ସମୟରେ ସରକାରଙ୍କ ଦାୟିତ୍ୱ ଥିବାବେଳେ ସେମାନଙ୍କର ଭିନ୍ନ ପ୍ରାଥମିକତା ଏବଂ ଉଦ୍ଦେଶ୍ୟ ରହିଥିଲା । ସେ କହିଛନ୍ତି, ଆଜି ଆମେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଗତି କରୁଛୁ । ପ୍ରଧାନମନ୍ତ୍ରୀ ଜଳ ପ୍ରସଙ୍ଗର ଉଦାହରଣ ଦେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ପ୍ରତିକାତ୍ମକ ପରିବର୍ତ୍ତେ ଜଳ ଭିତ୍ତିଭୂମି, ଜଳ ପ୍ରଶାସନ, ଗୁଣବତ୍ତା ନିୟନ୍ତ୍ରଣ, ଜଳ ସଂରକ୍ଷଣ ଏବଂ ଜଳସେଚନ ନବୀକରଣର ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସମାନ ପଦକ୍ଷେପ ଆର୍ଥିକ ଅନ୍ତର୍ଭୂକ୍ତିର ସ୍ଥାୟୀ ସମାଧାନ ସୃଷ୍ଟି କରିଛି, ଜନ ଧନ- ଆଧାର- ମୋବାଇଲ୍ ମାଧ୍ୟମରେ ଡିବିଟି, ପିଏମ ଗତିଶକ୍ତି ମାଷ୍ଟରପ୍ଲାନ ମାଧ୍ୟମରେ ଭିତ୍ତିଭୂମି ଯୋଜନା କାର୍ଯ୍ୟକାରୀ ହେଉଛି ।
“ଏକ ଆଧୁନିକ ଭାରତ ର୍ନିମାଣ ପାଇଁ ଭିତ୍ତିଭୂମି, ମାପ ଏବଂ ଗତିର ଗୁରୁତ୍ୱ ଆମେ ବୁଝୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜ୍ଞାନକୌଶଳର ଶକ୍ତି ଦ୍ୱାରା ଦେଶରେ କାର୍ଯ୍ୟ ସଂସ୍କୃତିର ରୂପାନ୍ତରିତ ହୋଇଛି ଏବଂ ସରକାର ଏହାର ଗତି ବଢାଇବା ଏବଂ ମାପ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।”
“ମହାତ୍ମା ଗାନ୍ଧୀ କହୁଥିଲେ ‘ଶ୍ରେୟ’ (ଯୋଗ୍ୟତା) ଏବଂ ‘ପ୍ରିୟ’ (ବନ୍ଧୁ) । ଆମେ ‘ଶ୍ରେୟ’ (ଯୋଗ୍ୟତା) ର ରାସ୍ତା ବାଛିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ସରକାର ବାଛିଥିବା ପଥ ଯେଉଁଠାରେ ବିଶ୍ରାମ ନେବା ପ୍ରାଥମିକତା ନୁହେଁ, ବରଂ ସାଧାରଣ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆମେ ଦିନରାତି ନିରନ୍ତର ପରିଶ୍ରମ କରୁଛୁ ।
ଆଜାଦୀ କା ଅମୃତ କାଳରେ ପରିପୂର୍ଣ୍ଣତା ହାସଲ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ସେ ସରକାରଙ୍କ ପ୍ରୟାସକୁ ଦୋହରାଇଛନ୍ତି ଯେଉଁଠାରେ ଶତପ୍ରତିଶତ ଲାଭ ଦେଶର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚେ । ଏହା ପ୍ରକୃତ ଧର୍ମନିରପେକ୍ଷତା । ଏହା ଭେଦଭାବ ଏବଂ ଦୁର୍ନୀତି ଦୂର କରେ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଧରି ଆଦିବାସୀ ସମ୍ପ୍ରଦାୟର ବିକାଶରେ ଅବହେଳା କରାଯାଇଥିଲା । ଆମେ ସେମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛୁ । ସେ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ଆଦିବାସୀ କଲ୍ୟାଣ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରାଯାଇଥିଲା ଏବଂ ଆଦିବାସୀ କଲ୍ୟାଣ ପାଇଁ ମିଳିତ ଉଦ୍ୟମ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ କ୍ଷୁଦ୍ର କୃଷକମାନେ ହେଉଛନ୍ତି ଭାରତର କୃଷି କ୍ଷେତ୍ରର ମେରୁଦଣ୍ଡ । ଆମେ ସେମାନଙ୍କ ହାତକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ଦିନ ଧରି କ୍ଷୁଦ୍ର ଚାଷୀଙ୍କୁ ଅବହେଳା କରାଯାଇଥିଲା । ବର୍ତ୍ତମାନର ସରକାର ସେମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେଇଛନ୍ତି ଏବଂ ଛୋଟ ବ୍ୟବସାୟୀ ଏବଂ କାରିଗରମାନଙ୍କ ସହିତ କ୍ଷୁଦ୍ର ଚାଷୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଭାରତରେ ମହିଳାଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସଶକ୍ତିକରଣ, ସମ୍ମାନର ସୁନିଶ୍ଚିତତା ତଥା ଜୀବନଯାପନ ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ କହିଥିଲେ ।
ଆମର ବୈଜ୍ଞାନିକ ଏବଂ ଉଦ୍ଭାବକଙ୍କ ପାରଦର୍ଶିତା ସହିତ ଭାରତ ବିଶ୍ୱର ଔଷଧ ହବରେ ପରିଣତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯେତେବେଳେ କିଛି ଲୋକ ଭାରତର ବୈଜ୍ଞାନିକ, ଉଦ୍ଭାବକ ଏବଂ ଟିକା ଉତ୍ପାଦନକାରୀଙ୍କୁ ଛୋଟ ଦେଖାଇବାକୁ ଚେଷ୍ଟା କରିଥିଲେ । ପ୍ରଧାନମନ୍ତ୍ରୀ ଅଟଳ ଇନୋଭେସନ୍ ମିଶନ୍ ଏବଂ ଟିଙ୍କରିଂ ଲ୍ୟାବ ଭଳି ପଦକ୍ଷେପ ମାଧ୍ୟମରେ ବୈଜ୍ଞାନିକ ସ୍ୱଭାବ ବୃଦ୍ଧି କରିବା ବିଷୟରେ କହିଥିଲେ । ସରକାର ସୃଷ୍ଟି କରିଥିବା ସୁଯୋଗକୁ ସମ୍ପୂର୍ଣ୍ଣରୂପେ ବ୍ୟବହାର କରି ଘରୋଇ ଉପଗ୍ରହ ଉତକ୍ଷେପଣ କରିଥିବାରୁ ସେ ଯୁବକ ଓ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଆମେ ସଫଳ ହୋଇଛୁ ଏବଂ ସାଧାରଣ ନାଗରିକଙ୍କୁ ସଶକ୍ତିକରଣ ପାଇଁ ଜ୍ଞାନକୌଶଳ ବ୍ୟବହାର କରୁଛୁ ।
ଡିଜିଟାଲ କାରବାରରେ ଦେଶ ଆଜି ବିଶ୍ୱରେ ଅଗ୍ରଣୀ ରହିଛି । ଡିଜିଟାଲ ଇଣ୍ଡିଆର ସଫଳତା ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ଭାରତ ମୋବାଇଲ୍ ଫୋନ୍ ଆମଦାନୀ କରୁଥିଲା, ଆଜି ଆମେ ଗର୍ବିତ ଯେ ମୋବାଇଲ୍ ଫୋନ୍ ଅନ୍ୟ ଦେଶକୁ ରପ୍ତାନି ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତ ‘ବିକଶିତ ଭାରତ’ ରେ ପରିଣତ ହେବା ଆମର ସଙ୍କଳ୍ପ । ସେ ଦୋହରାଇଛନ୍ତି ଯେ ସୁଯୋଗର ସଦୁପଯୋଗ କରିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଯାହା ଆମେ ଖୋଜୁଥିଲୁ । ଭାରତ ବିଶାଳ ଲମ୍ଫ ଦେବା ସହିତ ଏବଂ ଆଉ ପଛକୁ ଚାହିଁବାକୁ ପ୍ରସ୍ତୁତ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।
HS
Addressing the Rajya Sabha. https://t.co/XO3F8kfkfY
— Narendra Modi (@narendramodi) February 9, 2023
PM @narendramodi begins his address in Rajya Sabha by thanking Hon'ble Rashtrapati Ji for guiding both the Houses. pic.twitter.com/ge3KQmIXYc
— PMO India (@PMOIndia) February 9, 2023
Our government's aim is to provide permanent solution for the citizens and empower them. pic.twitter.com/DLJgDC5m1T
— PMO India (@PMOIndia) February 9, 2023
आधुनिक भारत के निर्माण के लिए Infrastructure, Scale और Speed का महत्व हम समझते हैं। pic.twitter.com/G6sEnNEnvh
— PMO India (@PMOIndia) February 9, 2023
महात्मा गांधी जी कहते थे- श्रेय और प्रिय। हमने श्रेय का रास्ता चुना है। pic.twitter.com/i4wsOLIDHf
— PMO India (@PMOIndia) February 9, 2023
आजादी के अमृतकाल में बहुत बड़ा जो कदम उठाया है, वह है सैचुरेशन का। हमारी सरकार का प्रयास है कि हमारे देश में लाभार्थियों को शत-प्रतिशत लाभ पहुंचे। pic.twitter.com/wFOiDn2tFr
— PMO India (@PMOIndia) February 9, 2023
For decades, development of tribal communities was neglected. We gave top priority to their welfare. pic.twitter.com/CjNoy1YftJ
— PMO India (@PMOIndia) February 9, 2023
Small farmers are the backbone of India's agriculture sector. We are working to strengthen their hands. pic.twitter.com/x74lWsmSe6
— PMO India (@PMOIndia) February 9, 2023
With the expertise of our scientists and innovators, India is becoming a pharma hub of the world. pic.twitter.com/sGfN2LI7ha
— PMO India (@PMOIndia) February 9, 2023
डिजिटल लेनदेन में देश आज दुनिया का लीडर बना हुआ है। Digital India की सफलता ने आज पूरी दुनिया को प्रभावित किया है। pic.twitter.com/MPTDIQaDfD
— PMO India (@PMOIndia) February 9, 2023
2047 में यह देश विकसित भारत बने, ये हम सबका संकल्प है। pic.twitter.com/mZXkYKHtCi
— PMO India (@PMOIndia) February 9, 2023
The hallmark of our Government is to find long lasting and people-friendly solutions to challenges that have affected our nation for decades. pic.twitter.com/W15vfqswbJ
— Narendra Modi (@narendramodi) February 9, 2023
Integrating technology in the working of Government has turned out to be very beneficial. pic.twitter.com/Dd897KxZNm
— Narendra Modi (@narendramodi) February 9, 2023
Our approach is…100% coverage in every government scheme. pic.twitter.com/aeozBD10Lm
— Narendra Modi (@narendramodi) February 9, 2023
आज मोटे अनाज की खेती पर भी हमारा फोकस है। दुनियाभर में श्री अन्न का माहात्म्य बने, छोटे किसानों को उनकी पैदावार के उचित दाम के साथ ही ग्लोबल मार्केट भी मिले, इस दिशा में तेज गति से प्रयास हो रहे हैं। pic.twitter.com/mbBjFhRPLm
— Narendra Modi (@narendramodi) February 9, 2023
हम माताओं, बहनों और बेटियों के सशक्तिकरण के लिए कितने संवेदनशील हैं, यह हमारी योजनाओं में दिखता है। pic.twitter.com/SPZbtfK5gl
— Narendra Modi (@narendramodi) February 9, 2023