Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟସଭାରେ ବିଳମ୍ବିତ ନାଳନ୍ଦା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ, 2013 ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


  

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରାଜ୍ୟ ସଭାରେ ବିଳମ୍ବିତ ନାଳନ୍ଦା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ, 2013 ପ୍ରତ୍ୟାହାର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଅକ୍ଟୋବର, 2009ରେ ଥାଇଲ୍ୟାଣ୍ଡରେ ଆୟୋଜିତ ଚତୁର୍ଥ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଜାରି ମିଳିତ ପ୍ରେସ ବିବୃତି ଆଧାରରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ପ୍ରେସ ବିବୃତିରେ ଏକ ଅଣସରକାରୀ, ଅଣଲାଭଜନକ, ଧର୍ମନିରପେକ୍ଷ ଏବଂ ସ୍ୱାୟତ ଶାସିତ ଅନ୍ତର୍ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ସମର୍ଥନ କରାଯାଇଥିଲା । ଏହା ପରେ ସଂସଦ ଦ୍ୱାରା ନାଳନ୍ଦା ବିଶ୍ୱବିଦ୍ୟାଳୟ ଅଧିନିୟମ, 2010 ଗୃହୀତ ହୋଇଥିଲା ଏବଂ ଏହା 25 ନଭେମ୍ବର, 2010 ଠାରୁ ଲାଗୁ ହୋଇଥିଲା ।

ବର୍ତ୍ତମାନର ଏହି ପ୍ରସ୍ତାବ ରାଜ୍ୟ ସଭାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ, 2013 ପ୍ରତ୍ୟାହାର କରିନେବା ସମ୍ବନ୍ଧୀୟ ଅଟେ । 26 ଅଗଷ୍ଟ, 2013ରେ ରାଜ୍ୟସଭାରେ ଉପସ୍ଥାପିତ ବିଲର ଉଦେ୍ଦଶ୍ୟ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଲ, 2010ରେ କେତେକ ବ୍ୟବସ୍ଥାରେ ସଂଶୋଧନ କରିବା ଏବଂ କେତେକ ନୂତନ ବ୍ୟବସ୍ଥା ଯୋଡ଼ିବା ଥିଲା ।

ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଲ, 2010ର ଅନୁଚ୍ଛେଦ 7 ଅନୁଯାୟୀ, ନାଳନ୍ଦା ବିଶ୍ୱବିଦ୍ୟାଳୟର ପରିଚାଳନା ବୋର୍ଡ ଗଠନ କରାଯାଇଥିଲା । ଏହା ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ 21.11.2016ଠାରୁ ଲାଗୁ ହୋଇଥିଲା । ପ୍ରସ୍ତାବିତ ସଂଶୋଧନକୁ ଆଗକୁ ନେବା ଲାଗି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ନାଳନ୍ଦ ବିଶ୍ୱବିଦ୍ୟାଳୟର ପରିଚାଳନା ବୋର୍ଡ ସହିତ ସଂଶୋଧିତ ବିଲ ସମ୍ପର୍କରେ ବିଚାରବିମର୍ଷ କରିବାର ଆବଶ୍ୟକତା ପଡ଼ିବ । ବର୍ତ୍ତମାନ ପରିଚାଳନା ବୋର୍ଡ ସମ୍ପୂର୍ଣ୍ଣ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଲ, 2010 ଉପରେ ପୁଣିଥରେ ନୂଆ କରି ତର୍ଜମା କରିପାରିବ ଏବଂ ଆବଶ୍ୟକସ୍ଥଳେ ସଂଶୋଧନ/ ପ୍ରସ୍ତାବ ଯୋଡ଼ିବା ସମ୍ପର୍କରେ ପରାମର୍ଶ ମଧ୍ୟ ଦେଇପାରିବ ।

ସେପ୍ଟେମ୍ବର, 2014ରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ଭାରତର ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର ପରିଦର୍ଶକ ଅଟନ୍ତି । ଡ. ବିଜୟ ଭଟକର ବିଶ୍ୱବିଦ୍ୟାଳୟର ଚାନ୍ସେଲର ଏବଂ ପ୍ରଫେସର ସୁନୈନା ସିଂ କୁଳପତି ଅଟନ୍ତି । ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ତିନୋଟି ଅଧ୍ୟୟନ କେନ୍ଦ୍ର-ସ୍କୁଲ ଅଫ ହିଷ୍ଟୋରିକାଲ ଷ୍ଟଡିଜ, ସ୍କୁଲ ଅଫ ଇଲୋଲୋଜି ଏଣ୍ଡ ଏନଭାଇରନମେଂଟ ଏବଂ ସ୍କୁଲ ଅଫ ବୁଦ୍ଧିଷ୍ଟ ଷ୍ଟଡିଜ-ରେ 116 ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏମାନଙ୍କ ମଧ୍ୟରେ 21ଟି ଦେଶରୁ 35 ଜଣ ବିଦେଶୀ ଛାତ୍ରଛାତ୍ରୀ ଅଛନ୍ତି ।

 

**********