Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ୱର୍ଣ୍ଣପଦକ ବିଜେତା ଭାରୋତ୍ତଳକ ଅଚିନ୍ତ ଶିଉଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଦଳ ପ୍ରସ୍ଥାନ କରିବା ପୂର୍ବରୁ ଅଚିନ୍ତ ଶିଉଲିଙ୍କ ସହ ହୋଇଥିବା ବାର୍ତ୍ତାଳାପ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ପ୍ରତିଭାବାନ ଅଚିନ୍ତ ଶିଉଲି ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଆନନ୍ଦିତ । ଶାନ୍ତ ସ୍ୱଭାବ ଓ ଅଧ୍ୟବସାୟ ପାଇଁ ସେ ପରିଚିତ । ଏହି ନିଆରା ସଫଳତା ପାଇଁ ସେ କଠିନ ପରିଶ୍ରମ କରିଥିଲେ । ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ।

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆମ ଦଳ ପ୍ରସ୍ଥାନ କରିବା ପୂର୍ବରୁ ଅଚିନ୍ତ ଶିଉଲିଙ୍କ ସହ କଥାବାର୍ତ୍ତା ହୋଇଥିଲି । ନିଜ ମା ଓ ଭାଇଙ୍କ ଠାରୁ ତାଙ୍କୁ ମିଳିଥିବା ସମର୍ଥନ ସମ୍ପର୍କରେ ଆଲୋଚନା କରିଥିଲୁ । ଆଶା କରୁଛି ଗୋଟିଏ ପଦକ ଜିତି ସାରିଥିବାରୁ ଏବେ ଫିଲ୍ମ ଦେଖିବାକୁ ତାଙ୍କୁ ସମୟ ମିଳିବ ।

SR