ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର 100 ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜମାତା ବିଜୟାରାଜେ ସିନ୍ଧିଆ ଦେଶକୁ ସଠିକ ଦିଗଦର୍ଶନ ଦେଉଥିଲେ । ସେ ଜଣେ କୁଶଳୀ ପ୍ରଶାସକ ଓ ନିର୍ଣ୍ଣାୟକ ନେତ୍ରୀ ଥିଲେ । ବିଦେଶୀ ଲୁଗା ପୋଡି ହେଉ ବା ଜରୁରିକାଳିନ ପରିସ୍ଥିତି ବା ରାମମନ୍ଦିର ଆନ୍ଦୋଳନ, ଭାରତୀୟ ରାଜନୀତିର ସମସ୍ତ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ସେ ଦେଖିଥିଲେ । ବର୍ତ୍ତମାନର ପିଢି ରାଜମାତାଙ୍କ ଜୀବନ ସମ୍ପର୍କରେ ଜାଣିବା ଉପରେ ଶ୍ରୀ ମୋଦୀ ଗୁରୁତ୍ଵାରୋପ କରିଥିଲେ। ତାଙ୍କ ଜୀବନୀ ଓ ଅଭିଜ୍ଞତା ସମ୍ପର୍କରେ ବାରମ୍ବାର ଆଲୋଚନା କରିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜମାତାଙ୍କ ମତରେ ଜନସେବା ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ନେବାର ଆବଶ୍ୟକତା ନାହିଁ । ଏଥିପାଇଁ ଦରକାର ଦେଶପ୍ରୀତି ଓ ଗଣତାନ୍ତ୍ରିକ ଭାବଧାରା । ଏ ପ୍ରକାରର ଚିନ୍ତାଧାରା ଓ ଆଦର୍ଶ ତାଙ୍କ ଜୀବନରେ ସ୍ପଷ୍ଟ ନିହିତ ଥିଲା । ରାଜମାତାଙ୍କ ପାଖରେ ଶତ ସହସ୍ର କର୍ମଚାରୀ, ସୁରମ୍ୟ ରାଜପ୍ରାସାଦ ଓ ସମସ୍ତ ସୁବିଧା ଥିଲେ ମଧ୍ୟ ତାଙ୍କ ଜୀବନକୁ ସେ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ଓ ଗରିବଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଉତ୍ସର୍ଗ କରିଥିଲେ । ଦେଶର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ସେ ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇଥିଲେ । ରାଜମାତା କୌଣସି ପଦ ପଦବୀ ପାଇଁ ଲାଳାୟିତ ନଥିଲେ କି ସେ ରଣନୀତି ମଧ୍ୟ କରୁନଥିଲେ । ରାଜମାତା ବହୁ ପଦପଦବୀ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା ଘଟଣାର ଶ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ । ଥରେ ଅଟଳଜୀ ଓ ଆଡଭାନୀଜୀ ରାଜମାତାଙ୍କୁ ଜନସଙ୍ଘର ସଭାପତି ହେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଜନସଙ୍ଘର କେବଳ ଜଣେ କାର୍ଯ୍ୟକର୍ତ୍ତା ଭାବରେ ରହିବାକୁ ଇଚ୍ଛା ପ୍ରକଟ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜମାତା ତାଙ୍କର ସହକର୍ମୀମାନଙ୍କୁ ସେମାନଙ୍କ ନାଁ ଅନୁସାରେ ଜାଣିଥିଲେ ଓ ସେଭଳି ଭାବନା ସମସ୍ତଙ୍କର ନିଜର ସହକର୍ମୀଙ୍କ ପ୍ରତି ରହିବା ଆବଶ୍ୟକ । ରାଜନୀତିରେ ଗର୍ବ ନୁହେଁ, ସମ୍ମାନ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ । ସେ ରାଜମାତାଙ୍କୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ଭାବେ ଅଭିହିତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଜନସଚେତନତା ଓ ଆନ୍ଦୋଳନ ଯୋଗୁଁ ଗତ କିଛି ବର୍ଷରେ ଅନେକ ପରିବର୍ତ୍ତନ ଘଟିଛି ଓ ଅନେକ ଅଭିଯାନ ଓ ଯୋଜନା ସଫଳ ମଧ୍ୟ ହୋଇଛି । ରାଜମାତାଙ୍କ ଆଶୀର୍ବାଦରେ ଦେଶ ଆଗେଇ ଚାଲିଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତରେ ନାରୀଶକ୍ତି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜମାତାଙ୍କ ମହିଳା ସଶକ୍ତିକରଣ ସ୍ଵପ୍ନକୁ ସାକାର କରିବା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେବା ସହ ଏହା କିଭଳି ସଫଳ ହୋଇଛି ତାହାର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅଦ୍ଭୁତ ସଂଯୋଗ ଯେ, ଯେଉଁ ରାଜମାତା ରାମ ଜନ୍ମଭୂମି ମନ୍ଦିର ପାଇଁ ସ୍ଵପ୍ନ ଦେଖିବା ସହ ସଂଗ୍ରାମ ମଧ୍ୟ କରିଥିଲେ, ତାହା ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସାକାର ହୋଇଛି । ଆତ୍ମନିର୍ଭର ଭାରତର ସଫଳତା ଏକ ଶକ୍ତିଶାଳୀ, ସୁରକ୍ଷିତ ଓ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।
**********
Tributes to #RajmataScindia on her Jayanti. https://t.co/UnITmCofMt
— Narendra Modi (@narendramodi) October 12, 2020
पिछली शताब्दी में भारत को दिशा देने वाले कुछ एक व्यक्तित्वों में राजमाता विजयाराजे सिंधिया भी शामिल थीं।
— PMO India (@PMOIndia) October 12, 2020
राजमाताजी केवल वात्सल्यमूर्ति ही नहीं थी। वो एक निर्णायक नेता थीं और कुशल प्रशासक भी थीं: PM @narendramodi pays tributes to #RajmataScindia
स्वतंत्रता आंदोलन से लेकर आजादी के इतने दशकों तक, भारतीय राजनीति के हर अहम पड़ाव की वो साक्षी रहीं।
— PMO India (@PMOIndia) October 12, 2020
आजादी से पहले विदेशी वस्त्रों की होली जलाने से लेकर आपातकाल और राम मंदिर आंदोलन तक, राजमाता के अनुभवों का व्यापक विस्तार रहा है: PM @narendramodi honours #RajmataScindia
हम में से कई लोगों को उनसे बहुत करीब से जुड़ने का, उनकी सेवा, उनके वात्सल्य को अनुभव करने का सौभाग्य मिला है: PM @narendramodi on #RajmataScindia
— PMO India (@PMOIndia) October 12, 2020
We learn from the life of #RajmataScindia that one does not have to be born in a big family to serve others. All that is needed is love for the nation and a democratic temperament: PM @narendramodi
— PMO India (@PMOIndia) October 12, 2020
The life and work of #RajmataScindia was always connected to the aspirations of the poor. Her life was all about Jan Seva: PM @narendramodi
— PMO India (@PMOIndia) October 12, 2020
राष्ट्र के भविष्य के लिए राजमाता ने अपना वर्तमान समर्पित कर दिया था।
— PMO India (@PMOIndia) October 12, 2020
देश की भावी पीढ़ी के लिए उन्होंने अपना हर सुख त्याग दिया था।
राजमाता ने पद और प्रतिष्ठा के लिए न जीवन जीया, न राजनीति की: PM @narendramodi #RajmataScindia
ऐसे कई मौके आए जब पद उनके पास तक चलकर आए। लेकिन उन्होंने उसे विनम्रता के साथ ठुकरा दिया।
— PMO India (@PMOIndia) October 12, 2020
एक बार खुद अटल जी और आडवाणी जी ने उनसे आग्रह किया था कि वो जनसंघ की अध्यक्ष बन जाएँ।
लेकिन उन्होंने एक कार्यकर्ता के रूप में ही जनसंघ की सेवा करना स्वीकार किया: PM @narendramodi
राजमाता एक आध्यात्मिक व्यक्तित्व थीं।
— PMO India (@PMOIndia) October 12, 2020
साधना, उपासना, भक्ति उनके अन्तर्मन में रची बसी थी: PM @narendramodi
लेकिन जब वो भगवान की उपासना करती थीं, तो उनके पूजा मंदिर में एक चित्र भारत माता का भी होता था।
— PMO India (@PMOIndia) October 12, 2020
भारत माता की भी उपासना उनके लिए वैसी ही आस्था का विषय था: PM @narendramodi on #RajmataScindia
राजमाता के आशीर्वाद से देश आज विकास के पथ पर आगे बढ़ रहा है।
— PMO India (@PMOIndia) October 12, 2020
गाँव, गरीब, दलित-पीड़ित-शोषित-वंचित, महिलाएं आज देश की पहली प्राथमिकता में हैं: PM @narendramodi #RajmataScindia
ये भी कितना अद्भुत संयोग है कि रामजन्मभूमि मंदिर निर्माण के लिए उन्होंने जो संघर्ष किया था, उनकी जन्मशताब्दी के साल में ही उनका ये सपना भी पूरा हुआ है: PM @narendramodi #RajmataScindia
— PMO India (@PMOIndia) October 12, 2020
For #RajmataScindia, public service came above everything else.
— Narendra Modi (@narendramodi) October 12, 2020
She was not tempted by power.
A few words written in a letter to her daughters give a glimpse of her greatness. pic.twitter.com/IitcY75J0a
#RajmataScindia was always particular about knowing Party Karyakartas by their names.
— Narendra Modi (@narendramodi) October 12, 2020
Party Karyakartas remember her as a humble and compassionate personality. pic.twitter.com/bTLtNEOTN1
#RajmataScindia was a deeply religious person. But, in her Puja Mandir there always a picture of Bharat Mata.
— Narendra Modi (@narendramodi) October 12, 2020
Inspired by her vision, India has been making remarkable progress. Our strides in several areas would have made her very proud. pic.twitter.com/GzGlBDVmeO