Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜକୋଟଠାରେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ରାଜକୋଟଠାରେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ  । ଏହି ସଂଗ୍ରହାଳୟ ଆଲଫ୍ରେଡ ଉଚ୍ଚ ବିଦ୍ୟାଳୟଠାରେ ପ୍ରତିଷ୍ଠା କରାଯାଇଛି ଯାହା ମହାତ୍ମାଗାନ୍ଧୀଙ୍କର ଗଠନାତ୍ମକ ବର୍ଷଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା  । ଏହା ଗାନ୍ଧୀଜୀଙ୍କର ସଂସ୍କାର, ମୂଲ୍ୟବୋଧ ଏବଂ ଦର୍ଶନ ଉପରେ ସଚେତନତା ସୃଷ୍ଟି କରିବ  ।

ପ୍ରଧାନମନ୍ତ୍ରୀ 624ଟି ସାର୍ବଜନୀନ ଆବାସ ପ୍ରକଳ୍ପ ଉଦଘାଟନ ସ୍ୱରୂପ ଏକ ପ୍ଲାନକୁ ଉନ୍ମୋଚନ କରିଥିଲେ  । 240ଟି ହିତାଧିକାରୀ ପରିବାରଙ୍କର ଇ-ଗୃହ ପ୍ରବେଶ କାର୍ଯ୍ୟ ତାଙ୍କ ଉପସ୍ଥିତିରେ କରାଯାଇଥିଲା  ।

ଏହି ଅବସରରେ ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କଠାରୁ ଅନେକ କିଛି ଶିଖିବାର ଅଛି  । ଗୁଜରାଟ ଭୂମି ବାପୁଙ୍କ ସହିତ ଅତି ନିକଟତର ହେବାର ଆଶିର୍ବାଦ ପ୍ରାପ୍ତ କରିପାରିଥିଲା  ।

ପରିବେଶ ପ୍ରତି ବାପୁଙ୍କର ଚିନ୍ତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ଆଗାମୀ କାଲିକୁ ସ୍ୱଚ୍ଛ ଏବଂ ସବୁଜ କରିବା  ।

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ବାପୁ ସର୍ବଦା ଧାଡିର ସର୍ବଶେଷ ବ୍ୟକ୍ତି, ଅତି ଗରିବ ବ୍ୟକ୍ତି ଏବଂ ବଂଚିତ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ଶିକ୍ଷା ଦେଇଆସିଛନ୍ତି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଦର୍ଶରେ ପ୍ରେରିତ ହୋଇ ଆମେ ଗରିବ ଲୋକମାନଙ୍କର ସେବା କରୁଛୁ  । ଆମ ପଦକ୍ଷେପ ମାଧ୍ୟମରେ ସେମାନଙ୍କ ଜୀବନକୁ ପରିବର୍ତ୍ତିତ କରିବାକୁ ଚାହୁଁଛୁ ଏବଂ ଗରିବ ଲୋକମାନଙ୍କ ପାଇଁ ଗୃହ ନିର୍ମାଣ କରିବା ପାଇଁ ମଧ୍ୟ ଚାହୁଁଛୁ  ।

ସ୍ୱାଧୀନତା ପ୍ରାପ୍ତିର 70 ବର୍ଷରୁ ଉର୍ଦ୍ଧ୍ଵ ହୋଇସାରିଲାଣି କିନ୍ତୁ ବାପୁଙ୍କର ସ୍ୱଚ୍ଛ ଭାରତ ସ୍ୱପ୍ନ ଅସଂପୂର୍ଣ୍ଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ଆମେ ସମସ୍ତେ ମିଶି ବାପୁଙ୍କର ଏହି ସ୍ୱପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ ।

ବିଗତ 4 ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ କିନ୍ତୁ ଏହାକୁ ଆହୁରୀ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ଏହାପରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ  ।

****