ମହାନୁଭବଗଣ!
ବନ୍ଧୁଗଣ, ନମସ୍କାର!
ରାଇସିନା ବାର୍ତ୍ତାଳାପର ଏହି ସଂସ୍କରଣ ମାନବ ଇତିହାସର ଏକ ଜଟିଳ ସମୟରେ ଅନୁଷ୍ଠିତ ହେଉଛି । ଏକ ବୈଶ୍ୱିକ ମହାମାରୀ ସମଗ୍ର ବିଶ୍ୱକୁ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଆକ୍ରାନ୍ତ କରିରଖିଛି । ଏଭଳି ଏକ ବୈଶ୍ୱିକ ମହାମାରୀ ଆଜକୁ ପ୍ରାୟ ଏକ ଶହ ବର୍ଷ ପୂର୍ବେ ଦେଖାଦେଇଥିଲା । ଯଦିବା ମାନବ ସମାଜ ସେହିଦିନ ଠାରୁ ଅନେକ ମହାମାରୀର ସାମ୍ନା କରିଛି, ଆଜି କିନ୍ତୁ ବିଶ୍ୱ କୋଭିଡ଼ ୧୯ ମହାମାରୀକୁ ସାମ୍ନା କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବାପରି ପ୍ରତୀୟମାନ ହୁଏନାହିଁ । ଆମର ବୈଜ୍ଞାନିକମାନେ, ଗବେଷକମାନେ ଏବଂ ଶିଳ୍ପସଂସ୍ଥାମାନେ ଏଭଳି କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଭୂତାଣୁ କହିଲେ କ’ଣ ବୁଝୁ?
ଏହା କିଭଳି ଭାବେ ସଂକ୍ରମିତ ହୁଏ?
ଏହାକୁ କିଭଳି ଭାବେ ନିୟନ୍ତ୍ରଣ କରାଯାଇପାରିବ?
ଆମେ ଏହାର ପ୍ରତିଷେଧକ ଟିକା କିପରି ପ୍ରସ୍ତୁତ କରିପାରିବା?
ଏହି ଟିକାକୁ କିଭଳି ବ୍ୟାପକ ଭାବେ ଏବଂ ଏତେ ଶୀଘ୍ର ଲୋକମାନଙ୍କୁ ଦିଆଯାଇପାରିବ?
ଏଭଳି ପ୍ରଶ୍ନ ଏବଂ ଏହିଭଳି ଆହୁରି ଅନେକ ପ୍ରଶ୍ନର ଅନେକ ଉତ୍ତର ମୁଣ୍ଡ ଟେକିଛି । ଏବଂ ଏକଥା ନିଃସନ୍ଦେହରେ କୁହାଯାଇପାରେ ଯେ ଏପରି ଅନେକ ପ୍ରଶ୍ନ ଭବିଷ୍ୟତରେ ମଧ୍ୟ ମୁଣ୍ଡ ଟେକିବାକୁ ବାକି ଅଛି । କିନ୍ତୁ ବୈଶ୍ୱିକ ଚିନ୍ତକ ଓ ନେତୃବର୍ଗ ଭାବେ ଆମେ ନିଜକୁ ଅନେକ ପ୍ରଶ୍ନ ପଚାରିବାର ଅଛି ।
ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଆମ ସମାଜର ଶ୍ରେଷ୍ଠ ଚିନ୍ତାଶୀଳ ବ୍ୟକ୍ତି ଏହି ମହାମାରୀକୁ ରୋକିବା ନିମନ୍ତେ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି । ସମଗ୍ର ବିଶ୍ୱର ସବୁ ଦେଶର ସରକାର ସବୁ ସ୍ତରରେ ଏହି ମହାମାରୀକୁ ରୋକିବା ନିମନ୍ତେ ଓ ନିୟନ୍ତ୍ରଣ କରିବା ସକାଶେ ଚେଷ୍ଟା ଚଳାଇଛନ୍ତି । ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା? ଏହାର ସମ୍ଭାବ୍ୟ କାରଣ ଏହା ହୋଇପାରେ ଯେ ଆର୍ଥିକ ବିକାଶର ଦୌଡ଼ରେ ମାନବ ସମାଜର ସାମୂହିକ କଲ୍ୟାଣ ଯେମିତି ପଛରେ ପଡ଼ିଯାଇଛି ।
ହୁଏତ ଏହାର କାରଣ ହେଉଛି ଏହା ଯେ ଆଜିର ପ୍ରତିଯୋଗୀତାମୂଳକ ଯୁଗରେ ସହଯୋଗର ମାନସିକତାକୁ ସଭିଏଁ ଭୁଲିଯାଇଛନ୍ତି । ଏଭଳି ପ୍ରଶ୍ନର ଉତ୍ତର ଆମର ନିକଟ ଅତୀତର ଘଟଣାବଳୀରୁ ମିଳିପାରିବ । ବନ୍ଧୁଗଣ, ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା ଏକ ନୂତନ ବୈଶ୍ୱିକ ଶୃଙ୍ଖଳା ସୃଷ୍ଟି କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ, ଏହାରପରବର୍ତ୍ତୀ କେଇ ଦଶନ୍ଧିରେ ଅନେକ ସଂଘ ଓ ସଂଗଠନମାନ ଗଠନ କରାଯାଇଥିଲା । ଦୁଇଟିଯାକ ବିଶ୍ୱଯୁଦ୍ଧ ଥିଲା ଏହାର ପୃଷ୍ଠଭୂମି । ସେସବୁ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ହିଁ ଉଦ୍ଦିଷ୍ଟ ଥିଲା ଏବଂ ତାହା ହେଲା ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ କିଭଳି ଏଡାଯାଇ ପାରିବ ।
ଆଜି, ମୁଁ ଆପଣଙ୍କ ନିକଟରେ ଏହି ଭୁଲ୍ ପ୍ରଶ୍ନ ଉପସ୍ଥାପନ କରିବାକୁ ଚାହୁଁଛି ଯେ ଏହାର ଫଳ ସ୍ୱରୂପ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ରୋଗୀର ଲକ୍ଷଣ ନଜାଣି ତାକୁ ଚିକିତ୍ସା କରିବା ଉପଚାର ପ୍ରସ୍ତୁତି ଭଳି ଥିଲା । ଏହା ଫଳରେ ରୋଗର ବାସ୍ତବ କାରଣର ମୂଳୋତ୍ପାଟନ ପାଇଁ ଉଦ୍ୟମ ହୋଇନଥିଲା । କିମ୍ବା ଏହାକୁ ଅନ୍ୟ ଭାଷାରେ କହିଲେ, ସେଭଳି ପ୍ରୟାସ ଥିଲା ବିତି ସାରିଥିବା ଯୁଦ୍ଧକୁ ରୋକିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ, ପରବର୍ତ୍ତୀ ଯୁଦ୍ଧର ସମ୍ଭାବନାକୁ ପ୍ରତିହତ କରିବା ପାଇଁ ନୁହେଁ । ବାସ୍ତବ ପକ୍ଷେ ଯଦିବା ମାନମ ସମାଜ ତୃତୁୟ ବିଶ୍ୱଯୁଦ୍ଧର ସାମ୍ନା କରିନାହିଁ, ତଥାପି ମାନବ ସମାଜର ମନରୁ ହିଂସାର ଭୟ ଓ ବିପଦ ହ୍ରାସ ପାଇନାହିଁ । ଅନେକ ଗୁଡ଼ିଏ ଛାୟାଯୁଦ୍ଧ ଏବଂ ଅସଂଖ୍ୟ ଆତଙ୍କବାଦୀ ଆକ୍ରମଣ, ଏବଂ ଆହୁରି ଅନେକ ପ୍ରକାର ହିଂସାକାଣ୍ଡର ସମ୍ଭାବନା ବର୍ତ୍ତମାନ ସୁଦ୍ଧା ମନରେ ଲାଗି ରହିଛି । ତେଣୁ, ଏହାର ପ୍ରକୃତ ପ୍ରଶ୍ନ କଣ ହୋଇପାରିଥାନ୍ତା? ସେଥିରେ ହୁଏତ ସାମିଲ କରାଯିବା ଉଚିତ ଥିଲା: ଆମ ସମାଜରେ ଦୁର୍ଭିକ୍ଷ ଓ କ୍ଷୁଧା କାହିଁକି ସୃଷ୍ଟି ହେଉଛି? ଆମ ସମାଜରେ ଦାରିଦ୍ର୍ୟ ଲାଗି ରହିଛି କାହିଁକି? କିମ୍ବା ସବୁଠାରୁ ମୌଳିକ ପ୍ରଶ୍ନଟି ହେଲା ସମଗ୍ର ମାନବ ସମାଜ ପ୍ରତି ସମସ୍ୟା ସୃଷ୍ଟିର ବିପଦକୁ ମୁକାବିଲା କରିବା ନିମନ୍ତେ ଆମେମାନେ କାହିଁକି ପରସ୍ପର ମଧ୍ୟରେ ସହଯୋଗର ହାତ ମିଳାଇନାହୁଁ? ମୁଁ ଦୃଢ଼ମନିଶ୍ଚିତ ଯେ ଯଦି ଆମର ଚିନ୍ତନ ଏହି ଧାରାରେ ହୋଇଥାନ୍ତା, ସେଥିରୁ ନିଶ୍ଚିତ ରୂପେ ଭିନ୍ନ ସମାଧାନ ସୂତ୍ର ଅବଶ୍ୟ ବାହାରିଥାନ୍ତା
ବନ୍ଧୁଗଣ!
ଏବେ ସୁଦ୍ଧା ଅଧିକ ବିଳମ୍ବ ହୋଇନାହିଁ । ସାତ ଦଶନ୍ଧିର ଭୁଲ ଅବା ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଆମକୁ ଭବିଷ୍ୟତ ପାଇଁ ସୁଚିନ୍ତା କରିବାକୁ ପ୍ରତିହତ କରିପାରିବନାହିଁ । କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ଆମକୁ ବିଶ୍ୱ ଶୃଙ୍ଖଳାକୁ ପୁନଃବ୍ୟସ୍ଥିତ କରିବା ନିମନ୍ତେ ଆମପାଇଁ ଏକ ସୁଯୋଗ ପ୍ରଦାନ କରିଛି । ଆମ ଚିନ୍ତନର ପୁନର୍ବିନ୍ୟାସ କରିବା ଲାଗି ଅବସର ଆଣି ଦେଇଛି । ଆମେ ଏଭଳି ଏକ ବ୍ୟବସ୍ଥା ସୃଷ୍ଟି କରିବା ଯାହା ଆଜିର ସକଳ ପ୍ରକାର ସମସ୍ୟା ସମାଧାନ କରିବା ସହିତ ଆସନ୍ତାକାଲିର ସମସ୍ତ ଚାଲେଞ୍ଜର ମୁକାବିଲା କରିବା ନିମନ୍ତେ ମଧ୍ୟ ଅବସର ପ୍ରଦାନ କରିବ । ତେଣୁ ଆମକୁ ଏବେ ସମଗ୍ର ମାନବ ସମାଜର କଥା ଚିନ୍ତା କରିବାକୁ ହେବ, କେବଳ ସୀମାର ଆମ ପାଶ୍ୱରେ ଥିବା ଲୋକଙ୍କ କଥା ନୁହେଁ । ତେଣୁ ସମଗ୍ର ମାନବ ସମାଜକୁ ଆମ ଚିନ୍ତନ ଓ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ବନାଇବାକୁ ହେବ ।
ବନ୍ଧୁଗଣ !
କରୋନା ମହାମାରୀ କାଳରେ, ଆମେ ଆମର ସକଳ ପ୍ରକାର ସମ୍ଭ୍ରମ ମାନସିକତାର ସହିତ, ଆମର ସୀମିତ ସମ୍ବଳର ସୀମା ମଧ୍ୟରେ ରହି, ଭାରତରେ ଆମେ ଯାହା କିଛି କହିବାକୁ ଚାହୁଁଛୁ ତାହା କାର୍ଯ୍ୟରେ କରି ଦେଖାଇଛୁ। ଆମେ ଏହି ମହାମାରୀରୁ ମାନବ ସମାଜର ୧୩୦ କୋଟି ଲୋକଙ୍କୁ ସୁରକ୍ଷିତ ରଖିବାର ପ୍ରୟାସ କରିଛୁ । ସେହି ଭଳି ଆମେ ଏହି ମହାମାରୀ ବିରୋଧରେ ଅନ୍ୟମାନେ ଯେଉଁ ପ୍ରୟାସ କରୁଛନ୍ତି ସେଥିରେ ମଧ୍ୟ ସହଯୋଗର ହାତ ବଢ଼ାଇଛୁ । ଆମର ପ୍ରତିବେଶୀ ରାଷ୍ଟ୍ରଙ୍କୁ ଏଭଳି ସଂକଟ କାଳରେ ଆମେ କ୍ଷେତ୍ରୀୟ ସହଯୋଗ ଯୋଗାଇ ଦେଇଛୁ । ଗତ ବର୍ଷ ଆମେ ବିଶ୍ୱର ପ୍ରାୟ ୧୫୦ରୁ ଅଧିକ ରାଷ୍ଟ୍ରଙ୍କୁ ଔଷଧ ଏବଂ ସୁରକ୍ଷା ଉପକରଣ ଯୋଗାଇ ଦେଇଥିଲୁ । ଆମେ ଏକଥା ଭଲଭାବେ ହୃଦୟଙ୍ଗମ କରିଛୁ ଯେ ଯେତେବେଳେ ଆମେ ସଭିଏଁ ସବୁଠାରେ, ଆମେ ଯେକୌଣସି ରାଷ୍ଟ୍ରର ନାଗରିକ ହୋଇଥାଉ ନା କାହିଁକି, ସମସ୍ତେ ଏହି ମହାମାରୀରୁ ଉଦ୍ଧାର ନପାଇଛୁ ସେପର୍ଯ୍ୟନ୍ତ ଆମେ ନିରାପଦ ନୋହୁ । ସେଇଥିପାଇଁ, ନାନା ପ୍ରତିବନ୍ଧକ ସତ୍ତ୍ୱେ ଚଳିତ ବର୍ଷ, ଆମେ ଏପର୍ଯ୍ୟନ୍ତ ପଆୟ ୮୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରଙ୍କୁ ପ୍ରତିଷେଧକ ଟିକା ଯୋଗାଇ ପାରିଛୁ । ଆମେ ଜାଣୁ ଯେ ଏହି ଯୋଗାଣ ସୀମିତ । ଆମେ ଏକଥା ମଧ୍ୟ ଜାଣୁ ଯେ ଏଭଳି ଟିକାର ଚାହିଦା ଢ଼େର୍ ବେଶୀ । ଆମେ ଜାଣୁ ଯେ ବିଶ୍ୱର ସମସ୍ତ ଲୋକଙ୍କୁ ଟିକାକରଣ କରାଯିବା ନିମନ୍ତେ ଦୀର୍ଘ ଦିନ ସମୟ ଲାଗିବ । ତଥାପି ଆମେ ଜାଣୁ ଯେ ଏଥିପାଇଁ ଆମେ ଆଶାବାନ୍ ରହିବା ଉଚିତ । ତାହା ଧନୀ ରାଷ୍ଟ୍ରର ନାଗରିକଙ୍କ ପାଇଁ ଯେତିକି ପ୍ରଯୁଜ୍ୟ ଗରିବ ରାଷ୍ଟ୍ରର ଜନସାଧାରଣଙ୍କ ପାଇଁ ସେତିକି ଯଥାର୍ଥ । ତେଣୁ ଆମେ ଆମର ଅନୁଭୂତି ଅନ୍ୟମାନଙ୍କ ସହ ବାଣ୍ଟି ଚାଲିବୁ, ଆମର ଅଭିଜ୍ଞତା ଓ ବିଶେଷତା ବାଣ୍ଟିବୁ, ଆମର ସମ୍ପଦକୁ ସମଗ୍ର ମାନବ ସମାଜକୁ କରୋନା ମହାମାରୀ ବିରୋଧୀ ସଂଗ୍ରାମ ନିମନ୍ତେ ସହଯୋଗ କରିବୁ ।
ବନ୍ଧୁଗଣ!
ଆଜି ଆମେ ଯେତେବେଳେ ରାଇସିନା ବାର୍ତ୍ତାଳାପ ପାଇଁ ଚଳିତ ବର୍ଷ ଭର୍ଚୁଆଲ ମୋଡ଼ରେ ଏକତ୍ରିତ ହୋଇଛେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଜଣାଉଛି ଯେ ଏଭଳି ମାନବିକତା କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଇବା ନିମନ୍ତେ ଆପଣମାନେ ନିଜର ସାମର୍ଥ୍ୟର ସ୍ୱର ଉଦ୍ରେକ କରନ୍ତୁ । ଏହି ସ୍ୱର ସର୍ବତ୍ର ଶୁଭିବା ଉଚିତ । ହୁଏତ ଆମେ ଏବେ ଯେଉଁ ପ୍ଲାନ-ଏ ଏବଂ ପ୍ଲାନ-ବି କରୁଛେ ଆମକୁ ଭାବିବାକୁ ହେବ ଯେ ଏଥିପାଇଁ କୌଣସି ପ୍ଲାନ- ବି ନାହିଁ । ଆମେ କେବଳ ଗୋଟିଏ ବିଶ୍ୱରେ ହିଁ ବସବାସ କରୁଛୁ । ତେଣୁ ଆମକୁ ସ୍ମରଣ ରଖିବାକୁ ହେବ ଯେ ଆମର ଭବିଷ୍ୟତ ପିଢ଼ି ନିମନ୍ତେ ଆମେ କେବଳ ଟ୍ରଷ୍ଟି ଭାବେ ଏହାକୁ ସୁରକ୍ଷିତ ରଖିବାକୁ ପଡ଼ିବ ଓ ତାହା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ । ମୁଁ ଆଜି ଆପଣମାନଙ୍କ ମନରେ ଏହି ଭାବନା ଉଦ୍ରେକ କରି ଆପଣମାନଙ୍କ ଠାରୁ ବିଦାୟ ନେବାକୁ ଚାହେଁ ଏବଂ ଆଶା କରୁଛି ଯେ ଆଗାମୀ କିଛି ଦିନ ପାଇଁ ଆପଣମାନେ ଏଠାରେ ନାନା ପ୍ରକାର ଉପାଦେୟ ଆଲୋଚନା କରିବେ । ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ, ମୁଁ ସମସ୍ତ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଯେଉଁମାନେ ସେମାନଙ୍କର ନିଜ ବକ୍ତବ୍ୟ ମାଧ୍ୟମରେ ଏହି ଆଲୋଚନାକୁ ପୁଷ୍ଟ କରିବେ । ରୁଆଣ୍ଡାର ମହାନୁଭବ ରାଷ୍ଟ୍ରପତି ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ଉପସ୍ଥିତି ଯୋଗୁ ଏହି ଅଧିବେଶନ ଓ ଆଲୋଚନାକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିଛନ୍ତି । ଏଥି ସହିତ ମୁଁ ମୋର ବନ୍ଧୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏବଂ ୟୁରୋପୀୟ ସଂଘର ଅଧ୍ୟକ୍ଷ ପରେ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।
ପରିଶେଷରେ, ଏହି ଆଲୋଚନା ସହିତ ସଂଶ୍ଳିଷ୍ଟ ସମସ୍ତଙ୍କ ସଂଗଠନଙ୍କୁ ମୋର କୃତଜ୍ଞତା ଓ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ସେମାନେ ଚଳିତ ବର୍ଷ ରାଇସିନା ବାର୍ତ୍ତାଳାପକୁ ସକଳ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ସଫଳ କରିବା ଦିଗରେ ସେମାନଙ୍କର ସମସ୍ତ ସାମର୍ଥ୍ୟ ଓ ପ୍ରୟାସର ଉପଯୋଗ କରିଛନ୍ତି ।
ଆପଣମାନଙ୍କୁ ଧନ୍ୟବାଦ । ଅନେକ ଅନେକ ଧନ୍ୟବାଦ ।
******
SS
Addressing the @raisinadialogue. https://t.co/SQY8EDvjUU
— Narendra Modi (@narendramodi) April 13, 2021
This edition of Raisina Dialogue takes place at a watershed moment in human history.
— PMO India (@PMOIndia) April 13, 2021
A global pandemic has been ravaging the world for over a year: PM @narendramodi
Today, I submit to you that this was the wrong question.
— PMO India (@PMOIndia) April 13, 2021
As a result, all the steps taken were like treating a patient’s symptoms without addressing the underlying causes: PM @narendramodi
But, under the shadow of the two Wars, they were aimed at answering only one question.
— PMO India (@PMOIndia) April 13, 2021
How to prevent the Third World War? - PM @narendramodi
The horrors of the First and Second World Wars compelled the emergence of a new world order.
— PMO India (@PMOIndia) April 13, 2021
After the end of the Second World War, over the next few decades, many structures and institutions were created: PM @narendramodi
So, what would have been the right questions?
— PMO India (@PMOIndia) April 13, 2021
They could have included:
Why do we have famines and hunger?
Why do we have poverty?
Or, most fundamentally:
Why can’t we cooperate to address problems that threaten the entire humanity? - PM @narendramodi
During this pandemic, in our own humble way, within our own limited resources, we in India have tried to walk the talk
— PMO India (@PMOIndia) April 13, 2021
We have tried to protect our own 1.3 billion citizens from the pandemic
At the same time, we have also tried to support pandemic response efforts of others: PM
We understand fully, that mankind will not defeat the pandemic unless all of us, everywhere, regardless of the colour of our passports, come out of it.
— PMO India (@PMOIndia) April 13, 2021
That is why, this year, despite many constraints, we have supplied vaccines to over 80 countries: PM @narendramodi
While we may be used to having “Plan A” and “Plan B”, there is no Planet B.
— PMO India (@PMOIndia) April 13, 2021
Only Planet Earth.
And so, we must remember that we hold this planet merely as trustees for our future generations: PM @narendramodi