Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ରନ ଫର ରିଓ” ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ର ପାଇଁ ସର୍ବୋତ୍ତମ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଆହ୍ଵାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ “ରନ ଫର ରିଓ” ଗଣଦୌଡକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀ ନିଜ ସ୍ଥାନ ହାସଲ କରିବା ପାଇଁ ଖୁବ ପରିଶ୍ରମ କରିଛନ୍ତି ଏବଂ ସେମାନେ ରିଓ ଅଲିମ୍ପିକ୍ସ କ୍ରୀଡାରେ ଦେଶ ପାଇଁ ନିଶ୍ଚିତ ଭାବରେ ନିଜର ସର୍ବୋତ୍ତମ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବେ । ଭାରତୀୟ ଖେଳାଳୀମାନେ ବିଶ୍ୱବାସୀଙ୍କ ହୃଦୟ ଜୟ କରିପାରିବେ ଏବଂ ଭାରତ କଣ ତାହା ବିଶ୍ୱବାସୀଙ୍କୁ ଦେଖାଇଦେଇ ପାରିବେ ବୋଲି ମୋର ବିଶ୍ୱାସ ।

2020ରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ କ୍ରୀଡା ପାଇଁ ଆଜିଠାରୁ ପ୍ରସ୍ତୁତ ହେବା ଲାଗି ସେ ଦେଶର କ୍ରୀଡାବିତ ମାନଙ୍କୁ ଆହ୍ୱାନ କରିଥିଲେ । ଦେଶର ପ୍ରତ୍ୟେକ ଜିଲ୍ଲାରୁ ଅନ୍ତତଃ ଜଣେ ଖେଳାଳୀ ପରବର୍ତ୍ତୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ସକାଶେ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

କ୍ରୀଡାବିତମାନେ ରିଓ ବାତାବରଣ ସହ ନିଜକୁ ଖାପ ଖୁଆଇ ଯେପରି ଖେଳି ପାରିବେ ସେଥିପାଇଁ ଏଥର ଭାରତୀୟ ଦଳକୁ ଆଗରୁ ପଠାଯାଇଛି ।

ପ୍ରଧାନମନ୍ତ୍ରୀ ସମସ୍ତ ଖେଳାଳୀଙ୍କୁ ଶୁଭକାମନା ଜଣାଇବା ସହ ଖେଳ ଜୀବନର ଏକ ଆବଶ୍ୟକତା ଏବଂ ସମସ୍ତେ ଖେଳନ୍ତୁ ଓ ପ୍ରସନ୍ନ ରହନ୍ତୁ ବୋଲି କହିଥିଲେ ।

ପରେ ପ୍ରଧାନମନ୍ତ୍ରୀ ଅଲିମ୍ପିକ୍ସ କ୍ରୀଡା ସମ୍ପର୍କିତ ସୂଚନା ପୁସ୍ତକ ଉନ୍ମୋଚନ କରିବା ସହ “ରନ ଫର ରିଓ” ଗଣଦୌଡକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।