ଭାରତର ଶତ ପ୍ରତିଶତ ଉଠାଣ ଲାଗି ଏକ ଦୀର୍ଘକାଳୀନ ବୁଝାମଣା ସହିତ ରକ ଫସଫେଟ ଏବଂ ଏମଓପିର ଖନନ ଏବଂ ପରିସ୍କରଣ ତଥା ଫସଫରିକ ଏସିଡ /ଡିଏପି/ଏନପିକେ ସାର ଉତ୍ପାଦନ ଲାଗି ଜୋର୍ଡାନରେ କାରଖାନା ପ୍ରତିଷ୍ଠାନ କରିବା ସକାଶେ ଭାରତ ଏବଂ ଜୋର୍ଡାନ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ହେବ । ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଏହି ଏମଓୟୁ ଦ୍ୱାରା ଦେଶର ଆବଶ୍ୟକତା ପୂରଣ ଲାଗି ଉଚିତ ମୂଲ୍ୟରେ କଂଚା ମାଲ, ମଧ୍ୟବର୍ତ୍ତୀ ଉତ୍ପାଦ ଏବଂ ପ୍ରସ୍ତୁତ ହୋଇଥିବା ପିଏଣ୍ଡକେ ସାରର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିବ ।
**********