ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (02.08.2016) ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଦେଶର ଜନସାଧାରଣଙ୍କ ସହ ସୁସଂପର୍କ ରକ୍ଷା କରିବା ପାଇଁ ହେଲେ ପାରିପାର୍ଶ୍ଵିକ ସ୍ଥିତି ଏବଂ ପରିସ୍ଥିତି ପ୍ରତି ସମ୍ବେଦନଶୀଳ ରହିବାକୁ ଉପଦେଶ ଦେଇଛନ୍ତି ।
ସହକାରୀ ସଚିବମାନଙ୍କର ପ୍ରାରମ୍ଭିକ ଅଧିବେଶନରେ 2014 ବ୍ୟାଚ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ପ୍ରଶିକ୍ଷଣ ସମୟରେ ହାସଲ କରିଥିବା ଦକ୍ଷତା ଏବଂ ଅଧ୍ୟୟନକୁ ସମୃଦ୍ଧ କରିବା ପାଇଁ ଏହା ଏକ ପ୍ରମୁଖ ସୁଯୋଗ । ଆଗାମୀ ତିନି ମାସ ମଧ୍ୟରେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି କରି ନିଜ ଦକ୍ଷତା ପ୍ରଦର୍ଶନ କରିବାକୁ ସେ ଉପଦେଶ ଦେଇଥିଲେ । ଶାସନ ନୀତିରେ ଜ୍ଞାନ କୌଶଳର ଗୁରୁତ୍ୱ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଯୁବ ଅଧିକାରୀମାନଙ୍କୁ ସରକାରଙ୍କ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହାର ଆଧୂନିକୀକରଣ ଉପରେ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ ।
ସାଂପ୍ରତିକ ପ୍ରଶାସନିକ ବ୍ୟବସ୍ଥା ସ୍ତର ସମ୍ପର୍କରେ ବିସ୍ମୟ ପ୍ରକାଶ ନକରି ସେମାନେ ଆଗାମୀ ତିନି ମାସ ମଧ୍ୟରେ ଉପରିସ୍ଥ ଅଧିକାରୀମାନଙ୍କ ସହ ବିନା ଭୟରେ ସ୍ପଷ୍ଟ ମତ ବିନିମୟ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ 2013 ମସିହାରୁ ଏହି ନୂତନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିଜ କାର୍ଯ୍ୟ ଆରମ୍ଭରୁ ହିଁ କେନ୍ଦ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି ଯାହା ତାଙ୍କ ସିନିୟରମାନଙ୍କୁ ମିଳିପାରିନାହିଁ ।
କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।