ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ବିଶେଷ କରି ଭାରତର ଯୁବପୀଢିଙ୍କୁ ସୀମାବର୍ତ୍ତୀ ଗାଁଗୁଡିକୁ ଯିବାକୁ ଆହ୍ୱାନ ଦେଇଛନ୍ତି ।
ଏହା ଯୁବପୀଢିଙ୍କୁ ବିଭିନ୍ନ ସଂସ୍କୃତି ସହ ପରିଚିତ ହେବା ସହ ସେଠାରେ ରହୁଥିବା ଲୋକଙ୍କ ଆତିଥେୟତା ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଅମୃତ ମହୋତ୍ସବ ଟ୍ୱିଟର ହ୍ୟାଣ୍ଡଲ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦେଇଛି, ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଅନ୍ତର୍ଗତ ଓଡିଶାର କିଛି ଯୁବକଯୁବତୀ କିବିଥୁ ଓ ତୁତିଂ ଗାଁ ପରିଦର୍ଶନ କରିଛନ୍ତି ।
ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଯୁବପୀଢିଙ୍କୁ ଉତ୍ତର ପୂର୍ବାଞ୍ଚଳର ଜୀବନଶୈଳୀ, ଜନଜାତି, ଲୋକ ସଂଗୀତ ଓ ହସ୍ତଶିଳ୍ପ ସମ୍ପର୍କରେ ଜାଣିବା ତଥା ସେଠାକାର ସ୍ଥାନୀୟ ଖାଦ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ତଲ୍ଲୀନ ହେବାର ସୁଯୋଗ ପ୍ରଦାନ କରୁଛି ।
ଅମୃତ ମହୋତ୍ସବର ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ନିଶ୍ଚିତ ଭାବରେ ଏକ ସ୍ମରଣୀୟ ଅଭିଜ୍ଞତା । ମୁଁ ଅନ୍ୟମାନଙ୍କୁ ବିଶେଷ କରି ଭାରତର ଯୁବପୀଢିଙ୍କୁ ସୀମାବର୍ତ୍ତୀ ଗାଁଗୁଡିକୁ ଯିବାକୁ ଆହ୍ୱାନ ଜଣାଉଛି । ଏହା ଆମ ଯୁବପୀଢିଙ୍କୁ ବିଭିନ୍ନ ସଂସ୍କୃତି ସହିତ ପରିଚିତ ହେବାରେ ଏବଂ ସେଠାରେ ରହୁଥିବା ଲୋକଙ୍କ ଆତିଥେୟତା ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ ।”
Must have been a memorable experience. I would urge others, particularly the youth of India, to visit border villages. It would acquaint our youth with different cultures and give them an opportunity to experience the hospitality of those living there. https://t.co/9NwzhvdrAn
— Narendra Modi (@narendramodi) April 11, 2023
SR