Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯକ୍ଷ୍ମା ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯକ୍ଷ୍ମା ନିରାକରଣ ମହତ୍ୱାକାଂକ୍ଷୀ ମିଶନରେ ଯୋଗଦାନ କରିଥିବା ପ୍ରତ୍ୟେକଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି । ସେ ଏକ ସୁସ୍ଥ ଏବଂ ଯକ୍ଷ୍ମାମୁକ୍ତ ଭାରତ ପାଇଁ ପଥ ପ୍ରସ୍ତୁତ କରୁଥିବା ତୃଣମୂଳ ସ୍ତରରେ ପ୍ରୟାସର ବର୍ଦ୍ଧିତ ଗତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡାଙ୍କ ପକ୍ଷରୁ କରାଯାଇଥିବା ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି:

“ଯକ୍ଷ୍ମା ବିରୁଦ୍ଧରେ ଲଢ଼େଇକୁ ମଜବୁତ କରୁଥିବା ଏବଂ ଯକ୍ଷ୍ମାମୁକ୍ତ ଭାରତ ପାଇଁ ଯୋଗଦାନ ଦେଉଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି । ଏହା ଉଲ୍ଲେଖନୀୟ ଯେ ଏହି ପ୍ରୟାସ କିପରି ତୃଣମୂଳ ସ୍ତରରେ ଅଗ୍ରଗତି କରୁଛି ଏବଂ ଏହା ଦ୍ୱାରା ଏକ ସୁସ୍ଥ ଭାରତର ନିର୍ମାଣ ସୁନିଶ୍ଚିତ ହେଉଛି ।”

 

SR