Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୋ ହୃଦୟରେ ରାଜକୋଟ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟ ସହ ତାଙ୍କ ପୁରୁଣା ସମ୍ପର୍କକୁ ମନେପକାଇ ପୂର୍ବରୁ କରିଥିବା ଏକ ପୋଷ୍ଟକୁ ଏକ୍ସରେ ସେୟାର କରିଛନ୍ତି ।

ଏହି ପୋଷ୍ଟ ଏକ ବିଶେଷ ମୂହୁର୍ତ୍ତକୁ ମନେପକାଇଥାଏ, ଯେତେବେଳେ ଠିକ୍ ୨୨ ବର୍ଷ ତଳେ ୨୦୦୨ ଫେବ୍ରୁଆରୀ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ବିଧାୟକ ଭାବେ ଗୁଜରାଟ ବିଧାନସଭାକୁ ଯାଇଥିଲେ ଏବଂ ରାଜକୋଟ-୨ ବିଧାନସଭା ନିର୍ବାଚନମଣ୍ଡଳୀରୁ ଏକ ଉପନିର୍ବାଚନ ଜିତିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ରାଜକୋଟ ପାଇଁ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ସହରର ଲୋକେ ହିଁ ମୋତେ ଭରସା କରିଥିଲେ ଏବଂ ମୋତେ ପ୍ରଥମ ଥର ନିର୍ବାଚନରେ ଜିତାଇଥିଲେ । ସେତେବେଳେ ମୁଁ ସବୁବେଳେ ଜନତା ଜନାର୍ଦ୍ଦନଙ୍କ ଆକାଂକ୍ଷା ସହ ନ୍ୟାୟ କରିବା ପାଇଁ କାମ କରିଛି । ଏହା ଏକ ସୁଖଦ ସଂଯୋଗ ଯେ ମୁଁ ଆଜି ଏବଂ କାଲି ଗୁଜରାଟରେ ରହିବି । ଏଠାରେ ଏକ କାର୍ଯ୍ୟକ୍ରମରେ ଦେଶ ପାଇଁ ୫ଟି ଏମ୍ସର ଉଦ୍‌ଘାଟନ କରାଯିବ ।’

 SR