ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେ ପୁଣି ଥରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ମୋର ବନ୍ଧୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଭଲ ବାର୍ତ୍ତାଳାପ କରି, ତାଙ୍କୁ ତାଙ୍କର ଉଲ୍ଲେଖନୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଲି । ଟେକ୍ନୋଲୋଜି, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପୁଣି ଥରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।”
SR
Had a great conversation with my friend, President @realDonaldTrump, congratulating him on his spectacular victory. Looking forward to working closely together once again to further strengthen India-US relations across technology, defence, energy, space and several other sectors.
— Narendra Modi (@narendramodi) November 6, 2024