ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୋଜାମ୍ବିକ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ ଏବଂ କେନିଆ ଯାତ୍ରାର ଅବ୍ୟବହିତ ପୂର୍ବରୁ ଦେଇଥିବା ବକ୍ତବ୍ୟ ନିମ୍ନରେ ପ୍ରଦତ୍ତ କରାଗଲା
“ଗୁରୁବାର ଜୁଲାଇ 7 ତାରିଖ ରେ ମୁଁ ମୋଜାମ୍ବିକରେ ଥିବି । ମୋ ଯାତ୍ରାର ଲକ୍ଷ୍ୟ ହେଉଛି ପରସ୍ପର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସାଂସ୍କୃତିକ ସଂପର୍କକୁ ଅଧିକ ସମୃଦ୍ଧ କରିବା । ମୁଁ ରାଷ୍ଟ୍ରପତି ଫିଲିପେ ନ୍ୟୁସିଙ୍କ ସହିତ ସାକ୍ଷାତ କରି ତାଙ୍କ ସହିତ ବ୍ୟାପକ ଆଲୋଚନା କରିବି’ ।
ମୋର ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକ ମଧ୍ୟରେ National Assembly ର ରାଷ୍ଟ୍ରପତି ସୁଶ୍ରୀ ଭେରୋନିକା ମକାମୋଙ୍କ ସାକ୍ଷାତ କରିବା ସହିତ ମାଲୁଆନାସ୍ଥିତ ବିଜ୍ଞାନ ଓ କାରିଗରୀ ବିଦ୍ୟା ପାର୍କ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରିବି ।
ମୁଁ ମଧ୍ୟ ଭାରତୀୟ ସଂପ୍ରଦାୟଙ୍କ ସହିତ ସଂକ୍ଷିପ୍ତ ଆଲୋଚନା କରିବି ।
ଜୁଲାଇ 7 ତାରିଖ ସନ୍ଧ୍ୟାରେ ମୁଁ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ପହଞ୍ଚିବି । ଦକ୍ଷିଣ ଆଫ୍ରିକା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର, ଯାହା ସହିତ ଆମର ଐତିହାସିକ ବନ୍ଧୁତ୍ୱ ଅତ୍ୟନ୍ତ ଗଭୀର ଭାବେ ରହିଛି । ମୋର ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ, ଜୋହାନସବର୍ଗ, ଡର୍ବାନ ଏବଂ ପିଟରମାରିଜବର୍ଗରେ କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ରହଣୀ ସମୟରେ ତାଙ୍କ ଉପରେ ଏବଂ ବିଶ୍ୱ ଇତିହାସ ଉପରେ ପଡିଥିବା ପ୍ରଭାବର ମୁକସାକ୍ଷୀ ହେଉଛି ଇତିହାସ । ଜଣେ ଓକିଲ ଭାବେ କାମଧନ୍ଦା ଅନ୍ୱେଷଣରେ ସେ ଦକ୍ଷିଣ ଆଫ୍ରିକା ଯାଇଥିଲେ ଏବଂ ମାନବ ଜାତିର ଇତିହାସ ଗଠନ କରି ମାନବିକ ମୂଲ୍ୟବୋଧର ଜଣେ ଦୃଢ ସମର୍ଥକ ସାଜିଥିଲେ ।
ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ରହଣୀ ସମୟରେ ତାଙ୍କ ସହିତ ଅତି ନିକଟତର ଦୁଇଟି ପ୍ରମୁଖ ସ୍ଥାନ ଫୋଏନିକ୍ସ ଆଶ୍ରମ ଏବଂ ପିଟରମାରିଜବର୍ଗ ଷ୍ଟେସନ ଯିବାର ଗୌରବ ମୋତେ ମିଳିବ । ଅତିପ୍ରିୟ ମାଡିବାଙ୍କୁ ସ୍ମରଣ ନ କଲେ ମୋର ଦକ୍ଷିଣ ଆଫ୍ରିକା ଗସ୍ତ ଅସଂପୂର୍ଣ୍ଣ ବୋଲି ଧରାଯିବ । Constitutional Hill ଏବଂ ନେଲସନ ମାଣ୍ଡେଲା ଫାଉଣ୍ଡେସନ ଯିବାର ଗୌରବ ମଧ୍ୟ ମୋତେ ମିଳିବ । ସେଠାରେ ମୁଁ ମାନବ ଇତିହାସର ମୂର୍ତ୍ତିମନ୍ତ ପ୍ରତୀକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି ଯିଏକି ତାଙ୍କ ଦେଶ ଏବଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇଛନ୍ତି ।
ମୋ ଗସ୍ତ ସମୟରେ ମୁଁ ରାଷ୍ଟ୍ରପତି ଜାକୋବ ଜୁମାଙ୍କୁ ସାକ୍ଷାତ କରିବି । ମୁଁ ଉପରାଷ୍ଟ୍ରପତି ମିଷ୍ଟର ସାଇରିଲ ରାମାଫୋସାଙ୍କ ସହିତ ମଧ୍ୟ ଭେଟିବି ।
ଆମର ଅର୍ଥନୈତିକ ସଂପର୍କକୁ ପ୍ରୋତ୍ସାହିତ କରିବା ପଦକ୍ଷେପ ସ୍ୱରୂପ ମୁଁ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟବସାୟିକ ସମାବେଶକୁ ସମ୍ବୋଧନ କରିବି । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଡର୍ବାନ ସିଟି ହଲଠାରେ ଡର୍ବାନ ମେୟରଙ୍କ ଦ୍ୱାରା ଆୟୋଜିତ ଏକ ଅଭ୍ୟର୍ଥନା ସମାରୋହରେ ଯୋଗ ଦେବି ଏବଂ ଡର୍ବାନର ଆଲୁମ୍ନି ନେଟୱାର୍କ ସହିତ ସାକ୍ଷାତ କରିବି ।
ଦକ୍ଷିଣ ଆଫ୍ରିକା ହେଉଛି ଏକ ବୃହତ ଭାରତୀୟ ସଂପ୍ରଦାୟଙ୍କ ଘର, ଯେଉଁମାନେ କି ବର୍ଷ ବର୍ଷ ଧରି ଦକ୍ଷିଣ ଆଫ୍ରିକାରେ ରହିଆସିଛନ୍ତି । ଭାରତୀୟ ସଂପ୍ରଦାୟଙ୍କ ସହିତ ଜୋହାନସବର୍ଗଠାରେ ଜୁଲାଇ 8 ତାରିଖରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମୁଁ ଆପଣମାନଙ୍କୁ ଆମନ୍ତ୍ରିତ କରୁଛି ଯେ ମୋର ଅଭିଭାଷଣ ପାଇଁ ଆପଣମାନେ ନିଜର ଭାବନା ଏବଂ ଅନ୍ୟାନ୍ୟ ବିଷୟରେ ‘ନରେନ୍ଦ୍ର ମୋଦି ମୋବାଇଲ ଆପ’ ରେ ପଠାନ୍ତୁ ।
ଜୁଲାଇ 10 ତାରିଖ ରବିବାର ଦିନ ସଂକ୍ଷିପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ମୁଁ ତାଞ୍ଜାନିଆ ଯିବି । ସେଠାରେ ଆଫ୍ରିକା ମହାଦେଶର ଜଣେ ମହତ୍ତ୍ୱପୂର୍ଣ୍ଣ ବନ୍ଧୁ ଭାବେ ତାଞ୍ଜାନିଆ ସହିତ ସମ୍ବନ୍ଧକୁ ଅଧିକ ପ୍ରୋତ୍ସାହିତ କରିବି ।
ସେଠାରେ ରାଷ୍ଟ୍ରପତି ଡଃ.ଜନ ମାଗୁଫୁଲିଙ୍କ ସହିତ ସାକ୍ଷାତ କରିବି ଏବଂ ଭାରତ- ତାଞ୍ଜାନିଆ ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହେବ । ମୁଁ ‘ସୋଲାର ମାମାଜ’ ଗୋଷ୍ଠୀକୁ ଭେଟିବି । ଏହା ହେଉଛି ଆଫ୍ରିକାର ଗ୍ରାମାଂଚଳ ମହିଳା ସୋଲାର ଇଞ୍ଜିନିୟରମାନଙ୍କ ଏକ ଗୋଷ୍ଠୀ, ଯେଉଁମାନେ କି ଭାରତ ସରକାରଙ୍କ ସହାୟତାରେ ସୌର ଲଣ୍ଠନ ନିର୍ମାଣ, ତାଞ୍ଜାନିଆର ଗାଁ ଗାଁ ରେ ସୌର ଲଣ୍ଠନ ଲଗାଇବା, ଏହାର ବ୍ୟବହାର, ମରାମତି ଏବଂ ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ନେଇଛନ୍ତି ।
ମୁଁ ମଧ୍ୟ ଭାରତୀୟ ସଂପ୍ରଦାୟଙ୍କ ସହିତ ଆଲୋଚନା କରିବି ।
ଜୁଲାଇ 10 ତାରିଖ ସନ୍ଧ୍ୟାରେ ମୋର କେନିଆ ଗସ୍ତ ଆରମ୍ଭ କରିବି । ଭାରତ-କେନିଆ ବନ୍ଧୁତ୍ୱ କାଳ ସହିତ ତାଳଦେଇ ଚାଲିଛି ଏବଂ ସମୟର କଷଟି ପଥରରେ ପରୀକ୍ଷିତ । ଦୁଇ ଦେଶ ମଧ୍ୟରେ ଜନ-ଜନ ବନ୍ଧୁତ୍ୱ ରହିଛି ଏବଂ ପୂର୍ବ ଶତାବ୍ଦୀଗୁଡିକରେ ଦୁଇ ଦେଶ ଉପନିବେଶବାଦକୁ ନେଇ ମିଳିମିଶି ଲଢେଇ କରିଥିଲେ ଯାହା ସଫଳ ମଧ୍ୟ ହୋଇଥିଲା ।
ରାଷ୍ଟ୍ରପତି ଉହୁରୁ କେନିୟାଟ୍ଟାଙ୍କ ସହିତ ଭାରତ-କେନିଆ ଦ୍ୱିପକ୍ଷୀୟ ସଂପର୍କ ବୃଦ୍ଧି କରିବା ନେଇ ମୁଁ ବିଚାର ବିମର୍ଶ କରିବି । ମୁଁ ଉତ୍ତମ ବ୍ୟାପାର, ଭାରତ ଏବଂ କେନିଆ ମଧ୍ୟରେ ବାଣିଜ୍ୟିକ ତଥା ସାଂସ୍କୃତିକ ଭାବର ଆଦାନ-ପ୍ରଦାନ ପାଇଁ କଳ୍ପନା କରିଛି । ଅନେକ ସୁଯୋଗ ରହିଛି ଏବଂ ଆମେ ଦୁଇ ରାଷ୍ଟ୍ର ପରସ୍ପର ମିଶି ଏହାକୁ ହାସଲ କରିବାର ଆବଶ୍ୟକତା ରହିଛି ।
ନାଇରୋବିରେ ମୁଁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବି, ଯାହାଙ୍କୁ କେନିଆରେ ଭକ୍ତି ଓ ସମ୍ମାନ କରାଯାଏ । ମୁଁ ମଧ୍ୟ କେନିଆର ପ୍ରଥମ ରାଷ୍ଟ୍ରପତି ଏବଂ ଆଫ୍ରିକାର ଜଣେ ସମ୍ମାନୀୟ ରାଜନୀତିଜ୍ଞ ମିଜି ଜୋମୋ କେନିୟାଟ୍ଟାଙ୍କୁ ଶ୍ରଦ୍ଧାଞଳି ଜ୍ଞାପନ କରିବି ।
ଭାରତ-କେନିଆ ବ୍ୟବସାୟିକ ଫୋରମ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଠି କେନିଆ ସହିତ ଆମର ଅର୍ଥନୈତିକ ଦୃଷ୍ଟିକୋଣ ସଂପର୍କ ଉପରେ ବିସ୍ତାର ଭାବେ ଆଲୋଚନା କରିହେବ ।
ନାଇରୋବି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ନେଇ ମୁଁ ଅତ୍ୟନ୍ତ ଆଗ୍ରହୀ ।
ପ୍ରବାସୀ ଭାରତୀୟମାନଙ୍କ ସହିତ ସଂପର୍କ ସୁଦୃଢ କରିବା ପାଇଁ ମୁଁ ଜୁଲାଇ 10 ତାରିଖରେ ଏକ ଗୋଷ୍ଠୀଗତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବି । ଏହି ଗସ୍ତ ସମୟରେ ଭାରତୱାଲା ଆଲୁମ୍ନି ଆସୋସିଏସନ ସହିତ ଏକ ବୈଠକ କରିବି । ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ଆମ୍ବୁଲାନ୍ସ ଏବଂ ଭାବାଟ୍ରନର ଯନ୍ତ୍ର ପ୍ରଦାନ କରିବି ।
My Africa tour, aimed at enhancing ties between India & Africa will begin from Mozambique in a brief but key visit. https://t.co/LaOw7lk2fp
— Narendra Modi (@narendramodi) July 6, 2016
My programmes in South Africa will span across Pretoria, Johannesburg, Durban & Pietermaritzburg. Here are details. https://t.co/BTF9fpGRy6
— Narendra Modi (@narendramodi) July 6, 2016
In Tanzania I will hold talks with President Dr. John Magufuli, meet ‘Solar Mamas’ & interact with Indian community. https://t.co/gUqFNIr0Wz
— Narendra Modi (@narendramodi) July 6, 2016
Talks with President @UKenyatta, deliberations on economic & people-to-people ties will be focus of my Kenya visit. https://t.co/PGtDaEWKUU
— Narendra Modi (@narendramodi) July 6, 2016
Inviting you to share ideas via the Mobile App for my speeches at the community programmes in Johannesburg & Nairobi https://t.co/TYuxNO0R6P
— Narendra Modi (@narendramodi) 6 July 2016