Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଦବହୁଳତା ବିରୋଧରେ ସାମୁହିକ ପଦକ୍ଷେପ ନେବାକୁ ମନ୍ କୀ ବାତର ସଦ୍ୟତମ ଏପିସୋଡରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ମେଦବହୁଳତା ହାର ବୃଦ୍ଧି ପାଉଥିବାରୁ ଏହା ବିରୋଧରେ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ଉପରେ ଜୋର୍ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖାଇବା ତେଲ ବ୍ୟବହାର ହ୍ରାସ କରିବା ଦିଗରେ ପ୍ରମୁଖ ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି । ଆନ୍ଦୋଳନ ବ୍ୟାପକ କରିବାକୁ ସେମାନଙ୍କୁ ୧୦ ଜଣ ଲେଖାଏ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଗତକାଲିର ମନ୍ କୀ ବାତ୍‌…ରେ କହିଥିଲି, ମେଦବହୁଳତା ବିରୋଧରେ ଲଢ଼େଇକୁ ମଜବୁତ୍ କରିବାକୁ ଏବଂ ଭୋଜନରେ ଖାଇବା ତେଲର ବ୍ୟବହାର ହ୍ରାସ କରିବା ଦିଗରେ ଜାଗରୁକତା ସୃଷ୍ଟି କରିବା ଦିଗରେ ସହାୟତା କରିବାକୁ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ମନୋନୀତ କରିବାକୁ ଚାହୁଁଛି । ମୁଁ ସେମାନଙ୍କୁ ୧୦-୧୦ ଜଣ ଲୋକଙ୍କୁ ମନୋନୀତ କରିବାକୁ ଅନୁରୋଧ କରୁଛି ଯଦ୍ୱାରାକି ଆମର ଆନ୍ଦୋଳନ ବ୍ୟାପକ ହୋଇପାରିବ!

 

@anandmahindra

 

@nirahua1

 

@realmanubhaker

 

@mirabai_chanu

 

@Mohanlal

 

@NandanNilekani

 

@OmarAbdullah

 

@ActorMadhavan

 

@shreyaghoshal

 

@SmtSudhaMurty

ଆସନ୍ତୁ ଆମେ ସମସ୍ତେ ମିଶି ଭାରତକୁ ଅଧିକ ଫିଟ୍ ଏବଂ ସୁସ୍ଥ ବନାଇବା

#FightObesity”

 

SR