ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କ୍ଲାଉଡିଆ ସେଇନବମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ।
ଏ ସମ୍ପର୍କରେ ଏକ୍ସ ରେ ପୋଷ୍ଟ କରି କହିଛନ୍ତି, ‘ଅଭିନନ୍ଦନ, ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି । ମେକ୍ସିକୋର ଜନସାଧାରଣଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ଏଥି ସହ ରାଷ୍ଟ୍ରପତି ଲୋପେଜବ୍ରେଡରଙ୍କ ମହାନ ନେତୃତ୍ୱକୁ ମଧ୍ୟ ଶ୍ରଦ୍ଧାଞ୍ଜଳି । ମିଳିତ ବିକାଶ ଦିଗରେ ସହଯୋଗିତା ଜାରି ରଖିବା ପ୍ରତି ଆଶାୟୀ ରହିଛି ।’
SR