Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଜୋରାମର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମର ଜନସାଧାରଣଙ୍କୁସେମାନଙ୍କ ରାଜ୍ୟର ସ୍ଥାପନା ଦିବସରେ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ମିଜୋ ସଂସ୍କୃତି ଐତିହ୍ୟ ଏବଂ ସଦଭାବରଏକ ସୁନ୍ଦର ମେଳ ଦର୍ଶାଇଥାଏ । ସେ ଏହା ମଧ୍ୟ କାମନା କରିଛନ୍ତିଯେ, ମିଜୋରାମ ନିରନ୍ତର ସମୃଦ୍ଧ ହେଉ ଏବଂ ଆସନ୍ତା ଦିନରେ ଶକ୍ତି, ବିକାଶ ଓ ପ୍ରଗତିର ଯାତ୍ରା ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ମିଜୋରାମର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟର ସ୍ଥାପନାଦିବସରେ ଶୁଭେଚ୍ଛା! ଏହି ଜୀବନ୍ତ ରାଜ୍ୟ ନିଜର ମନମୋହନଦୃଶ୍ୟାବଳୀ, ଗଭୀର ସମ୍ପର୍କ ଥିବା ପରମ୍ପରା ଏବଂ ନିଜଜନସାଧାରଣଙ୍କ ଉତ୍ସାହ ମନୋଭାବ ପାଇଁ ବେଶ୍ ପରିଚିତ । ମିଜୋସଂସ୍କୃତି ଐତିହ୍ୟ ଓ ସଦଭାବର ଏକ ସୁନ୍ଦର ସମନ୍ୱୟ ଦର୍ଶାଇଥାଏ ।ମିଜୋରାମର ସମୃଦ୍ଧି ଜାରି ରହୁ ଏବଂ ଆସନ୍ତା ଦିନ ମାନଙ୍କରେ ଶାନ୍ତି, ବିକାଶ ଓ ପ୍ରଗତିର ଏହାର ଯାତ୍ରା ଆହୁରି ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।”

SR