Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଆଁମାର ଏବଂ ଥାଇଲ୍ୟାଣ୍ଡ୍‌ରେ ହୋଇଥିବା ଭୂମିକମ୍ପ ଉପରେ ଉଦ୍‌ବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଘଟିଥିବା ବିନାଶକାରୀ ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ।

ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ସେ ହୃଦୟର ସହିତ ପ୍ରାର୍ଥନା କରିଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ ଏହି ବିପଦ ସମୟରେ ମିଆଁମାର ଏବଂ ଥାଇଲ୍ୟାଣ୍ଡର ସରକାର ଏବଂ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଭୂମିକମ୍ପ ପରେ ପରିସ୍ଥିତି ଯୋଗୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ ଆମର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏଥିସହ ଏମ୍‌ଇଏକୁ ମିଆଁମାର ଏବଂ ଥାଇଲ୍ୟାଣ୍ଡ ସରକାରଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।”

 

SR