Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାର୍ଚ୍ଚ ୪ରେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୪ ତାରିଖ ପ୍ରାୟ ୧୨ ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଅଂଶ ଗ୍ରହଣ କରିବେ । ଏହି ୱେବିନାର ଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏମଏସଏମଇ, ଉତ୍ପାଦନ, ରପ୍ତାନୀ ଏବଂ ନ୍ୟୁକ୍ଲିଅର ଏନର୍ଜି ମିସନ, ନିୟାମକ, ନିବେଶ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସ ସଂସ୍କାର ଆଦି ପ୍ରସଙ୍ଗରେ ଅନୁଷ୍ଠିତ ହେବ । ଏହି ଅବସରରେ ସମାବେଶକୁ ମଧ୍ୟ ଶ୍ରୀ ମୋଦୀ ସମ୍ବୋଧିତ କରିବେ ।

ଭାରତର ଉଦ୍ୟୋଗ, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ରର ରଣନୀତିକ କୌଶଳ ସମ୍ପର୍କରେ ଜାଣିବାକୁ ସରକାରୀ ଅଧିକାରୀ, ଉଦ୍ୟୋଗ ନେତୃତ୍ୱ ଏବଂ ବାଣିଜ୍ୟ ବିଶେଷଜ୍ଞମାନଙ୍କ ପାଇଁ ୱେବିନାର ଏକ ସହଯୋଗୀ ମଞ୍ଚ ଭାବେ କାର୍ଯ୍ୟ କରିବ । ପରିବର୍ତ୍ତନକାରୀ ବଜେଟର ପଦକ୍ଷେପ ଗୁଡ଼ିକର ବିନାବାଧାରେ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ସକାଶେ ପାଇଁ ଆଲୋଚନାଗୁଡ଼ିକ ବିଶେଷ ଭାବେ ନୀତି କାର୍ଯ୍ୟକାରୀ, ନିବେଶ ସୁବିଧା, ଟେକ୍ନୋଲୋଜି ଗ୍ରହଣ କରିବା ଇତ୍ୟାଦି ପ୍ରସଙ୍ଗରେ ଅନୁଷ୍ଠିତ ହେବ । ବଜେଟ ଘୋଷଣାନାମା ଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଲକ୍ଷ୍ୟରେ ୱେବିନାରରେ ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଔଦ୍ୟୋଗିକ ପ୍ରତିନିଧି ଏବଂ ବିଷୟବସ୍ତୁ ବିଶେଷଜ୍ଞମାନେ ସାମିଲ ହେବେ ।

SR