ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତ ମାର୍ଚ୍ଚ ୧୧ ତାରିଖ, ୨୦୨୪ ତାରିଖ ଦିନ ହରିଆନାର ଗୁରୁଗ୍ରାମ ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ପ୍ରଧାନମନ୍ତ୍ରୀ ସେଠାରେ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟରେ ବିଭିନ୍ନ ରାଜ୍ୟରେ ନିର୍ମିତ ୧୧୨ଗୋଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ।
ଏହା ଦିଲ୍ଲୀ ଏବଂ ଗୁରୁଗ୍ରାମ ମଧ୍ୟରେ ଜାତୀୟ ରାଜପଥ ୪୮ରେ ଯାନବାହନ ଚଳାଚଳକୁ ସହଜସାଧ୍ୟ କରିବା ଏବଂ ଟ୍ରାଫିକ୍ ଭିଡ଼ ରୋକିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ଦ୍ୱାରକା ଏକ୍ସପ୍ରେସୱେର ହରିଆଣା ସେକ୍ସନକୁ ମଧ୍ୟ ଉଦ୍ଘାଟନ କରିବେ । ୧୯ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥର ଏହି ହରିଆନା ସେକ୍ସନ ଆଠଲେନ୍ ବିଶିଷ୍ଟଏବଂ ତାହା ୪,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏବଂ ସେଥିରେ ୧୦.୨ କିଲୋମିଟର ଦୈର୍ଘ୍ୟ ଦିଲ୍ଲୀ- ହରିଆନା ସୀମା ଠାରୁ ବସାଇ ରେଳ ଓଭର ବ୍ରିଜ୍ ଏବଂ ୮.୭ କିଲୋମିଟର ଦୈର୍ଘ୍ୟ ବସାଇ ରେଳ ଓଭରବ୍ରିଜ୍ ଠାର ଖେର୍କୀ ଦୌଲା ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି । ଏହାମଧ୍ୟ ଇନ୍ଦିରାଗାନ୍ଧୀ ଆର୍ନ୍ତଜାତୀକ ବିମାନ ବନ୍ଦର ଏବଂ ଗୁରୁଗ୍ରାମ ବାଇପାସ୍କୁ ସିଧାସଳଖ ସଂଯୋଗ ଯୋଗାଇବ ।
ଅନ୍ୟ ପ୍ରମୁଖ ପ୍ରକଳ୍ପ ଯାହାକି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାର ଅଛି ସେଥି ମଧ୍ୟରେ ୯.୬ କିଲୋମିଟର ଛଅ ଲେନ୍ ବିଶିଷ୍ଟ ସହରାଞ୍ଚଳ ଏକ୍ସଟେନସନ୍ ରୋଡ଼-୨ (ୟୁଇଏ-୨) ପ୍ୟାକେଜ୍ ୩ ଯାହା ନଙ୍ଗଲୋଇ – ନଜାଫଗଡ଼ ରୋଡ଼କୁ ଦିଲ୍ଲୀର ଦ୍ୱାରକା ସେକ୍ଟର ୨୪କୁ ସଂଯୋଗ କରିବ; ଉତ୍ତର ପ୍ରଦେଶର ଲକ୍ଷ୍ନୌ ରିଙ୍ଗ ରୋଡର ତିନିଟି ପ୍ୟାକେଜ୍ ଯାହା ୪,୬୦୦ କୋଟି ଟଙ୍କା ବ୍ୟୟରେ ବିକଶତିତ କରାଯାଇଛି; ଆନ୍ଧ୍ର ପ୍ରଦେଶରେ ଜାତୀୟ ରାଜପଥ ନଂ ୧୬ର ଆନନ୍ଦପୁରମ୍- ପେଣ୍ଡୁର୍ଥି- ଅଣକାପଲ୍ଲୀ ସେକ୍ସନ ଯାହା ୨,୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି; ହିମାଚଳ ପ୍ରଦେଶରେ ଜାତୀୟ ରାଜପଥ ନଂ. ୨୧ର କରାଟପୁର ଠାରୁ ନେରଚୌକ ସେକ୍ସନ (୨ଟି ପ୍ୟାକେଜ୍ରେ) ୩,୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ; କର୍ଣ୍ଣାଟକର ଦୋବାସପେଟ- ହେସକୋଟ ସେକ୍ସନ (ଦୁଇଟି ପ୍ୟାକେଜ୍) ଯାହା ୨,୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ; ଏବଂ ୨୦,୫୦୦ କୋଟି ଟଙ୍କା ବ୍ୟୟରେ ଦେଶର ବିଭିନ୍ନ ରାଜ୍ୟରେ ବିକଶିତ ୪୨ଗୋଟି ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ସାରା ଦେଶରେ ଜାତୀୟ ରାଜପଥର ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ସେଥି ମଧ୍ୟରୁ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ହେଲା ବେଙ୍ଗାଲୁରୁ-କଡାପ୍ପା- ବିଜୟୱାଡ଼ା ଏକ୍ସପ୍ରେସ୍ୱେର ୧୪ଟି ପ୍ରକଳ୍ପ ଯାହା ୧୪,୦୦୦ କୋଟି ଟଙ୍କା ବ୍ୟୟରେ ଆନ୍ଧ୍ର ପ୍ରଦେଶରେ ନିର୍ମାଣ କରାଯିବ, ୮,୦୦୦ କୋଟି ଟଙ୍କା ମୂଲ୍ୟରେ କର୍ଣ୍ଣାଟକରେ ଜାତୀୟ ରାଜପଥ ୭୪୮ଏର ବେଲଗାଓଁ- ହୁଙ୍ଗୁଡ଼- ରାଇଚୁ ସେକ୍ସନର ଛଅଗୋଟି ପ୍ରକଳ୍ପ, ହରିଆନାରେ ସାମଲୀ- ଅମ୍ବାଲା ରାଜପଥରେ ୪,୯୦୦ କୋଟି ଟଙ୍କ ବ୍ୟୟରେ ନିର୍ମିତ ହେବାକୁ ଥିବା ତିନିଗୋଟି ପ୍ରକଳ୍ପ, ପଞ୍ଜାବରେ ୩,୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅମୃତସର- ଭଟିଣ୍ଡା କରିଡୋର୍ର ଦୁଇଟି ପ୍ୟାକେଜ୍ ଏବଂ ୩୨,୭୦୦ କୋଟି ଟଙ୍କା ବ୍ୟୟରେ ଦେଶର ଅନ୍ୟାନ୍ୟ ଭାଗରେ କାର୍ଯ୍ୟକାରୀ ହେବାକୁ ଥିବା ଅନ୍ୟ ୩୯ଗୋଟି ପ୍ରକଳ୍ପ ସାମିଲ ।
ଏହିସବୁ ପ୍ରକଳ୍ପ ଦେଶରେ ଜାତୀୟ ରାଜପଥ ନେଟୱାର୍କର ବିକାଶକୁ ପର୍ଯ୍ୟାପ୍ତ ମାତ୍ରାରେ ସହାୟକ ହେବ ଏବଂ ଦେଶର ସାମାଜିକ – ଆର୍ଥିକ ବିକାଶକୁ ବ୍ୟାପକ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସାରା ଦେଶରେ ବାଣିଜ୍ୟ ବ୍ୟବସାୟକୁ ମଧ୍ୟ ସହାୟକ ହେବ ।
*****
SR