Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାନିଲାରେ ପଞ୍ଚଦଶ(15th) ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ(ନଭେମ୍ବର 14, 2017)

ମାନିଲାରେ ପଞ୍ଚଦଶ(15th) ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ(ନଭେମ୍ବର 14, 2017)

ମାନିଲାରେ ପଞ୍ଚଦଶ(15th) ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ(ନଭେମ୍ବର 14, 2017)

ମାନିଲାରେ ପଞ୍ଚଦଶ(15th) ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ(ନଭେମ୍ବର 14, 2017)


ମହାମହିମ ରାଷ୍ଟ୍ରପତି ଦୁତେର୍ତେ

ମହାନୁଭବମାନେ

ମାନନୀୟ ରାଷ୍ଟ୍ରପତି,

ଆସିଆନ ପ୍ରତିଷ୍ଠା ହେବାର 50ତମ ବର୍ଷ ପୂର୍ତ୍ତିର ଐତିହାସିକ ମୁହୂର୍ତ୍ତରେ ମାନିଲାକୁ ମୋର ପ୍ରଥମ ଗସ୍ତ ପାଇଁ ମୁଁ ଆନନ୍ଦ ଅନୁଭବ କରୁଛି ।

ଆମେ ମଧ୍ୟ ଆସିଆନ-ଭାରତ ବାର୍ତ୍ତାଳାପ ସହଭାଗୀତାର 25 ବର୍ଷ ପୂର୍ତ୍ତି ପାଳନ କରୁଛୁ ।

ଏହି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ଆସିଆନର ସଫଳ ପରିଚାଳନା ପାଇଁ ମୁଁ ଫିଲିଫାଇନ୍ସକୁ ସାଧୁବାଦ ଜଣାଉଛି ଏବଂ ସମ୍ମିଳନୀର ଚମତ୍କାର ଆୟୋଜନ କରିଥିବାରୁ ମାନନୀୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି ।

ଆସିଆନ-ଭାରତ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ରାଷ୍ଟ୍ର ସଂଯୋଜକ ଭାବେ ଭିଏତନାମର ଯୋଗଦାନ ନିମନ୍ତେ ମୁଁ ଭିଏତନାମର ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।

ମହାନୁଭବମାନେ,

ଆସିଆନର ଏହି ଉଲ୍ଲେଖନୀୟ ଯାତ୍ରା ଉତ୍ସବ ପାଳନ ଅପେକ୍ଷା ବାସ୍ତବ ଭାବେ ପ୍ରତିଫଳନଯୋଗ୍ୟ ଅଟେ ।

ଏହି ଐତିହାସିକ ମୁହୂର୍ତ୍ତରେ, ମୋର ବିଶ୍ୱାସ ଯେ ଗୋଟିଏ ଲକ୍ଷ୍ୟ, ଗୋଟିଏ ପରିଚୟ ଏବଂ ଗୋଟିଏ ସ୍ୱାଧୀନ ସମୂହ ଭାବେ ଆସିଆନ ଆହୁରି ସମର୍ପିତ ହୋଇ କାର୍ଯ୍ୟ କରିବ ।

ଆସିଆନ ଚତୁଃପାଶ୍ୱର୍ରେ ଭାରତର ଏକ୍ଟ ଇଷ୍ଟ ନୀତି ରୂପ ନେଇଛି ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଆଂଚଳିକ ସୁରକ୍ଷା ଢାଂଚାକୁ ନେଇ ଏହା କେନ୍ଦ୍ରୀଭୂତ ହୋଇଛି ।

ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରାଜନୈତିକ-ସୁରକ୍ଷା, ଆର୍ଥିକ ଏବଂ ସାଂସ୍କୃତିକ ଭାଗିଦାରୀ ଦିଗରେ ତୃତୀୟ ଆସିଆନ-ଭାରତ କାର୍ଯ୍ୟ ଯୋଜନା ଅଧୀନରେ ସହଯୋଗ ଲାଗି ଆମର ବିସ୍ତୃତ କାର୍ଯ୍ୟସୂଚୀ ଯଥେଷ୍ଟ ଅଗ୍ରଗତି ହାସଲ କରିଛି  ।

ମହାନୁଭବମାନେ,

ହଜାର ହଜାର ବର୍ଷ ପୂର୍ବେ ଭାରତ ଏବଂ ଆସିଆନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ଅତୀତରେ ଆମ ବାଣିଜ୍ୟ ସମ୍ପର୍କକୁ ସଶକ୍ତ କରିଥିଲା ଏବଂ ଏବେ ଏହାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆମକୁ ନିକଟତର ହୋଇ କାର୍ଯ୍ୟ କରିବାକୁ ହେବ । କ୍ଷେତ୍ରୀୟ ସ୍ୱାର୍ଥ ଏବଂ ଏହାର ଶାନ୍ତିପୂର୍ଣ୍ଣ ବିକାଶକୁ ସର୍ବଶ୍ରେଷ୍ଠ ମାନ୍ୟତା ପ୍ରଦାନ କରୁଥିବା ନିୟମ ଆଧାରିତ ଆଂଚଳିକ ସୁରକ୍ଷା ଲକ୍ଷ୍ୟ ହାସଲ ଦିଗରେ ଆସିଆନକୁ ସ୍ଥିର ସହଯୋଗ ଯୋଗାଇ ଦେବା ପାଇଁ ଭାରତ ଆଶ୍ୱାସନା ଦେଉଛି ।

ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦ ବିରୋଧରେ ଆମେ ବ୍ୟକ୍ତିଗତ ଭାବେ ଖୁବ ପରିଶ୍ରମର ସହ ଲଢ଼େଇ କରିଛୁ । ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରିବା ଦ୍ୱାରା ଆମେ ମିଳିତ ଭାବେ ଏହି ଆହ୍ୱାନର ମୁକାବିଲା ପାଇଁ ସମୟ ଆସିଛି ।

ମହାନୁଭବମାନେ,

ଆମର 25ତମ ବର୍ଷ ପୂର୍ତ୍ତି ସମାରୋହକୁ ଉପଯୁକ୍ତ ବିଷୟବସ୍ତୁ ‘ସହଭାଗୀ ମୂଲ୍ୟବୋଧ, ସାଧାରଣ ଲକ୍ଷ୍ୟ’ ସହ ଆମେ ସଂଖ୍ୟାଧିକ ସ୍ମାରକୀ ଗତିବିଧି ମାଧ୍ୟମରେ ମିଳିତ ଭାବେ ପାଳନ କରୁଛୁ । ମୁଁ ସ୍ମରଣୀୟ ବର୍ଷର ଉଚିତ ପରିଣତି ଏବଂ 25 ଜାନୁଆରୀ 2018ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଆସିଆନ ସ୍ଵତନ୍ତ୍ର ସ୍ମାରକୀ ସମ୍ମିଳନୀରେ ଆପଣମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ଆଗ୍ରହର ସହ ଅପେକ୍ଷା କରିଛି ।

ଭାରତର 69ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଆସିଆନ ନେତାମାନଙ୍କୁ ସ୍ୱାଗତ ଜଣାଇବା ଲାଗି ଭାରତର 125 କୋଟି ଦେଶବାସୀ ଆଗ୍ରହର ସହ ଅପେକ୍ଷା କରିବସିଛନ୍ତି ।

ଆପଣମାନଙ୍କ ସାଧାରଣ ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି କାର୍ଯ୍ୟ କରିବା ନିମନ୍ତେ ମୁଁ ଆଗ୍ରହୀ ।

ଧନ୍ୟବାଦ ।

 

**********