Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଭାରତ, ଆଫଗାନିସ୍ତାନ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


 

ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବୁଝାମଣାପତ୍ର (MOU) ସ୍ୱାକ୍ଷର କରାଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି

ଏହି ଏମଓୟୁ ଦ୍ୱାରା ଆଫଗାନିସ୍ତାନର ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ସ୍ୱୟମ ପାଠ୍ୟକ୍ରମରେ ପଞ୍ଜିକୃତ ହୋଇପାରିବେ ଏବଂ ଏହାକୁ ଉପଯୋଗ କରିପାରିବେ । ଏହା ମଧ୍ୟ, ଆଫଗାନିସ୍ତାନରେ ବିକଶିତ ହୋଇଥିବା ପାଠ୍ୟକ୍ରମକୁ ସ୍ୱୟମରେ ଅପଲୋଡ କରିବା ଲାଗି ସେମାନଙ୍କୁ ସୁଯୋଗ ଦେବ । ଆଫଗାନିସ୍ତାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆବଶ୍ୟକ ତାଲିମ ପ୍ରଦାନ କରିବ ।

ଏହି ଏମଓୟୁ ମାଧ୍ୟମରେ ଭାରତ ସରକାର ଶିକ୍ଷା ସହ ଜଡ଼ିତ ଅନ୍ୟ ଦିଗ ଯେପରିକି ଜାତୀୟ  ଡିଜିଟାଲ ଲାଇବ୍ରେରୀ (NDLI), ଭର୍ଚୁଆଲ ଗବେଷଣାଗାର, ଅଧ୍ୟୟନ ସାମଗ୍ରୀ ଆଦିର ପ୍ରଯୁକ୍ତି ବାଣ୍ଟିବାର ସୁବିଧା ପ୍ରଦାନ କରିବ । ଭାରତ ଏବଂ ଆଫଗାନିସ୍ତାନର ବିଶ୍ୱବିଦ୍ୟାଳୟ/ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ମିଳିତ ସ୍ନାତ୍ତୋତ୍ତର କାର୍ଯ୍ୟକ୍ରମର ନିର୍ମାଣ ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି । ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଅଧ୍ୟାପନା କର୍ମୀମାନଙ୍କ କ୍ଷମତା ନିର୍ମାଣ କ୍ଷେତ୍ରରେ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଆଫଗାନିସ୍ତାନର ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟକୁ ସହାୟତା ପ୍ରଦାନ କରିବ ।

ଏହି ଏମଓୟୁ ମାଧ୍ୟମରେ ଉଭୟ ଦେଶ ଶିକ୍ଷାଗତ ଯୋଗ୍ୟତାଗୁଡ଼ିକୁ ପାରସ୍ପରିକ ମାନ୍ୟତା ପ୍ରଦାନ କରିବା ପ୍ରତି ମଧ୍ୟ ସହମତି ବ୍ୟକ୍ତ କରିଛନ୍ତି । ଏହାଦ୍ୱାରା “ଭାରତରେ ଅଧ୍ୟୟନକାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଏବଂ ଆଫଗାନ ସଂସ୍ଥାଗୁଡ଼ିକରେ ଅଧ୍ୟୟନ ପାଇଁ ପ୍ରୋତ୍ସାହନ ମିଳିପାରିବ ।

ଏହି ଏମଓୟୁ ଉଭୟ ଦେଶ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

 

************