Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାନବ ଚାଲାଣ ବନ୍ଦ ଲାଗି ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମାନବ ଚାଲାଣ ବନ୍ଦ କରିବା, ପୀଡ଼ିତଙ୍କୁ ମୁକୁଳାଇବା ଏବଂ ସେମାନଙ୍କୁ ସ୍ୱଦେଶ ପଠାଇବା ଲାଗି ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ ଭାରତ ଓ ମିଆଁମାର ମଧ୍ୟରେ ବୁଝାମଣାକୁ ଅନୁମୋଦନ କରିଛନ୍ତି ।
ବୁଝାମଣାର ଉଦ୍ଦେଶ୍ୟ :

• ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ମାନବ ଚାଲାଣ ବନ୍ଦ କରିବା ଓ ପୀଡ଼ିତଙ୍କୁ ମୁକୁଳାଇବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ।

• ମାନବ ଚାଲାଣର ସମସ୍ତ ସ୍ୱରୂପର ନିରାକରଣ ଲାଗି ସହଯୋଗକୁ ପ୍ରୋତ୍ସାହନ ଏବଂ ଚାଲାଣର ଶିକାର ଲୋକମାନଙ୍କ ସୁରକ୍ଷା ତଥା ସହଯୋଗ ପ୍ରଦାନ ।

• ଉଭୟ ଦେଶରେ ମାନବ ଚାଲାଣକାରୀ ଓ ସଂଗଠିତ ଅପରାଧୀ ଗୋଷ୍ଠୀଙ୍କ ବିରୋଧରେ ତ୍ୱରିତ ଯାଞ୍ଚ ଓ ଦଣ୍ଡବିଧାନ ସୁନିଶ୍ଚିତ କରିବା ।

• ଦେଶାନ୍ତର ଏବଂ ସୀମା ନିୟନ୍ତ୍ରଣ ସହଯୋଗକୁ ସୁଦୃଢ଼ କରିବା ଓ ମାନବ ଚାଲାଣ ରୋକିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଓ ସଂଗଠନ ସହିତ ରଣନୀତି କାର୍ଯ୍ୟକାରୀ କରିବା ।

• ମାନବ ଚାଲାଣ ରୋକିବା ଲାଗି କାର୍ଯ୍ୟ ସମୂହ ଓ କାର୍ଯ୍ୟବଳ ଗଠନ କରିବା ।

• ମାନବ ଚାଲାଣକାରୀ ଏବଂ ଚାଲାଣର ଶିକାର ଲୋକମାନଙ୍କ ତଥ୍ୟ ସଂଗ୍ରହ ଏବଂ ଭାରତ ଓ ମିଆଁମାର ମଧ୍ୟରେ ନିର୍ଦ୍ଧାରିତ କେନ୍ଦ୍ର ବିନ୍ଦୁ ଜରିଆରେ ସୂଚନା ଆଦାନ-ପ୍ରଦାନ କରିବା ।

• ଉଭୟ ଦେଶ ସହ ଜଡ଼ିତ ଏଜେନ୍ସି ଲାଗି କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଚଳାଇବା ।

• ମାନବ ଚାଲାଣର ଶିକାର ଲୋକମାନଙ୍କୁ ଉଦ୍ଧାର, ସେମାନଙ୍କୁ ମୁକୁଳାଇବା ଓ ସ୍ୱଦେଶ ପଠାଇବା ଲାଗି ମାନକ ପରିଚାଳନା ପ୍ରକ୍ରିୟା ଓ ଏହାର ପାଳନ କରିବା ।

**********