ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ନମୋ ଆପ୍ ଓପନ୍ ଫୋରମରେ ଅନେକ ଜୀବନଯାତ୍ରାକୁ ସେୟାର କରାଯିବା ପ୍ରେରଣାଦାୟକ । ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କିଛି ନିର୍ଦ୍ଦିଷ୍ଟ ମହିଳାଙ୍କୁ ତାଙ୍କ ଡିଜିଟାଲ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରିବାକୁ ସୁଯୋଗ ମିଳିବ । ଏହିଭଳି ଆହୁରି ପ୍ରେରଣାଦାୟକ ଜୀବନଯାତ୍ରାକୁ ଅନ୍ୟମାନେ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି:
“ନମୋ ଆପ୍ ଓପନ୍ ଫୋରମରେ ବହୁତ ପ୍ରେରଣାଦାୟକ ଜୀବନଯାତ୍ରା ସେୟାର କରାଯାଉଥିବା ମୁଁ ଦେଖିବାକୁ ପାଉଛି । ଏହା ମଧ୍ୟରୁ କିଛି ମହିଳାଙ୍କ୍ୁ ମାର୍ଚ୍ଚ ୮ ତାରିଖରେ ମୋ ଡିଜିଟାଲ ସୋସିଆଲ ଆକାଉଣ୍ଟ ପରିଚାଳନା କରିବାର ଦାୟିତ୍ୱ ଦେବାକୁ ଚୟନ କରାଯିବ । ଏହିଭଳି ଆହୁରି ପ୍ରେରଣାଦାୟକ ଜୀବନଯାତ୍ରା ଅନ୍ୟମାନେ ସେୟାର କରିବାକୁ ଅନୁରୋଧ କରୁଛି ।”
SR
I’ve been seeing very inspiring life journeys being shared on the NaMo App Open Forum, from which a few women will be selected for a social media takeover of my digital social media accounts on 8th March, which is Women’s Day. I urge more such life journeys to be shared.…
— Narendra Modi (@narendramodi) March 3, 2025