Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାରାଷ୍ଟ୍ର ସଡକ ଦୁର୍ଘଟଣା ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ


ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ସଡକ ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିବା ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଟ୍ଵିଟ ବାର୍ତ୍ତାରେ କହିଛନ୍ତି ଯେ, “ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ହୋଇଥିବା ସଡକ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଦୁଃଖର ଏହି ମୁହୂର୍ତ୍ତରେ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା । ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।