ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାବୀର ଜୟନ୍ତୀ ଅବସରରେଭଗବାନ ମହାବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭଗବାନମହାବୀର ସର୍ବଦା ଅହିଂସା, ସତ୍ୟ ଏବଂ କରୁଣା ଉପରେ ଗୁରୁତ୍ୱଦେଉଥିଲେ ଏବଂ ତାଙ୍କର ଆଦର୍ଶ ସମଗ୍ର ବିଶ୍ୱର ଅଗଣିତ ଲୋକଙ୍କୁଶକ୍ତି ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟଉଲ୍ଲେଖ କରିଛନ୍ତି ଯେ, ଗତ ବର୍ଷ ସରକାର ପ୍ରାକୃତକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଏହା ବହୁ ପ୍ରଶଂସିତହୋଇଥିଲା ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମେ ସମସ୍ତେ ଭଗବାନ ମହାବୀରଙ୍କୁ ପ୍ରଣାମ କରୁଛୁ, ଯିଏ ସର୍ବଦାଅହିଂସା, ସତ୍ୟ ଏବଂ କରୁଣା ଉପରେ ଗୁରୁତ୍ୱାରୋପ କରିଥିଲେ ।ତାଙ୍କ ଆଦର୍ଶ ସମଗ୍ର ବିଶ୍ୱରେ ଅଗଣିତ ଲୋକଙ୍କୁ ଶକ୍ତି ପ୍ରଦାନ କରୁଛି ।ଜୈନ ସମ୍ପ୍ରଦାୟ ଦ୍ୱାରା ତାଙ୍କ ଶିକ୍ଷାଗୁଡିକୁ ସୁନ୍ଦର ଭାବରେ ସଂରକ୍ଷିତରଖାଯିବା ସହ ଲୋକପ୍ରିୟ ମଧ୍ୟ କରାଯାଇଛି । ଭଗବାନ ମହାବୀରଙ୍କଦ୍ୱାରା ଅନୁପ୍ରାଣୀତ ହୋଇ, ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେଉତ୍କର୍ଷ ହାସଲ କରିଛନ୍ତି ଏବଂ ସାମାଜିକ କଲ୍ୟାଣ ପାଇଁ ଯୋଗଦାନମଧ୍ୟ ଦେଇଛନ୍ତି ।
ଆମ ସରକାର ସର୍ବଦା ଭଗବାନ ମହାବୀରଙ୍କ ସ୍ୱପ୍ନ ପୂରଣ କରିବାପାଇଁ କାର୍ଯ୍ୟ କରିବ । ଗତ ବର୍ଷ ଆମ ପ୍ରାକୃତକୁ ଶାସ୍ତ୍ରୀୟ ଭାଷାରମାନ୍ୟତା ପ୍ରଦାନ କରିଥିଲୁ, ଯାହା ବହୁ ପ୍ରଶଂସିତ ହୋଇଥିଲା ।
SR
We all bow to Bhagwan Mahavir, who always emphasised on non-violence, truth and compassion. His ideals give strength to countless people all around the world. His teachings have been beautifully preserved and popularised by the Jain community. Inspired by Bhagwan Mahavir, they… pic.twitter.com/BRXIFNm9PW
— Narendra Modi (@narendramodi) April 10, 2025