ନମସ୍କାର । ସାହେବ ଆପଣମାନଙ୍କର ବନ୍ଦନା କରୁଛି । ଆଜି ଆମେ ନିଜକୁ ବଡ଼ ସୌଭଗ୍ୟଶାଳୀ ଭାବୁଛୁ କି, ଏହି ପବିତ୍ର ଧରଣୀ ଉପରେ ପାଦ ଦେଇ ମହାନ ସୁଫି ସନ୍ଥ କବିର ଦାସ ମହୋଦୟଙ୍କ ସ୍ମୃତିରେ ହେଉଥିବା ଏହି ଆୟୋଜନ, ଏହି କାର୍ଯ୍ୟକ୍ରମରେ ଆଜି ଏଠାକୁ ଆସି ଆମକୁ ବହୁତ ଖୁସି ଲାଗୁଛି । ଆମେ ଏହି ପବିତ୍ର ମାଟିକୁ ପ୍ରଣାମ କରିବା ସହିତ ଆପଣମାନଙ୍କର ପାଦ ତଳେ ପ୍ରଣିପାତ କରୁଛୁ ।
ରାଜ୍ୟର ଲୋକପ୍ରିୟ ଏବଂ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟ ନାଥ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀମାନ ମହେଶ ଶର୍ମା ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀମାନ ଶିବ ପ୍ରତାପ ଶୁକ୍ଳା ମହାଶୟ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଡକ୍ଟର ରୀତା ବହୁଗୁଣା ମହାଶୟା, ମନ୍ତ୍ରୀ ଶ୍ରୀମାନ ଲକ୍ଷ୍ମୀ ନାରାୟଣ ଚୌଧୁରୀ ମହାଶୟ, ସଂସଦରେ ମୋର ସାଥୀ ଏବଂ ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ମୋର ବନ୍ଧୁ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ମହାଶୟ । ଆମ ସଂସଦରେ ଜଣେ ଯୁବକ, ଲଢୁଆ, ସକ୍ରିୟ ଏବଂ ନମ୍ରତା ତଥା ବିବେକ ପଣିଆରେ ଭରି ରହିଥିବା, ଏହି ଧରଣୀର ସନ୍ତାନ ଶ୍ରୀମାନ ଶରତ ତ୍ରିପାଠୀ ମହାଶୟ, ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଶ୍ରୀମାନ ରାଜୀବ କୁମାର, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ଦେଶର କୋଣ ଅନୁକୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଆଜି ମୋତେ ମଘରର ଏହି ପବିତ୍ର ଧରଣୀକୁ ଆସିବାର ସୌଭାଗ୍ୟ ମିଳିଲା, ମନରେ ଏକ ବିଶେଷ ସନ୍ତୋଷର ଅନୁଭୂତି ହେଲା ।
ଭାଇ ଓ ଭଉଣୀମାନେ, ପ୍ରତ୍ୟେକଙ୍କ ମନରେ ଏହି ଇଚ୍ଛା ରହିଥାଏ କି ଏଭଳି ତୀର୍ଥ ସ୍ଥଳକୁ ଯିବା ପାଇଁ, ଆଜି ମୋର ମଧ୍ୟ ଏହି କାମନା ପୂରଣ ହୋଇଛି । କିଛି ସମୟ ପୂର୍ବରୁ ମୋତେ ସନ୍ଥ କବୀର ଦାସ ମହୋଦୟଙ୍କ ସମାଧିରେ ପୁଷ୍ପ ଗୁଚ୍ଛ ଅର୍ପଣ କରିବା, ତାଙ୍କ ମଜାରରେ ଚଦର ଚଢ଼ାଇବାର ସୌଭାଗ୍ୟ ପ୍ରାପ୍ତ ହେଲା । ମୁଁ ସେହି ଗୁମ୍ଫାକୁ ମଧ୍ୟ ଦେଖି ପାରିଲି, ଯେଉଁଠାରେ କବୀର ଦାସ ମହୋଦୟ ସାଧନା କରୁଥିଲେ । ସମାଜକୁ ଶତାବ୍ଦୀ ଶତାବ୍ଦୀ ଧରି ପଥ ଦେଖାଉଥିଲେ, ମାର୍ଗ ଦର୍ଶକ, ସମଧାରଣା ଏବଂ ସମତାର ପ୍ରତିବିମ୍ବ, ମହାତ୍ମା କବୀରଙ୍କୁ ତାଙ୍କର ନିର୍ବାଣ ଭୂମିରେ ମୁଁ ପୁଣି ଥରେ କୋଟି କୋଟି ପ୍ରଣାମ ଜଣାଉଛି ।
ଏପରି କୁହାଯାଏ କି ଏହି ସ୍ଥାନରେ ସନ୍ଥ କବୀର, ଗୁରୁ ନାନକ ଦେବ ଏବଂ ବାବା ଗୋରଖ ନାଥ ମହୋଦୟ ଏକାଠି ବସି ଆଧ୍ୟାତ୍ମିକ ଚର୍ଚ୍ଚା କରିଥିଲେ । ମଘର ଆସି ମୁଁ ଧନ୍ୟ ହୋଇ ଯାଇଛି ବୋଲି ଅନୁଭବ କରୁଛି । ଆଜି ହେଉଛି ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା । ଆଜିଠାରୁ ହିଁ ଭଗବାନ ଭୋଳାନାଥଙ୍କର ଯାତ୍ରା ମଧ୍ୟ ଆରମ୍ଭ ହେଉଛି । ମୁଁ ତୀର୍ଥଯାତ୍ରୀମାନଙ୍କୁ ସୁଖଦ ଯାତ୍ରା ପାଇଁ ହୃଦୟର ସହିତ ଶୁଭ କାମନା ଦେଉଛି ।
କବୀର ଦାସ ମହୋଦୟଙ୍କ ପାଞ୍ଚଶହ ପୁଣ୍ୟତିଥି ଅବସରରେ ଏଠାରେ ବର୍ଷ ସାରା କବୀର ମହୋତ୍ସବର ଶୁଭାରମ୍ଭ ହୋଇଛି । ସଂପୂର୍ଣ୍ଣ ମାନବତା ପାଇଁ ସନ୍ଥ କବୀର ଦାସ ମହୋଦୟ ଯେଉଁ ମୂଲ୍ୟବାନ ସମ୍ପତି ଛାଡ଼ି ଯାଇଛନ୍ତି, ତାହାର ଲାଭ ଏବେ ଆମେ ସମସ୍ତଙ୍କୁ ମିଳିବାକୁ ଯାଉଛି । ସ୍ୱୟଂ କବୀର ମହୋଦୟ ମଧ୍ୟ କହିଛନ୍ତି :
ତୀର୍ଥ ଗୟେ ତୋ ଏକ ପଲ୍, ସନ୍ଥ ମିଲେ ଫଲ ଚାର୍ ।
ସଦଗୁରୁ ମିଲେ ଅନେକ ପଲ, କହେ କବୀର ବିଚାର ।
ଅର୍ଥାତ୍ ତୀର୍ଥଯାତ୍ରାରୁ ଗୋଟିଏ ପୁଣ୍ୟ ମିଳିଥାଏ, ତ ସନ୍ଥଙ୍କ ସଙ୍ଗତରୁ ଚାରୋଟି ପୁଣ୍ୟ ପ୍ରାପ୍ତ ହୋଇ ପାରିଥାଏ, ମାତ୍ର ସଦଗୁରୁଙ୍କ ସଙ୍ଗତ ମିଳିଲେ ଅନେକ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହା ହେଉଛି ସନ୍ଥ କବୀରଙ୍କର ବିଚାର ।
ମଘରର ଏହି ଧରଣୀରେ କବୀର ମହୋତ୍ସବରେ, ଏହି କବୀର ମହୋତ୍ସବ ହେଉଛି ଏପରି ପୁଣ୍ୟ ଦେବା ଭଳି କାର୍ଯ୍ୟକ୍ରମ ।
ଭାଇ ଓ ଭଉଣୀମାନେ, କିଛି ସମୟ ପୂର୍ବରୁ ହିଁ ଏଠାରେ ସନ୍ଥ କବୀର ଏକାଡେମୀର ଶିଳାନ୍ୟାସ କରାଯାଇଛି । ପ୍ରାୟ 24 କୋଟି ଟଙ୍କା ବ୍ୟୟରେ ଏଠାରେ ମହାତ୍ମା କବୀରଙ୍କ ସହିତ ଜଡ଼ିତ ସ୍ମୃତିଗୁଡ଼ିକୁ ସଂଯୋଜନା କରିବା ଭଳି ସଂସ୍ଥାଗୁଡ଼ିକର ନିର୍ମାଣ କରାଯିବ । କବୀର ଯେଉଁ ସାମାଜିକ ଚେତନା ଜାଗ୍ରତ କରିବା ପାଇଁ ନିଜର ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କଲେ, କବୀରଙ୍କ ଗାୟନ, ପ୍ରଶିକ୍ଷଣ ଭବନ, କବୀର ନୃତ୍ୟ ପ୍ରଶିକ୍ଷଣ ଭବନ, ଗବେଷଣା କେନ୍ଦ୍ର, ଲାଇବ୍ରେରୀ, ପ୍ରେକ୍ଷାଳୟ, ହଷ୍ଟେଲ, କଳାକୁଞ୍ଜ ବା ଆର୍ଟ ଗ୍ୟାଲେରୀ – ଏ ସବୁକୁ ବିକଶିତ କରିବା ଭଳି ଯୋଜନା ଏଥିରେ ରହିଛି ।
ସନ୍ଥ କବୀର ଏକାଡେମୀ, ଉତ୍ତରପ୍ରଦେଶର ଆଂଚଳିକ ଭାଷାଗୁଡ଼ିକୁ ଏବଂ ଲୋକକଥାର ବିକାଶ ଏବଂ ସଂରକ୍ଷଣ ପାଇଁ କାମ କରିବ । ଭାଇ ଓ ଭଉଣୀ ମାନେ, କବୀରଙ୍କର ସମଗ୍ର ଜୀବନ ସତ୍ୟର ଅନୁସନ୍ଧାନ ତଥା ଅସତ୍ୟକୁ ଖଣ୍ଡନ କରିବାରେ ଅତିବାହିତ ହୋଇଥିଲା । କବୀରଙ୍କର ସାଧନା ମାନିବା ଦ୍ୱାରା ନୁହେଁ, ଜାଣିବା ଦ୍ୱାରା ଆରମ୍ଭ ହୋଇଥାଏ । ସେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ମସ୍ତମୌଲା ସ୍ୱଭାବର ଫକୀର, ଅଭ୍ୟାସରେ ଏକଜିଦିଆ, ଭଗବାନଙ୍କ ସମ୍ମୁଖରେ ସେବକ, ବାଦଶାହାଙ୍କ ସମ୍ମୁଖରେ ଅତ୍ୟନ୍ତ ସାହସୀ, ହୃଦୟ ଖୋଲା, ସୁସ୍ଥ ମସ୍ତିଷ୍କ ସମ୍ପନ୍ନ, ଭିତରୁ କୋମଳ, ବାହାରୁ କଠୋର ଥିଲେ । ସେ ଜନ୍ମରୁ, ଧନ୍ଦାରୁ ନୁହେଁ, ନିଜର କର୍ମ ଦ୍ୱାରା ବନ୍ଦନୀୟ ହୋଇଗଲେ ।
ମହାତ୍ମା କବୀର ଦାସ, ସେ ଧୂଳିରୁ ଉଠିଥିଲେ କିନ୍ତୁ ମଥାର ଚନ୍ଦନ ହୋଇଗଲେ । ମହାତ୍ମା କବୀର ଦାସ ବ୍ୟକ୍ତିଙ୍କଠାରୁ ଅଭିବ୍ୟକ୍ତି ହୋଇଗଲେ ଆଉ ଏହାଠାରୁ ମଧ୍ୟ ଆଗକୁ ସେ ଶବ୍ଦରୁ ଶବ୍ଦବ୍ରହ୍ମ ହୋଇଗଲେ । ସେ ବିଚାର ହୋଇ ଆସିଲେ ଆଉ ବ୍ୟବହାର ହୋଇ ଅମର ହୋଇଗଲେ । ସନ୍ଥ କବୀର ଦାସ ମହାଶୟ ସମାଜକୁ କେବଳ ଦୃଷ୍ଟି ବା ଦର୍ଶନ ଦେବାର କାମ ହିଁ କରି ନ ଥିଲେ, ବରଂ ସମାଜର ଚେତନାକୁ ଜାଗ୍ରତ କରିବାର ମଧ୍ୟ, ଆଉ ଏହି ସମାଜ ଜାଗରଣ ପାଇଁ ସେ କାଶୀରୁ ମଘର ଆସିଥିଲେ । ମଘରକୁ ସେ ପ୍ରତୀକ ସ୍ୱରୂପରେ ବାଛି ଥିଲେ ।
କବୀର ସାହେବ କହୁଥିଲେ କି ଯଦି ହୃଦୟରେ ରାମ ବାସ କରୁଥିବେ ତ ମଘର ମଧ୍ୟ ସବୁଠାରୁ ପବିତ୍ର ହେବ । ଆଉ ସେ କହିଲେ –
କ୍ୟା କାଶୀ କ୍ୟା ଉସର ମଘର, ରାମ ହୃଦୟ ବସୋ ମୋରା
ସେ କାହାର ଶିଷ୍ୟ ନୁହେଁ, ରାମାନନ୍ଦ ଦ୍ୱାରା ଚେତନା ପ୍ରାପ୍ତ ହୋଇ ଶିଷ୍ୟ ଥିଲେ । ସନ୍ଥ କବୀର ଦାସ ମହାଶୟ କହୁଥିଲେ –
ହମ କାଶୀ ମୈ ପ୍ରକଟ ଭଏ ହୈ, ରାମାନନ୍ଦ ଚେତାଏ ।
କାଶୀ କବୀରଙ୍କୁ ଆଧ୍ୟାତ୍ମିକ ଚେତନା ଏବଂ ଗୁରୁଙ୍କ ସହିତ ସାକ୍ଷାତ କରାଇଥିଲା ।
ଭାଇ ଓ ଭଉଣୀମାନେ, କବୀରଙ୍କୁ ଭାରତର ଆତ୍ମାର ଗୀତ, ରସ ଆଉ ସାର କୁହା ଯାଇପାରେ । ସେ ସାଧାରଣ ଗ୍ରାମୀଣ ଭାରତୀୟଙ୍କ ମନର କଥାକୁ ନିଜର ପ୍ରଚଳିତ ଭାଷାରେ ଗୁନ୍ଥି ପାରିଥିଲେ । ଗୁରୁ ରାମାନନ୍ଦଙ୍କ ଶିଷ୍ୟ ଥିଲେ, ତେଣୁ ଜାତିପ୍ରଥାକୁ କିପରି ମାନି ଥାଆନ୍ତେ । ସେ ଜାତିବାଦର ଭେଦଭାବକୁ ଭାଙ୍ଗି- “ସବ ମାନସ କି ଏକ ଜାତି,” ସବୁ ମଣିଷଙ୍କର ଗୋଟିଏ ଜାତି – ଏହା ଘୋଷଣା କଲେ ଆଉ ନିଜ ଭିତରର ଅହଂକାରକୁ ଶେଷ କରି ସେଥିରେ ବିରାଜମାନ କରୁଥିବା ଈଶ୍ୱରଙ୍କର ଦର୍ଶନ କରିବାର ରାସ୍ତା କବୀର ଦାସ ମହୋଦୟ ଦେଖାଇଥିଲେ । ସେ ସମସ୍ତଙ୍କର ଥିଲେ, ତେଣୁ ସମସ୍ତେ ତାଙ୍କର ହୋଇଗଲେ । ସେ କହିଥିଲେ-
କବୀରା ଖଡ଼ା ବାଜାର ମେଁ ମାଙ୍ଗେ ସବକୀ ଖୈର୍ ।
ନ କାହୁ ସେ ଦୋସ୍ତି, ନ କାହୁ ସେ ବୈର୍ ।
ତାଙ୍କର ଦୋହାଗୁଡ଼ିକୁ ବୁଝିବା ପାଇଁ କୌଣସି ଶବ୍ଦକୋଷର ଆବଶ୍ୟକତା ନ ଥିଲା । ସାଧାରଣ ବୋଲିରେ ଆମର – ଆପଣଙ୍କର ଭାଷା, ପବନର ସରଳତା ଏବଂ ସହଜତା ସହିତ ଜୀବନର ଗହନ ରହସ୍ୟଗୁଡ଼ିକୁ ସେ ଜନ-ଜନଙ୍କୁ ବୁଝାଇ ଦେଇଥିଲେ । ନିଜ ଭିତରେ ବସି ରହିଥିବା ରାମଙ୍କୁ ଦେଖ, ହରି ତ ମନରେ ଅଛନ୍ତି, ବାହାରର ଆଡ଼ମ୍ବରଗୁଡ଼ିକ ପାଇଁ କାହିଁକି ସମୟ ବ୍ୟର୍ଥ କରୁଛ । ନିଜକୁ ସୁଧାରିବ ତ ହରି ମିଳିଯିବେ –
ଯବ୍ ମେଁ ଥା ତବ୍ ହରି ନହିଁ, ଯବ୍ ହରି ହୈ ମେଁ ନହିଁ ।
ସବ୍ ଅନ୍ଧିୟାରା ମିଟଗୟା ଦୀପକ୍ ଦେଖା ମାହି ।
ଯେତେବେଳେ ମୁଁ ନିଜ ଅହଂକାରରେ ବୁଡ଼ି ରହିଥିଲି ସେତେବେଳେ ପ୍ରଭୁଙ୍କୁ ଦେଖି ପାରୁ ନ ଥିଲି, କିନ୍ତୁ ଯେତେବେଳେ ଗୁରୁ ମୋ ଭିତରେ ଜ୍ଞାନର ଆଲୋକ ପ୍ରକାଶିତ କଲେ ସେତେବେଳେ ଅଜ୍ଞାନର ସମସ୍ତ ଅନ୍ଧକାର ଦୂରେଇ ଗଲା ।
ସାଥୀଗଣ, ଏହା ହେଉଛି ଆମ ଦେଶର ମହାନ ଧରଣୀର ତପସ୍ୟା, ପୂଣ୍ୟତା ସମୟର ଗତି ସହିତ ସମାଜରେ ଆସିବାକୁ ଥିବା ଆଭ୍ୟନ୍ତରୀଣ କୁପ୍ରଥାଗୁଡ଼ିକୁ ସମାପ୍ତ କରିବା ପାଇଁ ସମୟ ସମୟରେ ଋଷିମାନେ, ମୁନିମାନେ, ଆଚାର୍ଯ୍ୟମାନେ, ଭଗବନମାନେ, ସନ୍ଥମାନେ ମାର୍ଗଦର୍ଶନ କରିଛନ୍ତି । ଶହ ଶହ ବର୍ଷର ପରାଧୀନତାର ସମୟରେ ଯଦି ଦେଶର ଆତ୍ମା ବଂଚି କରି ରହିଲା, ଦେଶର ସମାନତାର ଭାବ, ସଦ୍ଭାବ ବଂଚି ରହିଲା ତ ଏଭଳି ମହାନ ତେଜସ୍ୱୀ – ତପସ୍ୱୀ ସନ୍ଥମାନଙ୍କ କାରଣରୁ ହିଁ ହେଲା ।
ସମାଜକୁ ମାର୍ଗ ଦର୍ଶନ କରାଇବା ପାଇଁ ଭଗବାନ ବୁଦ୍ଧ ଜନ୍ମଗ୍ରହଣ କଲେ, ମହାବୀର ଆସିଲେ, ସନ୍ଥ କବୀର, ସନ୍ଥ ସୁରଦାସ, ସନ୍ଥ ନାନକଙ୍କ ଭଳି ଅନେକ ସନ୍ଥଙ୍କର ଶୃଙ୍ଖଳା ଆମକୁ ମାର୍ଗ ଦେଖାଇଲେ । ଉତ୍ତର ହେଉ ଅବା ଦକ୍ଷିଣ, ପୂର୍ବ ହେଉ କିମ୍ବା ପଶ୍ଚିମ – କୁପ୍ରଥା ବିରୁଦ୍ଧରେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପୁଣ୍ୟ ଆତ୍ମାମାନେ ଜନ୍ମ ନେଲେ ଯେଉଁମାନେ ଦେଶର ଚେତନାକୁ ବଂଚାଇବାର, ତାହାକୁ ସଂରକ୍ଷଣ କରିବାର କାର୍ଯ୍ୟ କଲେ ।
ଦକ୍ଷିଣରେ ମାଧବାଚାର୍ଯ୍ୟ, ନିମ୍ବାଗରାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ସନ୍ଥ ବସବେଶ୍ୱର, ସନ୍ଥ ନିରୁଗଲ, ତିରୁବଲ୍ୱର, ରାମାନୁଜାଚାର୍ଯ୍ୟ । ଯଦି ଆମେ ପଶ୍ଚିମ ଭାରତ ଆଡ଼କୁ ଦେଖିବା ତ ମହର୍ଷି ଦୟାନନ୍ଦ, ମୀରାବାଈ, ସନ୍ଥ ଏକନାଥ, ସନ୍ଥ ତୁକାରାମ, ସନ୍ଥ ରାମଦାସ, ସନ୍ଥ ଜ୍ଞାନେଶ୍ୱର, ନରସୀ ମେହତା । ଯଦି ଉତ୍ତର ଆଡ଼କୁ ନଜର କରିବା ତ, ରାମାନନ୍ଦ, କବୀର ଦାସ, ଗୋସ୍ୱାମୀ ତୁଳସୀ ଦାସ, ସୁରଦାସ, ଗୁରୁ ନାନକ ଦେବ, ସନ୍ଥ ରୈ ଦାସ, ଯଦି ପୂର୍ବ ଆଡ଼କୁ ଦେଖିବା ତ, ରାମକୃଷ୍ଣ ପରମହଂସ, ଚୈତନ୍ୟ ମହାପ୍ରଭୁ ଆଉ ଆଚାର୍ଯ୍ୟ ଶଙ୍କରଦେବଙ୍କ ଭଳି ସନ୍ଥମାନଙ୍କର ବିଚାରଗୁଡ଼ିକ ଏହି ମାର୍ଗକୁ ଆଲୋକିତ କରିଛନ୍ତି ।
ଏହି ସନ୍ଥ, ଏହି ମହାପୁରୁଷମାନଙ୍କର ପ୍ରଭାବ ଥିଲା କି ହିନ୍ଦୁସ୍ଥାନ ସେହି ସମୟରେ ମଧ୍ୟ ସମସ୍ତ ବିପତ୍ତିଗୁଡ଼ିକୁ ସହ୍ୟ କରି ଆଗକୁ ବଢ଼ି ପାରିଲା ଏବଂ ନିଜକୁ ସଙ୍କଟରୁ ବାହାରକୁ ବାହାର କରି ପାରିଲା ।
କର୍ମ ଏବଂ ଚର୍ମ ନାମରେ ଭେଦ ବଦଳରେ ଇଶ୍ୱର ଭକ୍ତିର ଯେଉଁ ପଥ ରାମାମନୁଜାଚାର୍ଯ୍ୟ ଦେଖାଇଥିଲେ, ସେହି ପଥରେ ଚାଲି ରାମାନନ୍ଦ ସମସ୍ତ ଜାତି ଏବଂ ସମ୍ପ୍ରଦାୟର ଲୋକଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କରି ଜାତିବାଦ ଉପରେ କଠୋର ପ୍ରହାର କରିଥିଲେ । ସନ୍ଥ ରାମାନନ୍ଦ, ସନ୍ଥ କବୀରଙ୍କୁ ରାମ ନାମର ପଥ ଦେଖାଇଥିଲେ । ଏହି ରାମ ନାମର ସହାୟତାରେ କବୀର ଆଜି ପର୍ଯ୍ୟନ୍ତ ପିଢି ପରେ ପିଢିକୁ ସଚେତନ କରୁଛନ୍ତି ।
ଭାଇ ଓ ଭଉଣୀମାନେ, ସମୟର ଦୀର୍ଘ କାଳଖଣ୍ଡରେ ସନ୍ଥ କବୀରଙ୍କ ପରେ ରାମ ଦାସ ଆସିଲେ । ଶହ ଶହ ବର୍ଷ ପରେ ମହାତ୍ମା ଫୁଲେ ଆସିଲେ, ମହାତ୍ମା ଗାନ୍ଧୀ ଆସିଲେ, ବାବା ସାହେବ ଭୀମରାଓ ଆମ୍ବେଦକର ଆସିଲେ । ସମାଜରେ ଖେଳେଇ ହୋଇ ରହିଥିବା ଅସମାନତାକୁ ଦୂର କରିବା ପାଇଁ ସମସ୍ତେ ନିଜ ନିଜ ଶୈଳୀରେ ସମାଜକୁ ପଥ ଦେଖାଇଲେ ।
ବାବା ସାହେବ ଭୀମରାଓ ଆମ୍ବେଦକର ଆମକୁ ଦେଶର ସମ୍ବିଧାନ ଦେଲେ । ଜଣେ ନାଗରିକ ଭାବେ ସମସ୍ତଙ୍କୁ ସମାନତାର ଅଧିକାର ଦେଇଛନ୍ତି । ଦୁର୍ଭାଗ୍ୟର ବିଷୟ ଯେ, ଆଜି ଏହି ମହାପୁରୁଷଙ୍କ ନାମରେ ରାଜନୈତିକ ସ୍ୱାର୍ଥର ଏକ ଏଭଳି ଧାରା ଠିଆ କରାଇବା ପାଇଁ ପ୍ରୟାସ କରାଯାଉଛି ଯାହା ସମାଜକୁ ଭାଗଭାଗ କରିବାର ପ୍ରୟାସ କରୁଛି । କିଛି ରାଜନୈତିକ ଦଳକୁ ସମାଜରେ ଶାନ୍ତି ଏବଂ ବିକାଶ ନୁହେଁ, ବରଂ ସେମାନଙ୍କୁ କଳହ ଦରକାର, ଅଶାନ୍ତି ଦରକାର । ସେମାନଙ୍କୁ ଲାଗୁଛି କି ଯେତେ ଅସନ୍ତୋଷ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି କରିବେ ସେମାନଙ୍କୁ ସେତେ ରାଜନୈତିକ ଲାଭ ମିଳିବ । କିନ୍ତିୁ ସତ୍ୟତା ଏହା ମଧ୍ୟ ହେଉଛି ଯେ – ଏଭଳି ଲୋକମାନେ ଭୂମିଠାରୁ ନିଶ୍ଚିହ୍ନ ହୋଇଯାଇଛନ୍ତି । ସେମାନଙ୍କୁ ଜଣା ନାହିଁ କି ସନ୍ଥ କବୀର, ମହାତ୍ମା ଗାନ୍ଧୀ, ବାବା ସାହେବଙ୍କୁ ଗୁରୁତ୍ୱ ଦେଉଥିବା ଆମ ଦେଶର ମୌଳିକ ସ୍ୱଭାବ ହେଉଛି କ’ଣ ।
କବୀର କହୁଥିଲେ – ନିଜ ଭିତରକୁ ନିରିଖି ଦେଖିବା ତ ସତ୍ୟ ମିଳିବ, ବରଂ ସେମାନେ କେବେ କବୀରଙ୍କୁ ଗମ୍ଭୀରତାର ସହିତ ପଢ଼ି ନାହାନ୍ତି । ସନ୍ଥ କବୀର ଦାସ ମହୋଦୟ କହୁଥିଲେ:
ପୋଥୀ ପଢ଼ି – ପଢ଼ି ମୁଆ, ପଣ୍ଡିତ ଭୟା ନ କୋୟ,
ଢ଼ାଇ ଅକ୍ଷର ପ୍ରେମ କା ପଢ଼େ ସୋ ପଣ୍ଡିତ ହୋୟ ।
ଜନତାଙ୍କ ଠାରୁ, ଦେଶଠାରୁ, ନିଜ ସମାଜ ପ୍ରତି, ତାହାର ପ୍ରଗତି ପ୍ରତି ମନ ଲଗାଇବା ତ ବିକାଶ ପାଇଁ ଯେଉଁ ହରି ଅଛନ୍ତି, ବିକାଶର ସେହି ହରି ମିଳିଯିବେ । କିନ୍ତୁ ସେହି ଲୋକମାନଙ୍କର ମନ ଲାଖି ରହିଛି ସେମାନଙ୍କର ଭବ୍ୟ ବଙ୍ଗଳାରେ । ମୋର ମନେ ଅଛି ଯେତେବେଳେ ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କୁ ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହେଲା ତ ଏଠାରେ ଯେଉଁ ପୂର୍ବତନ ସରକାର ଥିଲେ, ସେଥିପ୍ରତି ତାଙ୍କର ମନୋଭାବ କ’ଣ ଥିଲା ।
ଆମ ସରକାର ଚିଠି ପରେ ଚିଠି ଲେଖିଲେ, ଅନେକ ଥର ଫୋନରେ ସେ ସମୟର ୟୁପି ସରକାରଙ୍କ ସହିତ କଥା ହେଲେ, ତେବେ ଯାଇ ସରକାର ଆଗକୁ ଆସିଲେ, ଗରିବଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଘରର ସର୍ବନିମ୍ନ ସଂଖ୍ୟା ତ କୁହନ୍ତୁ । କିନ୍ତୁ ସେମାନେ ଏପରି ସରକାର ଥିଲେ ଯାହାଙ୍କୁ ନିଜ ବଙ୍ଗଳା ଉପରେ ହିଁ କେବଳ ରୁଚି ରହିଥିଲା । କିନ୍ତୁ ସେମାନେ ହାତ ଉପରେ ହାତ ପକାଇ ବସି ରହିଲେ । ଆଉ ଯେବେ ଠାରୁ ଯୋଗୀ ମହାଶୟଙ୍କର ସରକାର ଆସିଲେ, ତା ପରେ ଉତ୍ତରପ୍ରଦେଶ ସରକାରରେ ଗରିବଙ୍କ ପାଇଁ ରେକର୍ଡ, ରେକର୍ଡ ସଂଖ୍ୟାରେ ଘର ନିର୍ମାଣ କରାଯାଉଛି ।
ସାଥୀଗଣ, କବୀର ନିଜର ସମଗ୍ର ଜୀବନରେ ଗୋଟିଏ ନୀତି ବା ଆଦର୍ଶ ଉପରେ ଧ୍ୟାନ ଦେଲେ । ଦୁନିଆର ନୀତି ବା ଆଦର୍ଶ ଉପରେ ନୁହେଁ, ନିଜସ୍ୱ ଭାବ ଆଉ ଭଲ ଭାବେ ବୁଝିବାର ନୀତି ବା ଆଦର୍ଶ ଉପରେ । ମଘର ଆସିବା ପଛରେ ମଧ୍ୟ ତ ଏହି କାରଣ ଥିଲା । ସେ ମୋକ୍ଷ ପ୍ରତି ମୋହ ରଖି ନ ଥିଲେ । କିନ୍ତୁ ଗରିବଙ୍କୁ ମିଥ୍ୟା ଆଶ୍ୱାସନା ଦେବା ଭଳି ସମାଜବାଦ ଏବଂ ବହୁଜନଙ୍କ କଥା କହୁଥିବା ଲୋକଙ୍କ ସତ୍ୟତା ପ୍ରତି ଲୋଭ ମଧ୍ୟ ଆଜି ଆମେ ଭଲ ଭାବେ ଦେଖି ପାରୁଛୁ ।
ଏବେ ଦୁଇ ଦିନ ପୁର୍ବେ ହିଁ ଦେଶରେ ଜରୁରୀ କାଳୀନ ପରିସ୍ଥିତିକୁ 43 ବର୍ଷ ହେଲା । କ୍ଷମତାର ଲୋଭ ଏଭଳି ରହିଥିଲା କି ଜରୁରୀ କାଳୀନ ପରିସ୍ଥିତି ଜାରି କରିବା ଲୋକମାନେ ଆଉ ସେହି ସମୟରେ ଜରୁରୀ ପରିସ୍ଥିତିକୁ ବିରୋଧ କରୁଥିବା ଲୋକମାନେ, ଆଜି କାନ୍ଧରେ କାନ୍ଧ ମିଶାଇ ଚୌକି ଛଡ଼ାଇ ନେବା ପାଇଁ ମନ୍ତ୍ରଣା କରି ବୁଲୁଛନ୍ତି । ଏହି ଦେଶ ନୁହେଁ, ଏହି ସମାଜ ନୁହେଁ, କେବଳ ନିଜର ଏବଂ ନିଜ ପରିବାରର ହିତ ପାଇଁ ଚିନ୍ତିତ ଅଛନ୍ତି । ଗରିବ, ଦଳିତ, ପଛୁଆବର୍ଗ, ବଂଚିତ, ଶୋଷିତ, ସେମାନଙ୍କ ସହିତ ବିଶ୍ୱାସଘାତକତା କରି ନିଜ ପାଇଁ କୋଟି କୋଟି ଟଙ୍କାର ବଙ୍ଗଳା ନିର୍ମାଣ କରିବାକୁ ଯାଉଛନ୍ତି । ନିଜ ଭାଇମାନଙ୍କୁ, ନିଜ ସମ୍ପର୍କୀୟମାନଙ୍କୁ କୋଟି କୋଟି, ଶହ ଶହ କୋଟି ଟଙ୍କାର ମାଲିକ କରିବାକୁ ଯାଉଛନ୍ତି । ଏଭଳି ଲୋକମାନଙ୍କ ଠାରୁ ଉତ୍ତରପ୍ରଦେଶ ଏବଂ ଦେଶର ଲୋକମାନଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।
ସାଥୀଗଣ, ଆପଣମାନେ ତିନି ତଲାକ ବିଷୟରେ ମଧ୍ୟ ଏହି ଲୋକମାନଙ୍କର ମନୋଭାବ ଦେଖିଲେ । ସାରା ଦେଶରେ ମୁସଲିମ୍ ସମାଜର ଭଉଣୀ ଆଜି ଯାବତୀୟ ପ୍ରକାରର ଧମକକୁ ଖାତିରି ନ କରି ତିନି ତଲାକକୁ ହଟାଇବା, ଏହି କୁପ୍ରଥାରୁ ସମାଜକୁ ମୁକ୍ତି ଦେବା ପାଇଁ କ୍ରମାଗତ ଭାବେ ଦାବି କରୁଛନ୍ତି । କିନ୍ତୁ ଏହି ରାଜନୈତିକ ଦଳ ଏହି କ୍ଷମତା ଲୋଭୀଙ୍କ ପାଇଁ ଭୋଟ ବ୍ୟାଙ୍କ ଖେଳୁଥିବା ଲୋକ, ତିନି ତଲାକର ବିଲ୍ କୁ ସଂସଦରେ ଗୃହୀତ ହେବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ସେମାନେ ନିଜ ହିତ ପାଇଁ ସମାଜକୁ ସର୍ବଦା ଦୁର୍ବଳ କରି ରଖିବାକୁ ଚାହୁଁଛନ୍ତି । ତାହାକୁ କୁପ୍ରଥାରୁ ମୁକ୍ତ ହେବା ଦେଖିବାକୁ ଚାହୁଁ ନାହାଁନ୍ତି ।
ସାଥୀଗଣ, କବୀର ଯେଉଁ ସମୟରେ ଆବିର୍ଭାବ ହୋଇଥିଲେ, ସେତେବେଳେ ଭାରତ, ଭାରତ ଉପରେ ଏକ ଭୀଷଣ ଆକ୍ରମଣର ଭୟ ଥିଲା । ଦେଶର ସାଧାରଣ ନାଗରିକ ବ୍ୟସ୍ତ ବିବ୍ରତ ଥିଲେ । ସନ୍ଥ କବୀର ଦାସ ମହାଶୟ ସେତେବେଳର ବାଦଶାହାଙ୍କୁ ଆହ୍ୱାନ ଦେଇଥିଲେ । ଆଉ କବୀର ଦାସଙ୍କ ଆହ୍ୱାନ ଥିଲା –
ଦର୍ କୀ ବାତ୍ କହୋ ଦରବେସା ବାଦଶାହା ହୈ କୌନ୍ ଭୈସା
କବୀର କହିଥିଲେ – ଆଦର୍ଶ ଶାସକ ହେଉଛନ୍ତି ସିଏ, ଯିଏ ଜନତାଙ୍କ କଷ୍ଟକୁ ବୁଝି ପାରୁଥିବେ ଆଉ ତାକୁ ଦୂର କରିବାର ପ୍ରୟାସ କରି ଥାଆନ୍ତି । ସେ ଶାସକ ଭାବେ ଆଦର୍ଶ ରାଜା ରାମଙ୍କ କଳ୍ପନା କରୁଥିଲେ । ତାଙ୍କ କଳ୍ପନାର ରାଜ୍ୟ ଲୋକତାନ୍ତ୍ରିକ ଆଉ ପନ୍ଥ ନିରପେକ୍ଷ ଥିଲା । କିନ୍ତୁ ଅବଶୋଷ ଏହା ଯେ ଆଜି ଅନେକ ପରିବାର ଦୁଃଖକୁ ଜନତାର ଭାଗ୍ୟ ବିଧାତା ଭାବି ସନ୍ଥ କବୀର ଦାସ ମହାଶୟଙ୍କ ଏହି କଥାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅସ୍ୱୀକାର କରିବାରେ ଲାଗିଛନ୍ତି । ସେମାନେ ଏହା ଭୁଲି ଯାଇଛନ୍ତି କି ଆମର ସଂଘର୍ଷ ଆଉ ଆଦର୍ଶର ମୁଳଦୁଆ ହେଉଛନ୍ତି କବୀରଙ୍କ ଭଳି ମହାପୁରୁଷ ।
କବୀର ମହୋଦୟ ବିନା କୌଣସି ଲାଜ – ଶରମର ରୁଢିବାଦୀ ଚିନ୍ତାଧାରା ଉପରେ ସିଧାସଳଖ ଆଘାତ କରିଥିଲେ । ମନୁଷ୍ୟ – ମନୁଷ୍ୟ ମଧ୍ୟରେ ଭେଦଭାବ କରୁଥିବା ପ୍ରତ୍ୟେକ ବ୍ୟବସ୍ଥାକୁ ଆହ୍ୱାନ ଦେଇଥିଲେ । ଯେଉଁମାନଙ୍କୁ ଚାପଗ୍ରସ୍ତ କରାଯାଇ ଦବାଇ ରଖାଯାଇଥିଲା, ବଂଚିତ ହୋଇ ରହି ଥିଲେ, ଯେଉଁମାନଙ୍କୁ ଶୋଷଣ କରାଯାଉଥିଲା; କବୀର ସେମାନଙ୍କୁ ସଶକ୍ତ କରିବାକୁ ଚାହୁଁଥିଲେ । ସେ ସୋମାନଙ୍କୁ ଯାଚଜ୍ଞାକାରୀ ଭାବେ ରଖିବାକୁ ଚାହୁଁ ନ ଥିଲେ ।
ସନ୍ଥ କବୀର ଦାସ ମହୋଦୟ କହୁଥିଲେ –
ମାଙ୍ଗନ ମରଣ ମସାନ ହୈ,ମତ କୋଇ ମାଙ୍ଗୋ ଭିକ
ମାଙ୍ଗନ ତେ ମରନା ଭଲା, ୟହ ସଦଗୁରୁ କୀ ସିଖ ।
କବୀର ନିଜେ ଶ୍ରମଜୀବୀ ଥିଲେ । ସେ ଶ୍ରମର ମହତ୍ୱ ବୁଝିପାରୁ ଥିଲେ । କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ଆମର ନୀତି – ନିର୍ମାତାମାନେ କବୀରଙ୍କ ଏଭଳି ଦର୍ଶନକୁ ବୁଝି ପାରିଲେ ନାହିଁ । ଗରିବୀ ଦୂର କରିବା ନାମରେ ସେମାନେ ଗରୀବଙ୍କୁ ଭୋଟ ବ୍ୟାଙ୍କର ରାଜନୀତି ଉପରେ ଅଶ୍ରିତ କରୁଥିଲେ ।
ସାଥୀଗଣ, ବିଗତ ଚାରି ବର୍ଷରେ ଆମେ ସେହି ରୀତି – ନୀତିକୁ ବଦଳାଇବାର ଭରପୁର ପ୍ରୟାସ କରିଛୁ । ଆମ ସରକାର ଗରୀବ, ଦଳିତ, ପିଡୀତ, ଶୋଷିତ, ବଂଚିତ, ମହିଳାମାନଙ୍କୁ, ଯୁବକମାନଙ୍କୁ ସଶକ୍ତ କରିବା ଦିଗରେ ଚାଲୁଛନ୍ତି । ଜନ – ଧନ ଯୋଜନା ଅଧିନରେ ଉତ୍ତରପ୍ରଦେଶରେ ପ୍ରାୟ ପାଞ୍ଚ କୋଟି ଗରିବଙ୍କ ବ୍ୟାଙ୍କ ଖାତା ଖୋଲି, 80 ଲକ୍ଷରୁ ଅଧିକ ମହିଳାମାନଙ୍କୁ ଉଜ୍ଜ୍ୱଳା ଯୋଜନା ଅଧିନରେ ମାଗଣା ଗ୍ୟାସ ସଂଯୋଗ ଦେଇ, ପ୍ରାୟ ଏକ କୋଟି 70 ଲକ୍ଷ ଗରିବଙ୍କୁ ମାସକୁ କେବଳ ଏକ ଟଙ୍କାରେ ଏବଂ ଦିନକୁ 90 ପଇସାର ପ୍ରିମିୟମରେ ସୁରକ୍ଷା ବୀମାର କବଚ ଦେଇ, ୟୁପି ସରକାର ଗାଁ ମାନଙ୍କରେ 25 କୋଟି ଶୌଚାଳୟ ତିଆରି କରି, ଲୋକଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ନଗଦ ହସ୍ତାନ୍ତର କରି ଗରିବଙ୍କୁ ସଶକ୍ତ କରିବାର କାର୍ଯ୍ୟ କରିଛନ୍ତି । ଆୟୁଷ୍ମାନ ଭାରତ ଦ୍ୱାରା ଆମର ଗରିବ ପରିବାରକୁ ଶସ୍ତା, ସୁଲଭ ଏବଂ ସର୍ବଶେଷ୍ଠ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଏକ ବହୁତ ବଡ଼ କଷ୍ଟ ଉଡାଇଛନ୍ତି । ଗରିବଙ୍କୁ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ନିଜର ପ୍ରାଥମିକତା ଦେଇଛନ୍ତି ।
ସାଥୀଗଣ, କବୀର ଶ୍ରମଯୋଗୀ ଥିଲେ, କର୍ମଯୋଗୀ ଥିଲେ । କବୀର କହିଥିଲେ –
କାଲ କରେ ସୋ ଆଜ କର ।
କବୀର କାମରେ ବିଶ୍ୱାସ ରଖୁଥିଲେ, ନିଜ ରାମଙ୍କ ଉପରେ ବିଶ୍ୱାସ ରଖୁଥିଲେ । ଆଜି ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେଉଥିବା ଯୋଜନାଗୁଡିକ, ଦୁଇଗୁଣ ଗତିରେ ନିର୍ମାଣ ହେଉଥିବା ସଡ଼କ, ନୂତନ ରାଜପଥ, ଦୁଇଗୁଣ ଗତିରେ ହେଉଥିବା ରେଳ ଲାଇନର ଆଲୋକୀକରଣ, ଦ୍ରୁତ ଗତିରେ ନିର୍ମାଣ ହେଉଥିବା ବିମାନ ବନ୍ଦର, ଦୁଇଗୁଣରୁ ଅଧିକ ଗତିରେ ନିର୍ମାଣ ହେଉଥିବା ଘର, ପ୍ରତ୍ୟେକ ପଞ୍ଚାୟତରେ ବିଛା ଯାଉଥିବା ଅପଟିକାଲ ଫାଇବର ନେଟୱାର୍କ, ଯାବତୀୟ କାର୍ଯ୍ୟର ଗତି କବୀର ମହୋଦୟଙ୍କ ପ୍ରଦର୍ଶିତ ମାର୍ଗର ପ୍ରତିବିମ୍ବ । ଏହା ହେଉଛି ଆମ ସରକାରଙ୍କର ‘ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ’ ମନ୍ତ୍ରର ଭାବନା ।
ସାଥୀଗଣ, ଯେଉଁଭଳି ଭାବେ କବୀରଙ୍କ ସମୟରେ ମଘରକୁ ଅନଗ୍ରସର ଏବଂ ଅଭିଶପ୍ତ ବୋଲି ବିବେଚନା କରାଯାଉଥିଲା, ଠିକ୍ ସେହି ପ୍ରକାରରେ ସ୍ୱାଧୀନତାର ଏତେ ବର୍ଷ ପରେ ଦେଶର ମାତ୍ର କିଛି ଭାଗ ପର୍ଯ୍ୟନ୍ତ ବିକାଶର ଆଲୋକ ପହଂଚି ପାରିଥିଲା । ଭାରତର ଏକ ବହୁତ ବଡ଼ ଭାଗ ନିଜକୁ ଅଲଗା – ଭିନ୍ନ ବୋଲି ଅନୁଭବ କରୁଥିଲେ । ପୂର୍ବ ଉତ୍ତରପ୍ରଦେଶ ଠାରୁ ନେଇ ପୂର୍ବ ଏବଂ ଉତ୍ତର, ଉତ୍ତର ପୂର୍ବ ଭାରତର ଲୋକେ ବିକାଶ ପାଇଁ ଚାତକ ଭଳି ଚାହିଁଥିଲେ । ଯେଉଁ ପ୍ରକାରରେ କବୀର ମହୋଦୟ ମଘରକୁ ଅଭିଶାପରୁ ମୁକ୍ତ କଲେ, ସେହିଭଳି ଭାବେ ଆମ ସରକାରଙ୍କର ପ୍ରୟାସ ହେଉଛି କି ଭାରତ ଭୂମିର ପ୍ରତି ଇଞ୍ଚ ମାଟିକୁ ବିକାଶର ଧାରା ସହିତ ଯୋଡା ଯାଉ ।
ଭାଇ ଓ ଭଉଣୀମାନେ, ସମଗ୍ର ଦୁନିଆ ମଘରକୁ ସନ୍ଥ କବୀରଙ୍କର ନିର୍ବାଣ ଭୂମି ଭାବେ ଜାଣନ୍ତି । କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ଏଠାରେ ମଧ୍ୟ ସ୍ଥିତି ଏପରି ନ ଥିଲା ଯାହା ରହିବା କଥା । 14 – 15 ବର୍ଷ ପୂର୍ବେ ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ମହଶୟ ଏଠାକୁ ଆସିଥିଲେ, ସେତେବେଳେ ସେ ଏହି ସ୍ଥାନ ପାଇଁ ଏକ ସ୍ୱପ୍ନ ଦେଖିଥଲେ । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମଘରକୁ ଅନ୍ତରାଷ୍ଟ୍ରୀୟ ମାନଚିତ୍ରରେ ସଦ୍ଭାବ, ସଂପ୍ରୀତିର କେନ୍ଦ୍ର ଭାବେ ବିକଶିତ କରିବା କାର୍ଯ୍ୟ ଆମେ ଏବେ ଦ୍ରୁତ ଗତିରେ କରିବାକୁ ଯାଉଛୁ ।
ସାରା ଦେଶରେ ମଘର ଭଳି ଆସ୍ଥା ଏବଂ ଆଧ୍ୟାତ୍ମର କେନ୍ଦ୍ରକୁ ସ୍ୱଦେଶ ଦର୍ଶନ ଯୋଜନା ଅଧିନରେ ବିକଶିତ କରିବାର କଷ୍ଟ ଆମ ସରକାର ଉଠାଇଛନ୍ତି । ରାମାୟଣ ସର୍କିଟ ହେଉ, ସୁଫି ସର୍କିଟ ହେଉ, ଯେପରି ଅନେକ ସର୍କିଟ ନିର୍ମାଣ କରି ଭିନ୍ନ ଭିନ୍ନ ସ୍ଥାନକୁ ବିକଶିତ କରିବାର କାର୍ଯ୍ୟ କରାଯାଉଛି । ସାଥୀଗଣ, ମାନବତାର ରକ୍ଷା, ବିଶ୍ୱ ବନ୍ଧୁତ୍ୱ ଏବଂ ପରସ୍ପର ପ୍ରେମ ପାଇଁ କବୀରଙ୍କ ବାଣୀ ହେଉଛି ଏକ ବହୁତ ବଡ଼ ସରଳ ମାଧ୍ୟମ । ତାଙ୍କର ବାଣୀ ସର୍ବ ପନ୍ଥ ସମଭବ ଏବଂ ସାମଜିକ ସମରସତାର ଭାବରେ ଏତେ ଓତଃପ୍ରୋତ ଭାବେ ଜଡିତ କି ସେ ଆଜି ମଧ୍ୟ ଆମ ପାଇଁ ହେଉଛି ପଥ ପ୍ରଦର୍ଶକ । ଆବଶ୍ୟକତା ରହିଛି କି କବୀର ସାହେବଙ୍କ ବାଣୀକୁ ଜନ ଜନ ପର୍ଯ୍ୟନ୍ତ ପହଂଚାଯାଉ ଏବଂ ସେହି ହିସାବରେ ଆଚରଣ କରାଯାଉ । ମୁଁ ବିଶ୍ୱାସ କରୁଛି କି କବୀର ଏକାଡେମୀ ଏଥିରେ ମହତ୍ୱପୁର୍ଣ୍ଣ ଭୂମିକା ତୁଲାଇବ । ପୁଣିଥରେ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ସନ୍ଥ କବୀରଙ୍କ ଏହି ପବିତ୍ର ମାଟିକୁ ଅସିଥିବାରୁ ସେମାନଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି । ସନ୍ଥ କବୀରଙ୍କ ଅମୃତ ବାଣୀକୁ ଜୀବନରେ ଅନୁପ୍ରାଣିତ କରି ଆମେ ନିଉ ଇଣ୍ଡିଆର ସଂକଳ୍ପକୁ ସିଦ୍ଧ କରି ପାରିବା ।
ଏହି ବିଶ୍ୱାସ ସହିତ ମୁଁ, ମୋ ବାଣୀକୁ ବିରାମ ଦେଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ସାହେବ ଆପଣମାନଙ୍କର ବନ୍ଦନା କରୁଛି । ସାହେବ ଆପଣମାନଙ୍କର ବନ୍ଦନା କରୁଛି । ସାହେବ ଆପଣମାନଙ୍କର ବନ୍ଦନା କରୁଛି ।
**********
आज मेरी बरसों की कामना पूरी हुई है..
— PMO India (@PMOIndia) June 28, 2018
संत कबीर दास जी की समाधि पर फूल चढ़ाने का,
उनकी मजार पर चादर चढ़ाने का, सौभाग्य प्राप्त हुआ।
मैं उस गुफा में भी गया, जहां कबीर दास जी साधना करते थे: PM
आज ज्येष्ठ शुक्ल पूर्णिमा है..
— PMO India (@PMOIndia) June 28, 2018
आज ही से भगवान भोलेनाथ की यात्रा शुरु हो रही है।
मैं तीर्थयात्रियों को सुखद यात्रा के लिए शुभकामनाएं भी देता हूं।
कबीर दास जी की 500वीं पुण्यतिथि के अवसर पर आज से ही यहां कबीर महोत्सव की शुरूआत हुई है: PM
थोड़ी देर पहले यहां संत कबीर अकादमी का शिलान्यास किया गया है।
— PMO India (@PMOIndia) June 28, 2018
यहां महात्मा कबीर से जुड़ी स्मृतियों को संजोने वाली संस्थाओं का निर्माण किया जाएगा।
कबीर गायन प्रशिक्षण भवन, कबीर नृत्य प्रशिक्षण भवन, रीसर्च सेंटर,
लाइब्रेरी,
ऑडिटोरियम,
हॉस्टल,
आर्ट गैलरी विकसित किया जाएगा: PM
कबीर की साधना ‘मानने’ से नहीं, ‘जानने’ से आरम्भ होती है..
— PMO India (@PMOIndia) June 28, 2018
वो सिर से पैर तक मस्तमौला, स्वभाव के फक्कड़
आदत में अक्खड़
भक्त के सामने सेवक
बादशाह के सामने प्रचंड दिलेर
दिल के साफ
दिमाग के दुरुस्त
भीतर से कोमल
बाहर से कठोर थे।
वो जन्म के धन्य से नहीं, कर्म से वंदनीय हो गए: PM
वो धूल से उठे थे लेकिन माथे का चन्दन बन गए।
— PMO India (@PMOIndia) June 28, 2018
वो व्यक्ति से अभिव्यक्ति और इससे आगे बढ़कर शब्द से शब्दब्रह्म हो गए।
वो विचार बनकर आए और व्यवहार बनकर अमर हुए।
संत कबीर दास जी ने समाज को सिर्फ दृष्टि देने का काम ही नहीं किया बल्कि समाज को जागृत किया: PM
कबीर ने जाति-पाति के भेद तोड़े,
— PMO India (@PMOIndia) June 28, 2018
“सब मानुस की एक जाति” घोषित किया,
और अपने भीतर के अहंकार को ख़त्म कर उसमें विराजे
ईश्वर का दर्शन करने का रास्ता दिखाया।
वे सबके थे, इसीलिए सब उनके हो गए: PM
ये हमारे देश की महान धरती का तप है, उसकी पुण्यता है कि समय के साथ, समाज में आने वाली आंतरिक बुराइयों को समाप्त करने के लिए समय-समय पर ऋषियों, मुनियों, संतों का मार्गदर्शन मिला।
— PMO India (@PMOIndia) June 28, 2018
सैकड़ों वर्षों की गुलामी के कालखंड में अगर देश की आत्मा बची रही, तो वो ऐसे संतों की वजह से ही हुआ: PM
कुछ दलों को शांति और विकास नहीं, कलह और अशांति चाहिए
— PMO India (@PMOIndia) June 28, 2018
उनको लगता है जितना असंतोष और अशांति का वातावरण बनाएंगे
उतना राजनीतिक लाभ होगा।
सच्चाई ये है ऐसे लोग जमीन से कट चुके हैं
इन्हें अंदाजा नहीं कि संत कबीर, महात्मा गांधी, बाबा साहेब को मानने वाले हमारे देश का स्वभाव क्या है: PM
समाजवाद और बहुजन की बात करने वालों का सत्ता के प्रति लालच आप देख रहे हैं
— PMO India (@PMOIndia) June 28, 2018
2 दिन पहले देश में आपातकाल को 43 साल हुए हैं। सत्ता का लालच ऐसा है कि आपातकाल लगाने वाले और उस समय आपातकाल का विरोध करने वाले एक साथ आ गए हैं।
ये समाज नहीं, सिर्फ अपने और अपने परिवार का हित देखते हैं: PM
जनधन योजना के तहत उत्तर प्रदेश में लगभग 5 करोड़ गरीबों के बैंक खाते खोलकर,
— PMO India (@PMOIndia) June 28, 2018
80 लाख से ज्यादा महिलाओं को मुफ्त गैस कनेक्शन देकर,
करीब 1.7 करोड़ गरीबों को बीमा कवच देकर,
1.25 करोड़ शौचालय बनाकर,
गरीबों को सशक्त करने का काम किया है: PM
14-15 वर्ष पहले जब पूर्व राष्ट्रपति अब्दुल कलाम जी यहां आए थे, तब उन्होंने इस जगह के लिए एक सपना देखा था।
— PMO India (@PMOIndia) June 28, 2018
उनके सपने को साकार करने के लिए,
मगहर को अंतरराष्ट्रीय मानचित्र में सद्भाव-समरसता के मुख्य केंद्र के तौर पर विकसित करने का काम अब किया जा रहा है: PM