Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାକୁମ୍ଭ ଭାରତର ଶାସ୍ୱତ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ତଥା ବିଶ୍ୱାସ ଏବଂ ସୌହାର୍ଦ୍ଦ୍ୟର ଉତ୍ସବ : ପ୍ରଧାନମନ୍ତ୍ରୀ


ପ୍ରୟାଗରାଜଠାରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ସମ୍ମାନ କରୁଥିବା କୋଟି କୋଟି ଲୋକଙ୍କ ପାଇଁ ଏହା ଏକ ବିଶେଷ ଦିନ ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଏହାଛଡା ମହାକୁମ୍ଭ ଭାରତର ଶାସ୍ୱତ ଆଧ୍ୟାତ୍ମିକ ଐତିହ୍ୟକୁ ପରିପ୍ରକାଶ କରେ ଏବଂ ବିଶ୍ୱାସ ଓ ସୌହାର୍ଦ୍ଦ୍ୟ ଉତ୍ସବ ପାଳନ କରେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଭଲପାଉଥିବା କୋଟି କୋଟି ଲୋକଙ୍କ ପାଇଁ ଏକ ବିଶେଷ ଦିନ !

ବିଶ୍ୱାସ, ଭକ୍ତି ଏବଂ ସଂସ୍କୃତିର ପବିତ୍ର ମିଳନରେ ଅଗଣିତ ଲୋକଙ୍କୁ ଏକତ୍ରିତ କରି ମହାକୁମ୍ଭ ମେଳା ୨୦୨୫ ପ୍ରୟାଗରାଜରେ ଆରମ୍ଭ ହୋଇଛି । ମହାକୁମ୍ଭ ଭାରତର ଅନନ୍ତ ଆଧ୍ୟାତ୍ମିକ ଐତିହ୍ୟକୁ ପରିପ୍ରକାଶ କରେ ଏବଂ ବିଶ୍ୱାସ ଓ ସୌହାର୍ଦ୍ଦ୍ୟର ଉତ୍ସବ ପାଳନ କରେ ।”

“ପ୍ରୟାଗରାଜ ଅଂସଖ୍ୟ ଲୋକଙ୍କ ସମାଗମରେ ଭରି ଯାଇଛି । ବହୁ ସଂଖ୍ୟାରେ ଲୋକମାନେ ସେଠାକୁ ଆସିବା ସହ ପବିତ୍ର ବୁଡ ପକାଇବା ଏବଂ ଆଶର୍ବାଦ ଭିକ୍ଷା କରିବା ଦେଖି ମୁଁ ଆନନ୍ଦିତ ।

ସମସ୍ତ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ରହଣି କାମନା କରୁଛି ।”

“ପୌଷ ପୂର୍ଣ୍ଣିମାରେ ପବିତ୍ର ସ୍ନାନ ସହ ଆଜିଠାରୁ ପ୍ରୟାଗରାଜର ପବିତ୍ର ଭୂମିରେ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଛି । ଆମର ଭକ୍ତି ଏବଂ ସଂସ୍କୃତି ସହିତ ଜଡିତ ଏହି ପବିତ୍ର ମେଳା ଅବସରରେ ମୁଁ ସମସ୍ତ ଶ୍ରଦ୍ଧାଳୁମାନଙ୍କର ହୃଦୟରୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି । ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏହି ପ୍ରମୁଖ ଉତ୍ସବ ଆପଣ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଏବଂ ଉତ୍ସାହ ସଂଚାର କରୁ, ଏହା ହିଁ ମୋର କାମନା ।”

 

SR