ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ଭାବେ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ ଏହା ହେଉଛି ପରିବର୍ତ୍ତନର ଏକ ଯୁଗର ପ୍ରାରମ୍ଭ, ଯାହା ଦେଶର ନୂତନ ଭବିଷ୍ୟତକୁ ଲେଖିବାକୁ ପ୍ରସ୍ତୁତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ନିମନ୍ତେ ଅନେକ ଶତାବ୍ଦୀ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି। ‘ଏକତାର ମହା କୁମ୍ଭ’ର ସଫଳ ସମାପନରେ ସନ୍ତୋଷ ବ୍ୟକ୍ତ କରି ଏବଂ ନାଗରିକମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ, ପ୍ରୟାସ ଓ ସଂକଳ୍ପ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ ଏକ ବ୍ଲଗରେ ନିଜର ବିଚାର ଲେଖିଛନ୍ତି ଏବଂ ଏହାକୁ ‘ଏକ୍ସ’ ରେ ସେୟାର କରିଛନ୍ତି –
‘‘ମହାକୁମ୍ଭ ସମାପନ ହୋଇଛି। ଏକତାର ମହାଯଜ୍ଞ ଶେଷ ହୋଇଛି। ପ୍ରୟାଗରାଜରେ ସମ୍ପୂର୍ଣ୍ଣ ୪୫ ଦିନ ଧରି ଏକତାର ଏହି ଭବ୍ୟ ସମାରୋହରେ, ୧୪୦ କୋଟି ନାଗରିକଙ୍କର ଆସ୍ଥା ଗୋଟିଏ ସମୟରେ ଏହି ଗୋଟିଏ ମହୋତ୍ସବରେ ଏକତ୍ରିତ ହୋଇଛି, ଏହା ବାସ୍ତବରେ ଅତ୍ୟନ୍ତ ଅଭିଭୂତ କରିଥାଏ ! ମହାକୁମ୍ଭ ସମାପ୍ତ ହେବା ପରେ ମନରେ ଆସିଥିବା ବିଚାରକୁ ମୁଁ ଲେଖିବାକୁ ଚେଷ୍ଟା କରିଛି।
‘‘ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ଅନେକ ଶତାବ୍ଦୀ ନିମନ୍ତେ ଏକ ଦୃଢ଼ ମୂଳଦୁଆ ପକାଇଛି ।’’
‘‘ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ବିଶ୍ୱରେ ପରିଚାଳନା ପେସାଦାର ତଥା ଯୋଜନା ଏବଂ ନୀତି ବିଶେଷଜ୍ଞମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି।’’
‘‘ନିଜର ଐତିହ୍ୟକୁ ନେଇ ଗର୍ବ କରୁଥିବା ଭାରତ ଆଜି ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ଏହା ହେଉଛି ପରିବର୍ତ୍ତନର ଯୁଗ, ଯାହା ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି।’’
‘‘ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ଭରେ ଏକଜୁଟ ହୋଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତର ଏହି ସ୍ମରଣୀୟ ଦୃଶ୍ୟ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସପୂର୍ଣ୍ଣ ଅନୁଭୂତିର ପର୍ବ ପାଲଟିଥିଲା।
‘‘ଦେଶବାସୀଙ୍କ କଠିନ ପରିଶ୍ରମ, ସେମାନଙ୍କ ପ୍ରୟାସ, ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ ସେମାନଙ୍କ ସଂକଳ୍ପ ଦ୍ୱାରା ଅଭିଭୂତ ହୋଇ ମୁଁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ, ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯିବି। ଶ୍ରଦ୍ଧା ରୂପୀ ସଂକଳ୍ପ ପୁଷ୍ପକୁ ଉତ୍ସର୍ଗ କରିବା ସମୟରେ ମୁଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି। ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ନିରବଚ୍ଛିନ୍ନ ଧାରା ଏହିପରି ପ୍ରବାହିତ ହେଉ ବୋଲି ମୁଁ କାମନା କରୁଛି।’’
*****
P.S/Swadhin/Man
महाकुंभ संपन्न हुआ...एकता का महायज्ञ संपन्न हुआ। प्रयागराज में एकता के महाकुंभ में पूरे 45 दिनों तक जिस प्रकार 140 करोड़ देशवासियों की आस्था एक साथ, एक समय में इस एक पर्व से आकर जुड़ी, वो अभिभूत करता है! महाकुंभ के पूर्ण होने पर जो विचार मन में आए, उन्हें मैंने कलमबद्ध करने का… pic.twitter.com/TgzdUuzuGI
— Narendra Modi (@narendramodi) February 27, 2025
समाज के हर वर्ग और हर क्षेत्र के लोग इस महाकुंभ में एक हो गए। ये एक भारत श्रेष्ठ भारत का चिर स्मरणीय दृश्य करोड़ों देशवासियों में आत्मविश्वास के साक्षात्कार का महापर्व बन गया।
— Narendra Modi (@narendramodi) February 27, 2025
एकता के महाकुंभ को सफल बनाने के लिए देशवासियों के परिश्रम, उनके प्रयास, उनके संकल्प से अभीभूत मैं द्वादश ज्योतिर्लिंग में से प्रथम ज्योतिर्लिंग, श्री सोमनाथ के दर्शन करने जाऊंगा। मैं श्रद्धा रूपी संकल्प पुष्प को समर्पित करते हुए हर भारतीय के लिए प्रार्थना करूंगा। मैं कामना करूंगा…
— Narendra Modi (@narendramodi) February 27, 2025