ହରହର ମହାଦେବ! ଜୟ ଶ୍ରୀ ମହାକାଳ, ଜୟ ଶ୍ରୀ ମହାକାଳ ମହାରାଜ କି ଜୟ! ମହାକାଳ ମହାଦେବ, ମହାକାଳ ମହାପ୍ରଭୁ । ମହାକାଳ ମହାରାଷ୍ଟ୍ର, ମହାକାଳ ନମୋସ୍ତୁତେ । ଉଜ୍ଜୈନର ପବିତ୍ର ପୂଣ୍ୟଭୂମିରେ ଏହି ଅବିସ୍ମରଣୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ସମଗ୍ର ଦେଶରୁ ଆସିଥିବା ସମସ୍ତ ଚରଣ – ବନ୍ଧ ସନ୍ଥଗଣ, ସମ୍ମାନନୀୟ ସାଧୁ – ସନ୍ନ୍ୟାସୀଗଣ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ଛତିଶଗଡ଼ର ରାଜ୍ୟପାଳ ଭଉଣୀ ଅନୁସୂୟା ଭଲକେ ଜୀ, ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀମାନ ରମେଶ ବୈଂସ ଜୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ସିଂହ ଚୌହାନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ, ରାଜ୍ୟ ସରକାରଙ୍କ ମନ୍ତ୍ରିଗଣ, ସାଂସଦଗଣ, ବିଧାୟକଗଣ, ଭଗବାନ ମହାକାଳର ସମସ୍ତ କୃପାପାତ୍ର ଶ୍ରଦ୍ଧାଳୁଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ, ଜୟ ମହକାଳ!
ଉଜ୍ଜୈନର ଏହି ଶକ୍ତି, ଏହି ଉତ୍ସାହ! ଅବନ୍ତିକାର ଏହି ସୌନ୍ଦର୍ଯ୍ୟ, ଏହି ଅଦ୍ଭୁତପୂର୍ବ, ଏହି ଆନନ୍ଦ! ମହାକାଳର ଏହି ମହିମା, ଏହି ମହାତ୍ମ୍ୟ! ‘ମହାକାଳ ଲୋକ’ରେ ଅଲୌକିକ କିଛି ମଧ୍ୟ ନାହିଁ । ଶଙ୍କରଙ୍କ ସାନ୍ନିଧ୍ୟରେ ସାଧାରଣ ଶକ୍ତି ମଧ୍ୟ ନୁହେଁ । ସବୁ ଅଲୌକିକ, ଅସାଧାରଣ ଅଟେ, ଅବିସ୍ମରଣୀୟ ଅଟେ, ଅବିଶ୍ୱସନୀୟ ଅଟେ । ମୁଁ ଆଜି ଅନୁଭବ କରୁଛି, ଆମର ତପସ୍ୟା ଏବଂ ଆସ୍ଥା ଦ୍ୱାରା ଯେତେବେଳେ ମହାକାଳ ପ୍ରସନ୍ନ ହୋଇଥାନ୍ତି, ସେତେବେଳେ ତାଙ୍କର ଆଶୀର୍ବାଦ ଦ୍ୱାରା ଏମିତି ହିଁ ଭବ୍ୟ ସ୍ୱରୂପର ନିର୍ମାଣ ହୋଇଥାଏ ଏବଂ ମହାକାଳଙ୍କ ଆଶୀର୍ବାଦ ଯେତେବେଳେ ମିଳିଥାଏ ସେତେବେଳେ ଅଶୁଭ ରେଖାମାନ ହଟି ଯାଇଥାଏ, ସମୟର ସୀମା ମିଶି ଯାଇଥାନ୍ତି ଏବଂ ଅନ୍ତରର ସୁଯୋଗ ପ୍ରସ୍ଫୁଟିତ ହୋଇ ଯାଇଥାଏ । ଶେଷରେ ଅନନ୍ତ ଯାତ୍ରା ଆରମ୍ଭ ହୋଇ ଯାଇଥାଏ । ମହାକାଳ ଲୋକଙ୍କର ଏହି ଭବ୍ୟତା ମଧ୍ୟ ସମୟର ସୀମାରୁ ପରେ ମଧ୍ୟ ଆଗାମୀ ଅନେକ ପିଢ଼ିମାନଙ୍କୁ ଅଲୌକିକ ଦିବ୍ୟତା ଦର୍ଶନ କରାଇବ, ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଚେତନାକୁ ଶକ୍ତି ଦେବ । ମୁଁ ଏହି ଅଦ୍ଭୁତ ଅବସରରେ ରାଜାଧିରାଜ ମହାକାଳଙ୍କ ଚରଣରେ ଶତ ଶତ ପ୍ରଣାମ କରୁଛି । ମୁଁ ଆପଣ ସମସ୍ତଙ୍କୁ, ଦେଶ ଏବଂ ଦୁନିଆରେ ମହାକାଳଙ୍କ ସମସ୍ତ ଭକ୍ତମାନଙ୍କୁ ହୃଦୟରୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ବିଶେଷ ଭାବରେ, ମୁଁ ଶିବରାଜ ସିଂହ ଚୌହାନ ଏବଂ ତାଙ୍କ ସରକାର, ତାଙ୍କୁ ମଧ୍ୟ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଯିଏ ଲଗାତାର ଏତେ ସମର୍ପଣ ଦ୍ୱାରା ଏହି ସେବା ଯଜ୍ଞରରେ ଲାଗି ପଡ଼ିଛନ୍ତି । ତା’ ସହିତ, ମୁଁ ମନ୍ଦିର ଟ୍ରଷ୍ଟ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କର, ସନ୍ଥ ଏବଂ ବିଦ୍ୱାନମାନଙ୍କୁ ମଧ୍ୟ ଆଦରପୂର୍ବକ ଧନ୍ୟବାଦ ଜଣାଉଛି । ଯେଉଁମାନଙ୍କ ସହଯୋଗ ଏହି ପ୍ରୟାସକୁ ସଫଳ କରିଛି ।
ସାଥୀମାନେ,
ମହାକାଳର ନଗରୀ ଉଜ୍ଜୈନ ସମ୍ପର୍କରେ ଆମର ଏଠାରେ କୁହାଯାଇଛି ଯେ- “ପ୍ରଳୟୋ ନ ବାଧତେ ତତ୍ର ମହାକାଳପୁରୀ” ଅର୍ଥାତ ମହାକାଳର ନଗରୀ ପ୍ରଳୟର ପ୍ରହାର ଠାରୁ ମଧ୍ୟ ମୁକ୍ତ ଅଟେ । ହଜାର ବର୍ଷ ପୂର୍ବେ ଯେତେବେଳେ ଭାରତର ଭୌଗୋଳିକ ସ୍ୱରୂପ ଆଜିଠାରୁ ଅଲଗା ରହିଥିବ, ସେତେବେଳ ଠାରୁ ଏହା ମାନି ନିଆଯାଉଛି ଯେ ଉଜ୍ଜୈନ ଭାରତର କେନ୍ଦ୍ରରେ ରହିଛି । ଗୋଟିଏ ପ୍ରକାରରେ, ଜ୍ୟୋତିଷ ଗଣନା ଅନୁଯାୟୀ ଉଜ୍ଜୈନ ନା କେବଳ ଭାରତର କେନ୍ଦ୍ର ରହିଛି, ବରଂ ଏହା ଭାରତର ଆତ୍ମାର କେନ୍ଦ୍ର ମଧ୍ୟ ରହିଛି । ଏହା ସେହି ସହର ଅଟେ, ଯାହା ଆମର ସାତ ପୁରୁଷ ଧରି ପବିତ୍ର ବୋଲି ଗଣନା କରାଯାଉଛି । ଏହା ସେହି ନଗର, ଯେଉଁଠାରେ ସ୍ୱୟଂ ଭଗବାନ କୃଷ୍ଣ ମଧ୍ୟ ଆସି ଶିକ୍ଷା ଗ୍ରହଣ କରିଥିଲେ । ଉଜ୍ଜୈନ ମହାରାଜା ବିକ୍ରମାଦିତ୍ୟଙ୍କ ସେହି ପ୍ରତାପକୁ ଦେଖିଛି, ଯିଏ ଭାରତର ନୂତନ ସ୍ୱର୍ଣ୍ଣ କାଳର ଶୁଭାରମ୍ଭ କରିଥିଲେ । ମହାକାଳଙ୍କ ଏହି ପୃଥିବୀ ପୃଷ୍ଠରୁ ବିକ୍ରମ ସଂବତ ରୂପରେ ଭାରତୀୟ କାଳଗଣନାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ଉଜ୍ଜୈନ ପ୍ରତ୍ୟେକ କ୍ଷଣରେ ପ୍ରତ୍ୟେକ ମୁହୂର୍ତ୍ତରେ ଇତିହାସକୁ ଜାବୁଡ଼ି ଧରିଛି, ପ୍ରତ୍ୟେକଟି ଆତ୍ମାରେ ଅଧ୍ୟାତ୍ମା ସମାହିତ ହୋଇଛି ଏବଂ କୋଣ କୋଣରେ ଈଶ୍ୱରୀୟ ଶକ୍ତି ସଂଚାରିତ ହେଉଛି । ଏଠାରେ କାଳଚକ୍ରର, ୮୪ କଳ୍ପୋର ପ୍ରତିନିଧିତ୍ୱ କରନ୍ତି ୮୪ ଶିବଲିଙ୍ଗ । ଏଠାରେ ୪ ମହାବୀର ଅଛନ୍ତି, ୬ ବିନାୟକ ଅଛନ୍ତି, ୮ ଭୈରବ ଅଛନ୍ତି, ଅଷ୍ଟ ମାତୃକା ଅଛନ୍ତି, ୯ ନବଗ୍ରହ ଅଛନ୍ତି, ୧ଠ ବିଷ୍ଣୁ ଅଟେ, ୧୧ ରୁଦ୍ର ଅଛନ୍ତି, ୧୨ ଆଦିତ୍ୟ ଅଛନ୍ତି, ୨୪ ଦେବୀମାନେ ଅଛନ୍ତି ଏବଂ ୮୮ ତୀର୍ଥ ରହିଛି । ଏବଂ ଏହି ସବୁ କେନ୍ଦ୍ରମାନଙ୍କରେ ରାଜାଧିରାଜ କାଳାଧିରାଜ ମହାକାଳ ବିରାଜମାନ ଅଛନ୍ତି । ଅର୍ଥାତ, ଏକ ପ୍ରକାରରେ ସେ ଆମର ପୁରା ବ୍ରହ୍ମାଣ୍ଡର ଶକ୍ତିକୁ ଆମର ଚାଷୀମାନେ ପ୍ରତୀକ ସ୍ୱରୂପରେ ଉଜ୍ଜୈନରେ ସ୍ଥାପିତ କରାଯାଇଛି । ଏଥିପାଇଁ ଉଜ୍ଜୈନ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଭାରତର ସମ୍ପୂର୍ଣ୍ଣତା ଏବଂ ସମୃଦ୍ଧିର, ଜ୍ଞାନ ଏବଂ ଗାରିମାର, ସଭ୍ୟତା ଏବଂ ସାହିତ୍ୟର ନେତୃତ୍ୱ ନେଇଛି । ଏହି ନଗରୀର ବାସ୍ତୁ କେମିତି ଥିଲା, ବୈଭବ କେମିତି ଥିଲା, ଶିଳ୍ପ କେମିତି ଥିଲା, ସୌନ୍ଦର୍ଯ୍ୟ କେମିତି ଥିଲା, ଏହାର ଦର୍ଶନ ଆମକୁ ମହାକବି କାଳିଦାସଙ୍କ ମେଘଦୂତମରେ ରହିଛି । ବାଣଭଣ୍ଟ ଭଳି କବିଙ୍କ ଭଳି କାବ୍ୟରେ ଏଠିକାର ସଂସ୍କୃତି ଏବଂ ପରମ୍ପାରାର ଚିତ୍ରଣ ଆଜି ମଧ୍ୟ ମିଳୁଛି । ଏହା ନୁହେଁ, ମଧ୍ୟକାଳରେ ଲେଖକମାନେ ମଧ୍ୟ ଏଠାରେ ସ୍ଥାପତ୍ୟ ଏବଂ ବାସ୍ତୁ କଳାର ଗୁଣଗାନ କରିଛି ।
ଭାଇ ଓ ଭଉଣୀମାନେ,
କୌଣସି ରାଷ୍ଟ୍ରର ସାଂସ୍କୃତିକ ବୈଭବ ଏତେ ବିଶାଳ ସେତେବେଳେ ହୋଇଥାଏ, ଯେତେବେଳେ ତାହାର ସଫଳତାର ପରଚମ, ବିଶ୍ୱ ପଟଳରେ ଲହରାଉଛି । ଏôବଂ ସଫଳତାର ଶିଖର ପର୍ଯ୍ୟନ୍ତ ପହଂଚିବା ପାଇଁ ମଧ୍ୟ ଏହା ଜରୁରୀ ଅଟେ ଯେ ରାଷ୍ଟ୍ର ଆମର ସାଂସ୍କୃତିକ ଉକ୍ରର୍ଷକୁ ଛୁଇଁବ । ନିଜର ପରିଚୟ ସହିତ ଗୌରବର ସହ ମୁଣ୍ଡ ଉଠାଇ ଛିଡ଼ା ହେବ । ଏଥିପାଇଁ, ସ୍ୱାଧୀନତାର ଅମୃତ କାଳରେ ଭାରତରେ ‘ଗୁଲାମୀର ମାନସିକତା ଠାରୁ ମୁକ୍ତି’ ଏବଂ ନିଜର ‘ବିରାସତ ଉପରେ ଗର୍ବ’ ଯେମିତି ପଞ୍ଚ ପ୍ରାଣରେ ଆହ୍ୱାନ କରିଛି । ଏଥିପାଇଁ, ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ପୁରା ଦ୍ରୁତ ଗତିରେ ଆଗେଇ ଚାଲିଛି । କାଶୀରେ ବିଶ୍ୱନାଥ ଧାମ, ଭାରତର ସାଂସ୍କୃତିକ ରାଜଧାନୀର ଗୌରବ ବୃଦ୍ଧି ପାଉଛି । ସୋମନାଥରେ ବିକାଶର କାର୍ଯ୍ୟ ନୂତନ କୀର୍ତ୍ତିମାନ ସ୍ଥାପନା କରାଯାଉଛି । ଉତ୍ତରାଖଣ୍ଡରେ ବାବା କେଦାରଙ୍କ ଆଶୀର୍ବାଦରୁ କେଦାରନାଥ – ବଦ୍ରୀନାଥ ତୀର୍ଥ କ୍ଷେକ୍ଷତ୍ରରେ ବିକାଶ ପାଇଁ ଏକ ନୂଆ ଅଧ୍ୟାୟ ଲେଖାଯାଉଛି । ଏତିକି ନୁହେଁ, ସ୍ୱାଧୀନତା ପରେ ପ୍ରଥମ ଥର କରତାପୁର ସାହିବ କରିଡର ଖୋଲିଛି, ହେମକୁଣ୍ଡ ସାହିବ ରୋପ ୱେ ସହିତ ଯୋଡ଼ିହେବାକୁ ଯାଉଛି । ଏହିଭଳି, ସ୍ୱଦେଶ ଦର୍ଶନ ଏବଂ ପ୍ରାସାଦ ଯୋଜନାରେ ସମଗ୍ର ଦେଶରେ ଆମର ଆଧ୍ୟାତ୍ମିକ ଚେତନାର ଏମିତି କେତେ କେନ୍ଦ୍ରର ଗୌରବ ପୁନଃସ୍ଥାପନା କରାଯାଉଛି । ଏବଂ ବର୍ତ୍ତମାନର ଏହି ପର୍ଯ୍ୟାୟରେ ଏହି ଭବ୍ୟ, ଅତିଭବ୍ୟ ‘ମହାକାଳ ଲୋକ’ ମଧ୍ୟ ଅତୀତର ଗୌରବ ସହିତ ଭବିଷ୍ୟତକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇସାରିଛି । ଆଜି ଯେତେବେଳେ ଆମେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆମର ପ୍ରାଚୀନ ମନ୍ଦିରକୁ ଦେଖୁଛୁ, ତାହାର ବିଶାଳତା, ତାହାର ବାସ୍ତୁ ଆମକୁ ଆଶ୍ଚର୍ଯ୍ୟାନ୍ୱିତ କରି ଦେଇଥାଏ । କୋଣାର୍କର ସୂର୍ଯ୍ୟ ମନ୍ଦିର ହେଉ କିମ୍ବା ମହାରାଷ୍ଟ୍ରରେ ଏଲୋରାର କୈଳାସ ମନ୍ଦିର, ଏହା ବିଶ୍ୱରେ କ’ଣ ବିସ୍ମିତ କରୁଦେଉନାହିଁ? କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଗୁଜରାଟର ମୋହେରା ସୂର୍ଯ୍ୟ ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ସିଧାସଳଖ ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରୁଛି । ଏହିଭଳି ଭାବରେ, ତାମିଲନାଡୁର ତଂଜୋରରେ ରାଜାରାଜା ଚୋଲ ଦ୍ୱାରା ନିର୍ମିତ ହୋଇଥିବା ବୃହଦେଶ୍ୱର ମନ୍ଦିର ଅଛି । କାଞ୍ଚôପୁରମରେ ବରଦରାଜା ପେରୁମଲ ମନ୍ଦିର ଅଛି, ରାମେଶ୍ୱରମ ଠାରେ ରାମନାଥ ସ୍ୱାମୀ ମନ୍ଦିର ଅଛି । ବେଲୁରର ଚନ୍ନକେଶବାମନ୍ଦିର ଅଛି, ମଦୁରାଇର ମୀନାକ୍ଷୀ ମନ୍ଦିର ଅଛି, ତେଲେଙ୍ଗାନାର ରାମାପ୍ପା ମନ୍ଦିର, ଶ୍ରୀନଗରରେ ଶଙ୍କରାଚାର୍ଯ୍ୟ ମନ୍ଦିର । ଏମିତି କେତେ ମନ୍ଦିର ଅଛି, ଯାହା ଅଦ୍ୱିତୀୟ ଅଟନ୍ତି, କଳ୍ପନାତୀତ ଅଟନ୍ତି, ‘ନ ଭୂତୋ ନ ଭବିଷ୍ୟତ’ର ଜୀବନ୍ତ ଉଦାହରଣ ଅଟେ । ଆମେ ଯେତେବେଳେ ସେଗୁଡ଼ିକୁ ଦେଖିଥାଉ ଆମେ ଚିନ୍ତା କରିବାକୁ ବାଧ୍ୟ ହୋଇପଡୁ ଯେ କେମିତି ସେହି ସମୟରେ, ସେହି ଯୁଗରେ କେଉଁ କୌଶଳରେ ଏଗୁଡ଼ିକୁୂ ନିର୍ମାଣ କରାଯାଇଥିବ । ଆମର ସମସ୍ତ ପ୍ରଶ୍ନର ଉତ୍ତର ଆମକୁ ମିଳୁ ବା ନମିଳୁ, କିନ୍ତୁ ଏହି ମନ୍ଦିରର ଆଧ୍ୟାତ୍ମିକ ସାଂସ୍କୃତିକ ସଂଦେଶ ଆମକୁ ସେତିକି ହିଁ ସ୍ପଷ୍ଟତାର ସହିତ ଆଜି ମଧ୍ୟ ଗୁଞ୍ଜରିତ ହେବାର ଶୁଣିବାକୁ ମିଳୁଛି । ଯେତେବେଳେ ପିଢ଼ି ପିଢ଼ଇ ଧରି ଏହି ଐତିହ୍ୟକୁ ଦେଖୁଛି, ତାହାର ସଂଦେଶକୁ ଶୁଣୁଛୁ, ତେବେ ଗୋଟିଏ ସଭ୍ୟତା ଭାବରେ ଏହି ଆମର ନିରନ୍ତରତା ଏବଂ ଅମରତାର ମାଧ୍ୟମ ହୋଇ ଯାଇଥାଏ । ‘ମହାକାଳ ଲୋକ’ରେ ଏହି ପରମ୍ପରା ସେତିକି ହିଁ ପ୍ରଭାବୀ ଢଙ୍ଗରେ କଳା ଏବଂ ଶିଳ୍ପ ମାଧ୍ୟମରେ ଉକେରୀ କରାଯାଇଛି । ଏହି ପୂରା ମନ୍ଦିର ପ୍ରାଙ୍ଗଣ ଶିବ ପୁରାଣର କଥା ଉପରେ ଆଧାର କରି ନିର୍ମାଣ କରାଯାଇଛି । ଆପଣ ଏଠାକୁ ଆସିବେ ତେବେ ମହାକାଳଙ୍କ ଦର୍ଶନ ସହିତ ଆପଣଙ୍କୁ ମହାକାଳର ମହିମା ଏବଂ ମହତ୍ତ୍ୱର ମଧ୍ୟ ଦର୍ଶନ ମିଳିବ । ପଞ୍ଚମୁଖି ଶିବ, ତାଙ୍କ ଡମ୍ବରୁ, ସର୍ପ, ତ୍ରିଶୁଳ, ଅର୍ଦ୍ଧଚନ୍ଦ୍ର ଏବଂ ସପ୍ତଋଷୀ, ତାଙ୍କର ମଧ୍ୟ ସେତିକି ଭବ୍ୟ ସ୍ୱରୂପ ଏଠାରେ ସ୍ଥାପନା କରାଯାଇଛି । ଏହି ବାସ୍ତୁ, ଏଥିରେ ଜ୍ଞାନର ଏହି ସମାବେଶ, ଏହି ମହାକାଳ ଲୋକକୁ ତାହାର ପ୍ରାଚୀନ ଗୌରବ ସହିତ ଯୋଡ଼ା ଯାଇଥାଏ, ତାହାର ସାର୍ଥକତାକୁ ଆହୁରି ମଧ୍ୟ ବଢ଼ାଇ ଦେଇଥାଏ ।
ଭାଇ ଏବଂ ଭଉଣୀମାନେ,
ଆମର ଶାସ୍ତ୍ରରେ ଏକ ବାକ୍ୟ ଅଛି- ‘ଶିବମ୍ ଜ୍ଞାନମ୍’ । ଏହା ଅର୍ଥ ହେଉଛି, ଶିବ ହିଁ ଜ୍ଞାନ ଅଟନ୍ତି । ଏବଂ ଜ୍ଞାନ ହିଁ ଶିବ ଅଟନ୍ତି । ଶିବଙ୍କ ଦର୍ଶନରେ ହିଁ ବ୍ରହ୍ମାଣ୍ଡର ସର୍ବୋଚ୍ଚ ‘ଦର୍ଶନ’ ରହିଛି । ଏବଂ ‘ଦର୍ଶନ’ ହିଁ ଶିବଙ୍କ ଦର୍ଶନ ଅଟେ । ଏଥିପାଇଁ ମୁଁ ମାନୁଛି, ଆମର ଜ୍ୟୋର୍ତିଲିଙ୍ଗର ଏହି ବିକାଶ ଭାରତର ଆଧ୍ୟାତ୍ମିକ ଜ୍ୟୋତିର ବିକାଶ ଅଟେ, ଭାରତର ଜ୍ଞାନ ଏବଂ ଦର୍ଶନର ବିକାଶ ଅଟେ । ଭାରତର ଏହି ସାଂସ୍କୃତି ଦର୍ଶନ ପୁଣିଥରେ ଶିଖରରେ ପହଂଚି ବିଶ୍ୱକୁ ମାର୍ଗଦର୍ଶନ କରାଇବା ପାଇଁ ପ୍ରସ୍ତୁତ ହେଉଛି ।
ସାଥୀମାନେ,
ଭଗବାନ ମହାକାଳ ଏକମାତ୍ର ଏମିତି ଜ୍ୟୋତିର୍ଲିଙ୍ଗ ଅଟନ୍ତି ଯିଏ ଦକ୍ଷିଣମୁଖୀ । ଏଠାରେ ଶିଙ୍କର ଏମିତି ସ୍ୱରୂପ ଅଛି, ଯାହାର ଉଷ୍ମ ଆରତୀ ପୁରା ବିଶ୍ୱରେ ପ୍ରସିଦ୍ଧ । ପ୍ରତ୍ୟେକ ଭକ୍ତ ନିଜ ଜୀବନରେ ଉଷ୍ମ ଆରତୀର ଦର୍ଶନ ନିଶ୍ଚିତ କରିବାକୁ ଚାହିଁବ । ଉଷ୍ମ ଆରତୀର ଧାର୍ମିକ ମହତ୍ୱ ଏଠାରେ ଉପସ୍ଥିତ ଆପଣ ସମସ୍ତ ସନ୍ଥଗଣ ଅଧିକ ଗଭୀରତାର ସହ କହିପାରିବେ, କିନ୍ତୁ ମୁଁ ଏହି ପରମ୍ପରାରେ ଆମର ଭାରତର ଜୀବନ୍ତତାର ଦର୍ଶନ ମଧ୍ୟ କରୁଛି । ମୁଁ ଏଥିରେ ଭାରତର ଅପରାଜେୟ ଅସ୍ତିତ୍ୱକୁ ମଧ୍ୟ ଦେଖୁଛି । କାରଣ, ଯେଉଁ ଶିବ ‘ସ୍ୱୟଂ ଭୂତ ବିଭୂଷଣ’ ଅଟନ୍ତି ଅର୍ଥାତ, ଉଷ୍ଣକୁ ଧାରଣ କରିଥାନ୍ତି, ସେ ‘ସର୍ବାଧିପଃ: ସର୍ବଦା’ ମଧ୍ୟ ଅଟନ୍ତି । ଅର୍ଥାତ, ସେ ଅନଶ୍ୱର ଏବଂ ଅବିନାଶୀ ମଧ୍ୟ ଅଟନ୍ତି । ଏଥିପାଇଁ, ଯେଉଁଠି ମହାକାଳ ଅଛନ୍ତି, ସେଠାରେ କାଳଖଣ୍ଡର ସୀମା ନାହିଁ । ମହାକାଳଙ୍କ ଶରଣରେ ବିଷରେ ମଧ୍ୟ ସମ୍ପଦ ରହିଥାଏ । ମହାକାଳଙ୍କ ସାନ୍ନିଧ୍ୟରେ ଅବସାନରୁ ମଧ୍ୟ ପୁନଜୀବନ ହୋଇଥାଏ । ଶେଷରେ ମଧ୍ୟ ଅନ୍ତରର ଯାତ୍ରା ଆରମ୍ଭ ହୋଇଥାଏ । ଏହା ଆମର ସଭ୍ୟତାର ସେହି ଆଧ୍ୟାତ୍ମିକ ଆତ୍ମବିଶ୍ୱାସ ଅଟେ ଯାହାର ସାମର୍ଥ୍ୟରୁ ଭାରତ ହଜାର ହଜାର ବର୍ଷ ଧରି ଅମର ହୋଇ ରହିଛି । ଅଜର ଅମର ହୋଇ ରହିଛି । ବର୍ତ୍ତମାନ ଯର୍ପ୍ୟନ୍ତ ଆମର ଆସ୍ଥାର ଏହି କେନ୍ଦ୍ର ଜାଗ୍ରତ ରହିଛି । ଅତୀତରେ ଆମେ ଦେଖିଛୁ, ପ୍ରୟାସ କରିଛୁ । ପରିସ୍ଥିତି ବଦଳିଛି, ମଣିଷ ମଧ୍ୟ ବଦଳିଛି, ଭାରତର ଶୋଷଣ ମଧ୍ୟ ହୋଇଛି, ସ୍ୱାଧୀନତା ମଧ୍ୟ ଗଲା । ଇଲତୁତମିଶଙ୍କ ଭଳି ଆକ୍ରମଣକାରୀମାନେ ଉଜ୍ଜୈନର ଶକ୍ତିକୁ ମଧ୍ୟ ନଷ୍ଟ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ଆମର ଚାଷୀମାନେ କହିଛନ୍ତି- “ଚନ୍ଦ୍ରଲେଖରମର ଆଶ୍ରୟେ ମମ କିମ କରିଷ୍ୟାତି ୱେ ଯମ:?” ଅର୍ଥାତ, ମହାକାଳ ଶିବଙ୍କ ଶରଣରେ ମୃତୁ୍ୟ ମଧ୍ୟ ଆମର କ’ଣ କରିବ? ଏବଂ ଏଥିପାଇଁ, ଭାରତ ନିଜର ଆସ୍ଥାର ଏହି ପ୍ରାମାଣିକ କେନ୍ଦ୍ରର ଶକ୍ତିକୁ ପୁଣି ପୁନର୍ଜୀବିତ ହୋଇ ଉଠିଲା, ପୁଣି ଉଠି ଠିଆ ହେଲା । ଆମେ ପୁଣି ଆମର ଅମରତ୍ୱକୁ ସେମିତି ଭାବରେ ବିଶ୍ୱବ୍ୟାପୀ ଘୋଷଣା କରିଦେଲୁ । ଭାରତ ପୁଣି ମହାକାଳଙ୍କ ଆଶିଷରେ କାଳର କପାଳରେ କାଳାତୀତ ଅସ୍ତିତ୍ୱର ଶିଳାଲେଖ ଲେଖିଦେଲୁ । ଆଜି ପୁଣିଥରେ, ସ୍ୱାଧୀନତାର ଏହି ଅମ୍ୟତ କାଳରେ ଅମର ଅବନ୍ତିକା ଭାରତର ସାଂସ୍କୃତିକ ଅମରତ୍ୱର ଘୋଷଣା କରୁଛି। ଉଜ୍ଜୈନ ଯେଉଁ ହଜାର ହଜାର ବର୍ଷ ଧରି ଭାରତୀୟ କାଳଗଣନାର କେନ୍ଦ୍ର ବିନ୍ଦୁ ରହିଥିଲା, ତାହା ଆଜି ପୁଣିଥରେ ଭାରତର ଭାବନାର ଏକ ନୂତନ କାଳଖଣ୍ଡ ଘୋଷଣା କରୁଛି ।
ସାଥୀମାନେ,
ଭାରତ ପାଇଁ ଧର୍ମର ଅର୍ଥ ହେଉଛି, ଆମର କର୍ତ୍ତବ୍ୟର ସାମୁହିକ ସଂକଳ୍ପ! ଆମର ସଂକଳ୍ପଗୁଡ଼ିକର ଧେୟ ଅଟେ, ବିଶ୍ୱର କଲ୍ୟାଣ ମାନବ ମାତ୍ରଙ୍କ ସେବା । ଆମେ ଶିବଙ୍କ ଆରାଧନାରେ ମଧ୍ୟ କହିଛୁ- ନମାମି ବିଶ୍ୱସ୍ୟ ହିତେ ରତମ୍ ତମ, ନମାମି ରୂପାଣୀ ବହୁନି ଧତ୍ତୋ! ଅର୍ଥାତ, ଏହି ବିଶ୍ୱପତି ଭଗବାନ ଶିବଙ୍କୁ ପ୍ରଣାମ କରୁଛି, ଯିଏ ଅନେକ ରୂପରେ ପୁରା ବିଶ୍ୱର ହିତରେ ଲାଗିଛନ୍ତି । ଏହି ଭାବନା ସବୁବେଳେ ଭାରତର ତୀର୍ଥମାନଙ୍କରେ, ମନ୍ଦିରମାନଙ୍କରେ, ମଠମାନଙ୍କରେ ଏବଂ ଆସ୍ଥା ମଧ୍ୟ ରହିଛି । ଏଠିକାର ମହାକାଳ ମନ୍ଦିରକୁ ପୁରା ଦେଶ ଏବଂ ଦୁନିଆରୁ ଲୋକମାନେ ଆସିଥାନ୍ତି । ସିଂହସ୍ଥ କୁମ୍ଭ ଲାଗିଥାଏ ତେଣୁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ । ଅଗଣିତ ବିବିଧତାରେ ମଧ୍ୟ ଗୋଟିଏ ନ୍ତ୍ର, ଗୋଟିଏ ସଂକଳ୍ପକୁ ନେଇ ଗୋଟିଏ ସାଥୀରେ ଏକତ୍ରିତ ହୋଇପାରିବା, ଏହାର ଏହାଠାରୁ ବଡ଼ ଉଦାହରଣ କ’ଣ ହୋଇପାରେ? ଏବଂ ଆମେ ଜାଣିଛୁ ହଜାର ହଜାର ବର୍ଷ ଧରି ଆମର କୁମ୍ଭମେଳାର ପରମ୍ପରା ବହୁତ ସାମୁହିକ ମନ୍ଥନ ପରେ ଯେଉଁ ଅମୃତ ବାହାରିଥାଏ ତାହାଦ୍ୱାରା ସଂକଳ୍ପକୁ ନେଇ ବାର ବର୍ଷ ପର୍ଯ୍ୟନ୍ତ ତାହାକୁ କ୍ରୟାନ୍ୱିତ କରିବାର ପରମ୍ପରା ରହିଥିଲା, ପୁଣିଥରେ ଅମୃତ ମନ୍ଥନ ହେଉଥିଲା । ପୁଣି ସଂକଳ୍ପ ନିଆଯାଉଥିଲା । ପୁଣି ବାର ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା । ଗତ କୁମ୍ଭ ବେଳାରେ ମୋତେ ଏଠାକୁ ଆସିବାକୁ ସୌଭାଗ୍ୟ ମିଳିଥିଲା । ମହାକାଳଙ୍କ ଡାକରା ଆସିଲା ଏବଂ ପୁଅ ଆସିବା ବିନା କିଭଳି ରହିପାରିବ ଏବଂ ସେହି ସମୟରେ କୁମ୍ଭର ଯେଉଁ ହଜାର ବର୍ଷର ପୁରୁଣା ପରମ୍ପରା ସେହି ସମୟରେ ଯେଉଁ ମନ ମସ୍ତିଷ୍କରେ ଯେଉଁ ମନ୍ଥନ ଚାଲିଥିଲା, ଯେଉଁ ବିଚାର ପ୍ରବାହିତ ହେଉଥିଲା । ମା’ କ୍ଷିପ୍ରାଙ୍କ ନିକଟରେ ଅନେକ ବିଚାର ମଧ୍ୟରେ ଘେରି ହୋଇ ଯାଇଥିଲି ଏବଂ ସେଥିରୁ ମନ କଲି, କିଛି ଶବ୍ଦ କହିଥିଲେ, ଜଣା ନାହିଁ କେଉଁଠୁ ଆସିଲା, କେମିତି ଆସିଲା ଏବଂ ଯେଉଁ ଭାବନା ସୃଷ୍ଟି ହୋଇଥିଲା ତାହା ସଂକଳ୍ପ ହୋଇଗଲା । ଆଜି ତାହା ସୃଷ୍ଟି ରୂପରେ ଦର୍ଶନ ଦେଉଛନ୍ତି ସାଙ୍ଗମାନେ । ମୁଁ ଏମିତି ସାଥିମାନଙ୍କୁ କୃତଜ୍ଞତା ଜଣାଉଛି ଯେଉଁମାନେ ସେହି ସମୟରେ ସେହି ଭାବନାକୁ ଆଜି ଚରିତାର୍ଥ କରି ଦେଖାଇଛନ୍ତି । ସମସ୍ତଙ୍କ ମନରେ କ୍ଷିପ୍ରା ପାଇଁ ଶ୍ରଦ୍ଧା, ଜୀବ ଏବଂ ପ୍ରକୃତି ପାଇଁ ସମ୍ବେଦନଶୀଳତା ଏବଂ ଏତେ ବଡ଼ ସମାଗମ! ବିଶ୍ୱର ହିତ ପାଇଁ, ବିଶ୍ୱର ଭଲ ପାଇଁ କେତେ ପ୍ରେରଣାମାନେ ଏଠାରୁ ବାହାରି ପାରିବ?
ଭାଇ ଓ ଭଉଣୀମାନେ,
ଆମର ଏହି ତୀର୍ଥ ଶତାବ୍ଦୀ ଶତାବ୍ଦୀ ଧରି ରାଷ୍ଟ୍ରକୁ ସଂଦେଶ ମଧ୍ୟ ଦେଇଛି ଏବଂ ସାମର୍ଥ୍ୟ ମଧ୍ୟ ଦେଇଛି । କାଶୀ ଭଳି ଆମର କେନ୍ଦ୍ର ଧର୍ମ ସହିତ ଜ୍ଞାନ, ଦର୍ଶନ ଏବଂ କଳାର ରାଜଧାନୀ ମଧ୍ୟ ରହିଛି । ଉଜ୍ଜୈନ ଭଳି ଆମର ସ୍ଥାନ ଖଗୋଲ ବିଜ୍ଞାନ ଜ୍ୟୋତିଷ ଶାସ୍ତ୍ର ସହିତ ଜଡ଼ିତ ଶୁଦ୍ଧ କରିବାରେ ଶୀର୍ଷ କେନ୍ଦ୍ର ରହିଆସିଛି । ଆଜି ନୂଆ ଭାରତ ଯେତେବେଳେ ନିଜର ପ୍ରାଚୀନ ମୂଳତତ୍ତ୍ୱ ସହିତ ଆଗକୁ ବଢୁଛି, ସେତେବେଳେ ଆସ୍ଥା ସହିତ ବିଜ୍ଞାନ ଏବଂ ଶୋଧର ପରମ୍ପରାକୁ ମଧ୍ୟ ପୁନର୍ଜୀବିତ କରୁଛି । ଆଜି ଆମେ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ଦୁନିଆର ବଡ଼ ଶକ୍ତିର ସହିତ ସମାନ ହୋଇ ଛିଡ଼ା ହୋଇପାରୁଛୁ । ଆଜି ଭାରତ ଅନ୍ୟ ଦେଶର ସାଟେଲାଇଟ ମଧ୍ୟ ସ୍ପେସରେ ଲଞ୍ଚ କରୁଛି । ମିଶନ ଚନ୍ଦ୍ରଯାନ ଏବଂ ମିଶନ ଗଗନୟାନ ଭଳି ଅଭିଯାନ ମାଧ୍ୟମରେ ଭାରତ ଆକାଶକୁ ଲମ୍ଫ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି, ଯାହା ଆମକୁ ନୂତନ ଶିଖରକୁ ଯିବାକୁ ଦେବ । ଆଜି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ଆତ୍ମ ନିର୍ଭରତାଆଡ଼କୁ ଅଗ୍ରସର ହେଉଛି । ସେହିଭଳି ଭାବରେ, ଆଜି ଆମର ଯୁବକମାନଙ୍କର ଦକ୍ଷତା ହେଉ, ଖେଳ ହେଉ, ସ୍ପୋର୍ଟ୍ସରୁ ଷ୍ଟାର୍ଟଅପ୍ସ, ଗୋଟିଏ ଗୋଟିଏ ଜିନିଷ ନୂଆ ନୂଆ ଷ୍ଟାର୍ଟଅପ ସହିତ, ନୂତନ ୟୁନିକର୍ଣ୍ଣ ସହିତ ପ୍ରତ୍ୟେକ କ୍ଷେତ୍ରରେ ଭାରତର ପ୍ରତିଭାଙ୍କୁ ଡିଣ୍ଡିମ ବଜାଉଛି ।
ଏବଂ ଭାଇ ଓ ଭଉଣୀମାନେ,
ଆମକୁ ଏହା ମଧ୍ୟ ମନେ ରଖବାକୁ ହେବ, ଏହା ଭୁଲନ୍ତୁ ନାହିଁ, ଯେଉଁଠାରେ ନବାଚାର ଅଛି, ସେଠାରେ ନବୀକରଣ ମଧ୍ୟ ଅଛି । ଆମେ ଦାସତ୍ୱ ସମୟରେ ଯାହା ହଜେଇ ଦେଇଛୁ, ଆଜି ଭାରତ ତାହାକୁ ପୁନର୍ନିମିତ କରୁଛି; ନିଜର ଗୌରବର, ନିଜର ବୈଭବର ପୁନଃସ୍ଥାପନା କରୁଛି ଏବଂ ଏହାର ଲାଭ, କେବଳ ଭାରତର ଲୋକମାନଙ୍କୁ ନୁହେଁ, ବିଶ୍ୱାସ ରଖନ୍ତୁ ସାଥୀମାନେ, ମହାକାଳଙ୍କ ଚରଣରେ ବସିଛି, ବିଶ୍ୱାସରେ ପୂର୍ଣ୍ଣ ହୋଇଯାଆନ୍ତୁ । ଏବଂ ମୁଁ ବିଶ୍ୱାସର ସହିତ କହୁଛି ଏହାର ଲାଭ ପୁରା ବିଶ୍ୱକୁ ମିଳିବ, ପୁରା ମାନବ ସମାଜକୁ ମିଳିବ । ମହାକାଳଙ୍କ ଆଶୀର୍ବାଦରୁ ଭାରତର ଭବ୍ୟତା ପୁରା ବିଶ୍ୱର ବିକାଶ ପାଇଁ ନୂଆ ସମ୍ଭାବନାକୁ ଜନ୍ମ ଦେବ । ଭାରତର ଦିବ୍ୟତା ପୂରା ବିଶ୍ୱ ପାଇଁ ଶାନ୍ତିର ମାର୍ଗ ପ୍ରଶସ୍ତ କରିବ । ଏହି ବିଶ୍ୱାସ ସହିତ, ଭଗବାନ ମହାକାଳଙ୍କ ଚରଣରେ ମୁଁ ପୁଣିଥରେ ମଥା ନୁଆଁଇ ପ୍ରଣାମ କରୁଛି । ମୋ ସହିତ ସମ୍ପୂର୍ଣ୍ଣ ଭକ୍ତି ଭାବରେ କୁହନ୍ତୁ ଜୟ ମହାକାଳ! ଜୟ ଜୟ ମହାକାଳ, ଜୟ ଜୟ ମହାକାଳ, ଜୟ ଜୟ ମହାକାଳ, ଜୟ ଜୟ ମହାକାଳ, ଜୟ ଜୟ ମହାକାଳ, ଜୟ ଜୟ ମହାକାଳ ।
NS/MB
A memorable day as Shri Mahakal Lok is being inaugurated. This will add to Ujjain's vibrancy. https://t.co/KpHLKAILeP
— Narendra Modi (@narendramodi) October 11, 2022
शंकर के सानिध्य में साधारण कुछ भी नहीं है।
— PMO India (@PMOIndia) October 11, 2022
सब कुछ अलौकिक है, असाधारण है।
अविस्मरणीय है, अविश्वसनीय है। pic.twitter.com/Ojs9pRCDsq
Ujjain has been central to India's spiritual ethos. pic.twitter.com/mUAS1u7hvq
— PMO India (@PMOIndia) October 11, 2022
सफलता के शिखर तक पहुँचने के लिए ये जरूरी है कि राष्ट्र अपने सांस्कृतिक उत्कर्ष को छुए, अपनी पहचान के साथ गौरव से सर उठाकर खड़ा हो। pic.twitter.com/jOTMf7JcA1
— PMO India (@PMOIndia) October 11, 2022
Development of the Jyotirlingas is the development of India's spiritual vibrancy. pic.twitter.com/ivRsJRfv9G
— PMO India (@PMOIndia) October 11, 2022
जहां महाकाल हैं, वहाँ कालखण्डों की सीमाएं नहीं हैं। pic.twitter.com/JgaxyI7kE2
— PMO India (@PMOIndia) October 11, 2022
जब तक हमारी आस्था के ये केंद्र जागृत हैं, भारत की चेतना जागृत है, भारत की आत्मा जागृत है। pic.twitter.com/YfunXDcNbJ
— PMO India (@PMOIndia) October 11, 2022
Ujjain has been one of top centres of research related to astronomy. pic.twitter.com/nYXpp4WLVO
— PMO India (@PMOIndia) October 11, 2022
Where there is innovation, there is also renovation. pic.twitter.com/nre4vH4Zzb
— PMO India (@PMOIndia) October 11, 2022
महाकाल के आशीर्वाद से भारत की भव्यता पूरे विश्व के विकास के लिए नई संभावनाओं को जन्म देगी। pic.twitter.com/8Q7djFXl3h
— PMO India (@PMOIndia) October 11, 2022