ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।
ତିନି ଦିନିଆ ଏହି ସାମରିକ କମାଣ୍ଡର ସମ୍ମିଳନୀର ବିଷୟବସ୍ତୁ ଥିଲା ” ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ । ସମ୍ମିଳନୀରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯାଇଥିଲା । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ “ଆତ୍ମନିର୍ଭରତା” ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା ।
ଏହି ସମ୍ମିଳନୀରେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସ୍ଥଳସେନା, ନୌସେନା ଏବଂ ବାୟୁସେନା ପକ୍ଷରୁ ସୈନିକ, ନାବିକ ଏବଂ ବାୟୁସୈନିକଙ୍କ ସହିତ ଅନ୍ତର୍ଭୁକ୍ତ ଏବଂ ଅନୌପଚାରିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହାପୂର୍ବରୁ ଆଜି ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଭାଗ ନେଇଥିଲି । ଭାରତର ସୁରକ୍ଷା ଉପକରଣକୁ ବୃଦ୍ଧି କରିବାର ଉପାୟ ଉପରେ ଆମର ବ୍ୟାପକ ଆଲୋଚନା ହୋଇଥିଲା ।”
ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ https://pib.gov.in/PressReleseDetailm.aspx?PRID=1912891
HS
Earlier today in Bhopal, took part in the Combined Commanders’ Conference. We had extensive discussions on ways to augment India’s security apparatus. pic.twitter.com/2l25thVMfG
— Narendra Modi (@narendramodi) April 1, 2023