ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୭.୯.୨୦୨୨) ଭାରତରୁ ବିଲୁପ୍ତ ହୋଇଥିବା ନାମ୍ବିଆରୁ ଅଣାଯାଇଥିବା ହିଂସ୍ର ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି । ଚିତା ପ୍ରକଳ୍ପ ଅଧୀନରେ ଏହି ନାମ୍ବିଆରୁ ଆସିଥିବା ଚିତାକୁ ଭାରତ ସହ ପରିଚିତ କରାଯାଇଛି ଓ ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ବୃହତ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ ।
କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଚିତା ମିତ୍ର, ଚିତା ପୁନର୍ବାସ ଓ ଥଇଥାନ ଗ୍ରୁପ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ ସେଠାରେ ମତ ବିନିମୟ କରିଛନ୍ତି । ଏହି ଐତିହାସିକ ଘଟଣା ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଛନ୍ତି ।
ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କିଛି ସୁଯୋଗ କିପରି ମାନବ ସମାଜକୁ ଅତୀତର ଭୂଲଭଟକା ସୁଧାରି ଏକ ନୂତନ ଭବିଷ୍ୟତ ଗଠନ ଲାଗି ବାଟ କଢ଼ାଇଥାଏ ତା ଉପରେ ଆଲୋକପାତ କରିଥିଲେ । ଏହିପରି ଏକ ସୁଯୋଗ ଆଜି ଆମ ଆଗରେ ଉପନୀତ ବୋଲି ଶ୍ରୀ ମୋଦୀ କହିଥିଲେ । କିଛି ଦଶନ୍ଧି ଆଗରୁ ଯୁଗଯୁଗ ଧରି ରହି ଆସିଥିବା ଜୈବ ବିବିଧତା ଲୋପ ପାଇଯାଇଥିବା ବେଳେ ଆଜି ତାର ପୁନରୁଦ୍ଧାର କରିବାର ସୁଯୋଗ ପାଇଛୁ ଓ ଏହି ପରିପ୍ରେକ୍ଷୀରେ ଚିତା ପୁଣି ଭାରତର ମାଟିକୁ ଫେରିବାରେ ସକ୍ଷମ ହୋଇଛି ବୋଲି ସେ କହିଥିଲେ । ଏହି ଚିତା ସ୍ମରଣୀୟ ମୂହୁର୍ତ୍ତ ଭାରତର ପ୍ରକୃତିପ୍ରେମୀ ସଚେତନତାକୁ କଳେ ବଳେ ଜାଗରିତ କରିଛି । କେତେ ଯୁଗ ପରେ ନାମ୍ବିଆରୁ ଚିତା ଭାରତୀୟ ମାଟିକୁ ଫେରିବା ନେଇ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ନାମ୍ବିଆକୁ ସ୍ୱତନ୍ତ୍ର ଭାବେ ସ୍ମରଣ କରି ଅଭିନନ୍ଦନ ଶ୍ରୀ ମୋଦୀ ଜଣାଇଛନ୍ତି । “ମୁଁ ନିଶ୍ଚିତ ଯେ ଏହି ଚିତା କେବଳ ଆମକୁ ଆମର ପ୍ରକୃତି ପ୍ରତି ଦାୟୀତ୍ୱ ମନେ ପକାଇ ଦେବେନାହିଁ ବରଂ ଆମକୁ ଆମର ମଣିଷପଣିଆ ଓ ପରମ୍ପରା ମନେ ପକାଇ ଦେବେ ବୋଲି ଶ୍ରୀ ମୋଦୀ କହିଥିଲେ ।”
ସ୍ୱାଧୀନତାର ଅମୃତକାଳ ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ପଞ୍ଚପ୍ରାଣର ସ୍ମରଣ କରି ଆମର ଐତିହ୍ୟ ନେଇ ଗର୍ବ କରିବା ସହ ଦାସତ୍ୱ ମନୋବୃତ୍ତିରୁ ସ୍ୱାଧୀନ ହେବାର ଗୁରୁତ୍ୱ ଉପରେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯେତେବେଳେ ଆମେ ଆମ ମୂଳଠାରୁ ଦୂରେଇଯାଉ, ସେତେବେଳେ ଆମକୁ ବହୁ କ୍ଷତି ସହିବାକୁ ପଡିଥାଏ । ସେ ଗତ ଶତାବ୍ଦୀର ସ୍ମୃତିଚାରଣ କରି କହିଥିଲେ ଯେ ସେତେବେଳେ ପ୍ରକୃତିର ଶୋଷଣ ଆଧୁନିକତାର ଏକ ପ୍ରତୀକ ଥିଲା ।” ୧୯୪୭ରେ ଯେତେବେଳେ ମାତ୍ର ତିନିଟି ଚିତା ବଞ୍ଚିଥିଲେ, ସେମାନଙ୍କୁ ମଧ୍ୟ ଶାଳ ଜଙ୍ଗଲରେ ଅତ୍ୟନ୍ତ ନିଷ୍ଠୁର ଓ ଦାୟୀତ୍ୱହୀନ ଭାବେ ହତ୍ୟା କରାଯାଇଥିଲା ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ୧୯୫୨ରେ ଭାରତରୁ ଚିତାବଂଶ ବିଲୁପ୍ତ ହେଲା, ଗତ ସାତ ଦଶନ୍ଧି ମଧ୍ୟରେ ସେମାନଙ୍କ ପୁନର୍ବସତି ପାଇଁ କୌଣସି ଉଦ୍ୟମ ମଧ୍ୟ ହୋଇନଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଚିତାକୁ ନୂତନ ଶକ୍ତି ଓ ଉତ୍ସାହ ସହ ଥଇଥାନ ନେଇ ପ୍ରଧାନମନ୍ତ୍ରୀ ଖୁସିପ୍ରକଟ କରିଥିଲେ । “ଅମୃତର ମୃତପ୍ରାଣୀକୁ ଜୀବିତ କରିବାର ମଧ୍ୟ ଶକ୍ତି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ କର୍ତ୍ତବ୍ୟ ଓ ବିଶ୍ୱାସର ଏହି ଅମୃତ କେବଳ ଆମର ଐତିହ୍ୟକୁ ପୁନର୍ଜିବିତ କରିବ ନାହିଁ ବରଂ ଚିତା ମଧ୍ୟ ଭାରତ ମାଟିରେ ଗୋଡ ରଖିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ପୁନର୍ବାସକୁ ସାକାର କରିବା ନିମନ୍ତେ ବର୍ଷ ବର୍ଷ ଧରି ଯେଉଁ କଠିନ ପରିଶ୍ରମ ହୋଇଛି ତାହା ଉପରେ ସମସ୍ତଙ୍କ ଧ୍ୟାନକେନ୍ଦ୍ରିତ କରି ପ୍ରଧାନମନ୍ତ୍ରୀ କହିଥିଲେ ରାଜନୀତିକ ଗୁରୁତ୍ୱ ଦିଆଯାଉନଥିବା ସେ ଅଞ୍ଚଳ ପାଇଁ ପ୍ରଚୁର ଶକ୍ତି ଖଟା ଯାଇଥିଲା । ଏଥିପାଇଁ ଏକ ବିସ୍ତୃତ ଚିତା କାର୍ଯ୍ୟନ୍ୱୟନ ଯୋଜନା ପ୍ରସ୍ତୁତ ସହ ଆମର ବିଜ୍ଞାନୀମାନେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକଙ୍କ ସହ ମିଶି ବିସ୍ତୃତ ଗବେଷଣା କରିଥିଲେ । ଚିତା ଗୁଡିକ ନିମେନ୍ତ ଉତକୃଷ୍ଠ ବାସସ୍ଥାନ ନେଇ ବ୍ୟାପକ ବୈଜ୍ଞାନିକ ସର୍ଭେ ପରେ କୁନୋ ଜାତୀୟ ଉଦ୍ୟାନକୁ ଏଥିପାଇଁ ପ୍ରକୃଷ୍ଟ ବିବେଚନା କରାଗଲା । ଆଜି ଆମର କଠିନ ପରିଶ୍ରମ ଆମ ଆଗରେ ଫଳସ୍ୱରୂପ ଦଣ୍ଡାୟମାନ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ଯେତେବେଳେ ଆମ ଭବିଷ୍ୟତ ସୁରକ୍ଷିତ ରଖିବ ସେତେବେଳେ ଅଭିବୃଦ୍ଧି ଓ ସମୃଦ୍ଧିର ବାଟ ମଧ୍ୟ ଖୋଲିଥାଏ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଯେତେବେଳେ କୁନୋ ଜାତୀୟ ଉଦ୍ୟାନରେ ଚିତା ଦୌଡିବେ ସେତେବେଳେ ଆମ ତୃଣବୁଦା ଶ୍ରେଣୀୟ ବାତାବରଣର ପୁନରୁଦ୍ଧାର ହେବା ସହ ଆମର ଜୈବ ବିବିଧତାରେ ମଧ୍ୟ ଅଭିବୃଦ୍ଧି ଘଟିବ । ସେ ଅଞ୍ଚଳରେ ପରିବେଶ ପର୍ଯ୍ୟଟନ ବୃଦ୍ଧି ସହ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ବିକାଶର ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ସେ କହିଥିଲେ ।
ଯେଉଁ ଚିତା ଗୁଡିକୁ କୁନୋ ଜାତୀୟ ଉଦ୍ୟାନକୁ ଛଡାଯାଉଛି ସେମାନଙ୍କୁ ଦେଖିବା ପାଇଁ ଦେଶବାସୀ ଆଉ କିଛି ଦିନ ଧୈର୍ଯ୍ୟ ଧରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଆଜି ଏହି ଚିତା ଗୁଡିକ ଆମ ପାଇଁ ଅତିଥି ହୋଇ ଆସିଛନ୍ତି ଓ ଏହି ଅଞ୍ଚଳ ନେଇ ବିଶେଷ କିଛି ଜାଣି ନାହାନ୍ତି । ସେ କହିଥିଲେ ଯେ ଏହି ଚିତା ଗୁଡିକୁ କୁନୋ ଜାତୀୟ ଉଦ୍ୟାନକୁ ସେମାନଙ୍କ ବାସସ୍ଥଳୀ ଭାବେ ଗ୍ରହଣ କରିବାକୁ ଆମକୁ ଆଉ କିଛି ସମୟ ଦେବାକୁ ପଡିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଆନ୍ତର୍ଜାତିକ ମାର୍ଗଦର୍ଶିକାର ଅନୁପାଳନ କରାଯାଇଛି ଓ ଭାରତ ଏହି ଚିତା ଗୁଡିକୁ ଏଠାରେ ବସତି ସ୍ଥାପନ ନିମନ୍ତେ ସବୁମତେ ଚେଷ୍ଟା କରିବ । ଆମ ଆମର ଉଦ୍ୟମକୁ କେବେ ବି ନିସ୍ଫଳ ହେବାକୁ ଦେବାନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେତେବେଳେ ବିଶ୍ୱ ପ୍ରକୃତି ଓ ପରିବେଶ କଥା କୁହେଁ ସେତେବେଳେ ସ୍ଥାୟୀ ଓ ନିରନ୍ତର ବିକାଶ ଉପରେ କହିଥାଏ । ଭାରତ ପାଇଁ ପ୍ରକୃତି ଓ ପରିବେଶ ଓ ଏହାର ଜୀବଜନ୍ତୁ ପକ୍ଷୀ କେବଳ ସ୍ଥାୟୀ ଓ ନିରନ୍ତର ସୁରକ୍ଷା ପାଇଁ ନୁହଁ ବରଂ ଏହା ଭାରତର ସମ୍ବେଦନଶୀଳତା ଓ ଆଧ୍ୟାତ୍ମିକତାର ମୂଳପିଣ୍ଡ ବୋଲି ସେ କହିଥିଲେ । ଆମେ ଆମ ଆଖପାଖରେ ରହୁଥିବା କ୍ଷୁଦ୍ରବିକ୍ଷୁଦ୍ର ପ୍ରାଣୀର ଯତ୍ନ ନେବାକୁ ଶିକ୍ଷା ପାଇଛୁ । ଆମ ପରମ୍ପରାରେ ଯଦି କୌଣସି ଜୀବନ୍ତ ପ୍ରାଣୀର ଜୀବନ ବିନା କାରଣରେ ମଧ୍ୟ ମୃତ୍ୟୁ ଘଟେ ସେତେବେଳେ ଆମକୁ ମାଡି ମାଡି ପଡେ । ତେଣୁ ସମଗ୍ର ଜୀବଜଗତ ଆମ ଦ୍ୱାର ଧ୍ୱଂସ ହେବା କଥାକୁ ଆମେ କିପରି ଭାବିପାରିବା ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଚିତା ଆଫ୍ରିକାର କେତେକ ଦେଶ ଓ ଇରାନରେ ଦେଖାଯାଉଥିବା ବେଳେ ଭାରତର ନାମ କେବେ ଠାରୁ କଟିଯାଇଛି । ମାତ୍ର ପିଲାମାନେ ଏହିଭଳି ରହସ୍ୟ ଆଉ ବେଶୀ ଦିନ ଶୁଣିବାକୁ ପାଇବେ ନାହିଁ । ମୁଁ ନିଶ୍ଚିତ ଯେ ସେମାନେ ତାଙ୍କର ନିଜ ଦେଶରେ ଚିତା ଦୌଡୁଥିବା ଦେଖିବାକୁ ପାଇବେ, ତାହା ପୁଣି କୁନୋ ଜାତୀୟ ଉଦ୍ୟାନରେ । ଆଜି ଚିତା ଯୋଗୁଁ ଆମ ଜଙ୍ଗଲ ଓ ଜୀବନରେ ଏକ ବିରାଟ ଶୂନ୍ୟସ୍ଥାନ ପୂରଣ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ ସମଗ୍ର ବିଶ୍ୱକୁ ଏକ ସନ୍ଦେଶ ଦେବାକୁ ଚାହୁଁଛି ଯେ ଅର୍ଥନୀତି ଓ ପରିବେଶ ଦୁଇଟି ବିବଦମାନ ବିଷୟ ନୁହେଁ । ଭାରତ ଏକ ଜ୍ୱଳନ୍ତ ଉଦାହରଣ ଯେ ଏଠାରେ ଆର୍ଥିକ ପ୍ରଗତି ଓ ପରିବେଶ ସୁରକ୍ଷା ଏକା ସହ ହୋଇପାରିବ । ଏକ ପଟରେ ଆମେ ବିଶ୍ୱ ଦୃତତମ ଆର୍ଥିକ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବା ବେଳେ, ଅନ୍ୟପକ୍ଷରେ ଆମ ଦେଶର ଜଙ୍ଗଲ ଇଲାକା ମଧ୍ୟ ଦ୍ରୁତ ସଂପ୍ରସାରିତ ହେଉଛି ବୋଲି ସେ କହିଥିଲେ ।
ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ୨୦୧୪ରେ ଆମ ସରକାର ଗଠନ ହେବା ପରଠାରୁ ପ୍ରାୟ ୨୫୦ଟି ସୁରକ୍ଷିତ ଅଞ୍ଚଳ ଦେଶରେ ମିଳିଛି ।
ଏସୀୟ ସିଂହ ସଂଖ୍ୟା ଦେଶରେ ବୃଦ୍ଧି ପାଇଥିବାବେଳେ ଗୁଜରାଟ ଦେଶର ଏ କ୍ଷେତ୍ରରେ ଖୁବ ଆଗରେ ଅଛି । ଯୁବ ଯୁଗ ଧରି କଠିନ ପରିଶ୍ରମ, ଗବେଷଣାଲବ୍ଧ ନୀତି ଓ ଜନଭାଗିଦାରୀତା ଏହା ପଛରେ ଅଛି ବୋଲି ଶ୍ରୀ ମୋଦୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ “ମୋର ମନେ ଅଛି ଆମେ ଗୁଜରାଟରେ ଏକ ଶପଥ ନେଇଥିଲୁ, ଆମେ ହିଂସ୍ରପ୍ରାଣୀଙ୍କୁ ସମ୍ମାନ ଦେବୁ ଓ ଝଗଡା କମ କରିବୁ । ଆଜି ତାର ଫଳ ଆମ ସାମ୍ନାରେ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବାଘ ସଂଖ୍ୟା ନିର୍ଦ୍ଧାରିତ ସମୟର ଆଗରୁ ଦ୍ୱିଗୁଣିତ କରିଛୁ । ସେ ସ୍ମୃତିଚାରଣ କରି କହିଥିଲେ ଯେ ଯେତେବେଳେ ଏକ ସିଂହ ବିଶିଷ୍ଟ ଗଣ୍ଡାଙ୍କ ସ୍ଥିତି ବିପଦପୂର୍ଣ୍ଣ ଆସାମରେ ଥିଲା ଆଜି ସେଥିରେ ସୁଧାର ଆସିଛି । ଗତ ଅଳ୍ପ କିଛି ବର୍ଷ ମଧ୍ୟରେ ଦେଶରେ ହାତୀ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି । ଆମ ଦେଶରେ ଆର୍ଦ୍ରଭୂମୀର ସଂପ୍ରସାରଣ ଯୋଗୁଁ ଜୀବଜନ୍ତୁ ଓ ଗଛଲତା ସଂରକ୍ଷଣ ପାଇଁ ସୁବିଧା ହୋଇଛି । ଆର୍ଦ୍ରଭୂମୀ ବାତାବରଣ ଉପରେ ବିଶ୍ୱର କୋଟି କୋଟି ଜନସାଧାରଣ ନିର୍ଭରଶୀଳ ।” ଆଜି ଦେଶର ୭୫ଟି ଆର୍ଦ୍ରଭୂମୀ ରାମସାର ସ୍ଥଳୀ ଭାବେ ଘୋଷିତ ହୋଇଥିବାବେଳେ କେବଳ ଗତ ଚାରି ବର୍ଷ ମଧ୍ୟରେ ୨୬ଟି ସ୍ଥଳୀ ବିକଶିତ ହୋଇଛି । ଏହି ଉଦ୍ୟମର ଫଳ ଦେଶରେ ଆଗାମୀ ଶହ ଶହ ବର୍ଷ ଧରି ଦେଖାଦେବ ଓ ପ୍ରଗତିର ନୂତନ ପଥ ପାଇଁ ପରିସ୍କାର କରିବ ।
ଭାରତ ଆଜି ଯେଉଁ ବୈଶ୍ୱିକ ସମସ୍ୟା ଉପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି, ପ୍ରଧାନମନ୍ତ୍ରୀ ତା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଥିଲେ । ସେ ବୈଶ୍ୱିକ ସମସ୍ୟାର ବିଶ୍ଳେଷଣ କରି ଆମ ଜୀବନରେ ଏହାର ସାମଗ୍ରିକ ପ୍ରଭାବ ନେଇ ଗୁରୁତ୍ୱ ଆରୋପ କରିଥିଲେ । ବିଶ୍ୱର ଜୀବନଶୈଳୀ ଓ ଆନ୍ତର୍ଜାତିକ ସୌରଚୁକ୍ତି ସମ୍ପର୍କରେ ଭାରତ ବିଶ୍ୱକୁ ଏକ ମଞ୍ଚ ପ୍ରଦାନ କରିଛି ବୋଲି ସେ କହିଥିଲେ । ଏହି ଉଦ୍ୟମର ସଫଳତା ବିଶ୍ୱର ଭବିଷ୍ୟତ ଓ ଦିଗର ନିଷ୍ପତ୍ତି ନେବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଆଗରେ ରହିଥିବା ଆହ୍ୱାନକୁ ଆମ ଜୀବନ ଆହ୍ୱାନ ଭାବେ ବିବେଚନା କରିବାକୁ ପଡିବ । ମୁଁ ନିଶ୍ଚିତ ଯେ ଭାରତର ଉଦ୍ୟମ ଓ ପରମ୍ପରା ଏ ଦିଗରେ ସମଗ୍ର ମାନବଜାତିକୁ ପଥ ପ୍ରଦର୍ଶନ କରିବ ଓ ଏକ ଉନ୍ନତ ବିଶ୍ୱ ନିମନ୍ତେ ସ୍ୱପ୍ନକୁ ମଜଭୁତ କରିବ ବୋଲି ସେ କହିଥିଲେ ।
ପୃଷ୍ଠଭୂମୀ
କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ବାଘ ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀକୁ ସଶକ୍ତି କରିବା ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉଦ୍ୟମ । ୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯିବା ଘୋଷଣା କରାଯାଇଥିଲା । ଛଡା ଯାଇଥିବା ଚିତା ବାଘ ଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଇଛି । ଏହା ବିଶ୍ୱର ପ୍ରଥମ ଆର୍ନ୍ତମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ ।
ଚିତା ଛଡାଯିବା ଦ୍ୱାର ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମୀ ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣ ମଧ୍ୟରେ ଜଳ ସୁରକ୍ଷା, ଅଙ୍ଗାରଆତ୍ମୀକରଣ ଓ ମାଟିର ଆର୍ଦ୍ରତା ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ସହ ଜୀବିକାର୍ଜନ ମଧ୍ୟ ବୃଦ୍ଧିପାଇବ ।
SM/DD
Project Cheetah is our endeavour towards environment and wildlife conservation. https://t.co/ZWnf3HqKfi
— Narendra Modi (@narendramodi) September 17, 2022
दशकों पहले, जैव-विविधता की सदियों पुरानी जो कड़ी टूट गई थी, विलुप्त हो गई थी, आज हमें उसे फिर से जोड़ने का मौका मिला है।
— PMO India (@PMOIndia) September 17, 2022
आज भारत की धरती पर चीता लौट आए हैं।
और मैं ये भी कहूँगा कि इन चीतों के साथ ही भारत की प्रकृतिप्रेमी चेतना भी पूरी शक्ति से जागृत हो उठी है: PM @narendramodi
मैं हमारे मित्र देश नामीबिया और वहाँ की सरकार का भी धन्यवाद करता हूँ जिनके सहयोग से दशकों बाद चीते भारत की धरती पर वापस लौटे हैं: PM @narendramodi
— PMO India (@PMOIndia) September 17, 2022
ये दुर्भाग्य रहा कि हमने 1952 में चीतों को देश से विलुप्त तो घोषित कर दिया, लेकिन उनके पुनर्वास के लिए दशकों तक कोई सार्थक प्रयास नहीं हुआ।
— PMO India (@PMOIndia) September 17, 2022
आज आजादी के अमृतकाल में अब देश नई ऊर्जा के साथ चीतों के पुनर्वास के लिए जुट गया है: PM @narendramodi
ये बात सही है कि, जब प्रकृति और पर्यावरण का संरक्षण होता है तो हमारा भविष्य भी सुरक्षित होता है। विकास और समृद्धि के रास्ते भी खुलते हैं।
— PMO India (@PMOIndia) September 17, 2022
कुनो नेशनल पार्क में जब चीता फिर से दौड़ेंगे, तो यहाँ का grassland ecosystem फिर से restore होगा, biodiversity और बढ़ेगी: PM @narendramodi
कुनो नेशनल पार्क में छोड़े गए चीतों को देखने के लिए देशवासियों को कुछ महीने का धैर्य दिखाना होगा, इंतजार करना होगा।
— PMO India (@PMOIndia) September 17, 2022
आज ये चीते मेहमान बनकर आए हैं, इस क्षेत्र से अनजान हैं।
कुनो नेशनल पार्क को ये चीते अपना घर बना पाएं, इसके लिए हमें इन चीतों को भी कुछ महीने का समय देना होगा: PM
कुनो नेशनल पार्क में छोड़े गए चीतों को देखने के लिए देशवासियों को कुछ महीने का धैर्य दिखाना होगा, इंतजार करना होगा।
— PMO India (@PMOIndia) September 17, 2022
आज ये चीते मेहमान बनकर आए हैं, इस क्षेत्र से अनजान हैं।
कुनो नेशनल पार्क को ये चीते अपना घर बना पाएं, इसके लिए हमें इन चीतों को भी कुछ महीने का समय देना होगा: PM
कुनो नेशनल पार्क में छोड़े गए चीतों को देखने के लिए देशवासियों को कुछ महीने का धैर्य दिखाना होगा, इंतजार करना होगा।
— PMO India (@PMOIndia) September 17, 2022
आज ये चीते मेहमान बनकर आए हैं, इस क्षेत्र से अनजान हैं।
कुनो नेशनल पार्क को ये चीते अपना घर बना पाएं, इसके लिए हमें इन चीतों को भी कुछ महीने का समय देना होगा: PM
प्रकृति और पर्यावरण, पशु और पक्षी, भारत के लिए ये केवल sustainability और security के विषय नहीं हैं।
— PMO India (@PMOIndia) September 17, 2022
हमारे लिए ये हमारी sensibility और spirituality का भी आधार हैं: PM @narendramodi
आज 21वीं सदी का भारत, पूरी दुनिया को संदेश दे रहा है कि Economy और Ecology कोई विरोधाभाषी क्षेत्र नहीं है।
— PMO India (@PMOIndia) September 17, 2022
पर्यावरण की रक्षा के साथ ही, देश की प्रगति भी हो सकती है, ये भारत ने दुनिया को करके दिखाया है: PM @narendramodi
हमारे यहाँ एशियाई शेरों की संख्या में भी बड़ा इजाफा हुआ है।
— PMO India (@PMOIndia) September 17, 2022
इसी तरह, आज गुजरात देश में एशियाई शेरों का बड़ा क्षेत्र बनकर उभरा है।
इसके पीछे दशकों की मेहनत, research-based policies और जन-भागीदारी की बड़ी भूमिका है: PM @narendramodi
हमारे यहाँ एशियाई शेरों की संख्या में भी बड़ा इजाफा हुआ है।
— PMO India (@PMOIndia) September 17, 2022
इसी तरह, आज गुजरात देश में एशियाई शेरों का बड़ा क्षेत्र बनकर उभरा है।
इसके पीछे दशकों की मेहनत, research-based policies और जन-भागीदारी की बड़ी भूमिका है: PM @narendramodi
Tigers की संख्या को दोगुना करने का जो लक्ष्य तय किया गया था उसे समय से पहले हासिल किया है।
— PMO India (@PMOIndia) September 17, 2022
असम में एक समय एक सींग वाले गैंडों का अस्तित्व खतरे में पड़ने लगा था, लेकिन आज उनकी भी संख्या में वृद्धि हुई है।
हाथियों की संख्या भी पिछले वर्षों में बढ़कर 30 हजार से ज्यादा हो गई है: PM