Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଇ ୨୩-୨୫, ୨୦୨୨ରେ ଅନୁଷ୍ଠିତ କ୍ୱାଡ୍‍ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣ କ୍ରମେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହିତ ମଇ ୨୪,୨୦୨୨ରେ ଜାପାନରେ ଅନୁଷ୍ଠିତ କ୍ୱାଡ୍‍ ନେତାମାନଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । 

ଟୋକିଓରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀ ହେଉଛି ମାର୍ଚ୍ଚ ୨୦୨୧ ରେ ଅନୁଷ୍ଠିତ ସେମାନଙ୍କର ପ୍ରଥମ ଭର୍ଚୁଆଲ୍ ବୈଠକ ପରେ ଚତୁର୍ଥ କ୍ୱାଡ୍‍ ନେତାଙ୍କ ଆଲୋଚନା । ସେପ୍ଟେମ୍ବର ୨୦୨୧ ରେ ୱାଶିଂଟନ୍ ଡି.ସି. ଠାରେ ନେତାମାନେ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ ଏବଂ ମାର୍ଚ୍ଚ ୨୦୨୨ରେ ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲେ ।

ଆସନ୍ତା କ୍ୱାଡ୍‍ ଶିଖର ସମ୍ମିଳନୀ ନେତାମାନଙ୍କୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥର ସମସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ ପାଇଁ ଏକ ସୁଯୋଗ ପ୍ରଦାନ କରିବ ।

ନେତାମାନେ କ୍ୱାଡ୍ ପଦକ୍ଷେପ ଏବଂ କାର୍ଯ୍ୟକାରୀ ଗୋଷ୍ଠୀର ଅଗ୍ରଗତିର ସମୀକ୍ଷା କରିବେ, ସହଯୋଗର ନୂତନ କ୍ଷେତ୍ର ଚିହ୍ନଟ କରିବେ ଏବଂ ଭବିଷ୍ୟତର ସହଯୋଗ ପାଇଁ ରଣନୀତିକ ମାର୍ଗଦର୍ଶନ ଏବଂ ଦୃଷ୍ଟିକୋଣ ପ୍ରଦାନ କରିବେ ।

୨୪ ମଇରେ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଫୁମିଓ କିଶିଡାଙ୍କ ସହିତ ପ୍ରଧାନମନ୍ତ୍ରୀ ଏକ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ଦୁଇ ନେତାଙ୍କ ପାଇଁ ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଭାରତ ଗସ୍ତ ସମୟରେ ମାର୍ଚ୍ଚ ୨୦୨୨ ରେ ଅନୁଷ୍ଠିତ ୧୪ ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରୁ ଆଲୋଚନାକୁ ଆଗକୁ ବଢାଇବାକୁ ଏକ ସୁଯୋଗ ପ୍ରଦାନ କରିବ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜାପାନର ବ୍ୟବସାୟ ନେତୃମଣ୍ଡଳୀ ସହ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଜାପାନର ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା ଓ ସମ୍ବୋଧିତ କରିବେ ।

୨୪ ମଇ ୨୦୨୨ ରେ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ମାନ୍ୟବର ଜୋସେଫ୍ ଆର ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଦୁଇ ନେତା ଭାରତ-ଆମେରିକାର ରଣନୀତିକ ସହଯୋଗର ସମୀକ୍ଷା କରିବେ ଏବଂ ବିଶେଷକରି ନିକଟରେ ୧୧ ଏପ୍ରିଲ୍ ୨୦୨୨ ହୋଇଥିବା ଆଲୋଚନା ଉପରେ ଗୁରୁତ୍ୱ ଦେବେ । ସେପ୍ଟେମ୍ବର ୨୦୨୧ ରେ ରାଷ୍ଟ୍ରପତି ବାଇଡେନ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକର ଆଲୋଚନା ଉପରେ ଅନୁଧ୍ୟାନ କରିବେ ବୋଲି ଆଶା କରାଯାଉଛି । ଉଭୟ ନେତା ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ବିକାଶ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ ।

ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ଅଛି, ଯେଉଁଠାରେ ୨୧ ମଇ ୨୦୨୨ ରେ ର୍ନିବାଚନ ଅନୁଷ୍ଠିତ ହେବ । ଦୁଇ ନେତା ଭାରତ-ଅଷ୍ଟେିଲିଆ ରଣନୀତିକ ସହଯୋଗ ସହିତ ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ବିକାଶ ପ୍ରସଙ୍ଗରେ ଦୁଇ ଦେଶର ସ୍ୱାର୍ଥ ଉପରେ ମତ ବିନିମୟ କରିପାରନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ବୈଠକ ୨୧ ମାର୍ଚ୍ଚ ୨୦୨୨ ରେ ଅନୁଷ୍ଠିତ ହୋଇଥିଲା ଏବଂ ତା’ପରେ ୨ ଏପ୍ରିଲ ୨୦୨୨ ରେ ଭାରତ-ଅଷ୍ଟ୍ରେଲିଆ ଅର୍ଥନୈତିକ ସହଯୋଗ ଏବଂ ବାଣିଜ୍ୟ ଚୁକ୍ତିନାମା (ଇସିଟିଏ) ସ୍ୱାକ୍ଷରିତ ହୋଇଥିଲା ।

HS