ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭୋପାଳରେ ଏକ ଜାତୀୟ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ସଂସ୍ଥାନ (ଏନଆଇଏମଏଚଆର) ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ସଂସ୍ଥା ଭିନ୍ନକ୍ଷମ ଜନ ସଶକ୍ତିକରଣ ବିଭାଗ ଅଧୀନରେ ଏକ ସୋସାଇଟି ରୂପରେ ସୋସାଇଟିଜ ରେଜିଷ୍ଟ୍ରେସନ ଆଇନ, 1860 ଅନ୍ତର୍ଗତ ପ୍ରତିଷ୍ଠା କରାଯିବ । ପ୍ରଥମ ତିନି ବର୍ଷରେ ଏହି ପ୍ରକଳ୍ପ ଲାଗି 179.5 କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ 128.54 କୋଟି ଟଙ୍କାର ଅଣ-ପୁନଃପୌନିକ ବ୍ୟୟ ଏବଂ 51 କୋଟି ଟଙ୍କା ପୁନଃପୌନିକ ବ୍ୟୟ ସାମିଲ ରହିଛି ।
କ୍ୟାବିନେଟ ଏହି ସଂସ୍ଥାନ ଲାଗି ଯୁଗ୍ମ ସଚିବ ସ୍ତରର ତିନୋଟି ପଦବୀ ଗଠନ ଲାଗି ଅନୁମତି ଦେଇଛନ୍ତି । ଏଥିରେ ଗୋଟିଏ ନିର୍ଦ୍ଦେଶକ ପଦବୀ ବ୍ୟତୀତ ଦୁଇଟି ପ୍ରଫେସର ପଦବୀ ରହିଛି ।
ମାନସିକ ଭାବେ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଥଇଥାନ ବ୍ୟବସ୍ଥା କରିବା, ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ କ୍ଷେତ୍ରରେ ଦକ୍ଷତା ବିକାଶ ଏବଂ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ଲାଗି ନୀତି ପ୍ରଣୟନ କରିବା ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଏନଆଇଏମଏଚଆରର ମୁଖ୍ୟ ଉଦ୍ଦେଶ୍ୟ ।
ସଂସ୍ଥାନରେ 9ଟି ବିଭାଗ ଏବଂ କେନ୍ଦ୍ର ରହିବ । ଏଥିରେ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ କ୍ଷେତ୍ରରେ 12ଟି ବିଷୟରେ ଡିପ୍ଲୋମା, ସାର୍ଟିଫିକେଟ, ସ୍ନାତକ, ସ୍ନାତକୋତର ଏବଂ ଏମଫିଲ ଡିଗ୍ରୀ ସହିତ 12 ପ୍ରକାରର ପାଠ୍ୟକ୍ରମ ରହିବ । 5 ବର୍ଷ ମଧ୍ୟରେ ଏହି ସଂସ୍ଥାନରେ ବିଭିନ୍ନ ବିଷୟରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା 400ରୁ ଅଧିକ ହେବାର ସମ୍ଭାବନା ରହିଛି ।
ମଧ୍ୟପ୍ରଦେଶ ସରକାର ଏହି ସଂସ୍ଥାନ ଲାଗି ଭୋପାଳରେ 5 ଏକର ଜମି ଦେଇଛନ୍ତି । ଏହି ସଂସ୍ଥାନ ଦୁଇଟି ପର୍ଯ୍ୟାୟରେ ତିନି ବର୍ଷ ମଧ୍ୟରେ ନିର୍ମିତ ହୋଇ ପ୍ରସ୍ତୁତ ହୋଇଯିବ । ପ୍ରଥମ ଦୁଇ ବର୍ଷ ମଧ୍ୟରେ ସଂସ୍ଥାନର ନିର୍ମାଣ କାର୍ଯ୍ୟ ଏବଂ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିଦିଆଯିବ । ଯେପର୍ଯ୍ୟନ୍ତ ଭବନ ନିର୍ମାଣ କାମ ଜାରି ରହିଛି ସେ ପର୍ଯ୍ୟନ୍ତ ସଂସ୍ଥାନ ସାର୍ଟିଫିକେଟ ଏବଂ ଡିପ୍ଲୋମା ପାଠ୍ୟକ୍ରମ ଚଳାଇବା ଲାଗି ଏବଂ ଓପିଡି ସେବା ପ୍ରଦାନ କରିବା ଲାଗି ଭୋପାଳରେ ଏକ କୋଠା ଭଡ଼ା ସୂତ୍ରରେ ନେବ । ସଂସ୍ଥାନ ମାନସିକ ରୋଗୀଙ୍କ ପାଇଁ ସମସ୍ତ ପ୍ରକାରର ଥଇଥାନ ସେବା ଉପଲବ୍ଧ କରାଇବା ସହିତ ସ୍ନାତ୍ତୋକତର ଏବଂ ଏମଫିଲ ଡିଗ୍ରୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇଦେବ ।
ଏନଆଇଏମଏଚଆର ଦେଶରେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଶ୍ରେଣୀର ପ୍ରଥମ ସଂସ୍ଥାନ ହେବ । ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ଏବଂ ଥଇଥାନ ମାମଲାରେ ଏହା ଏକ ଅତ୍ୟଧିକ ଦକ୍ଷ ସଂସ୍ଥାନ ରୂପରେ କାର୍ଯ୍ୟ କରିବ ଏବଂ କେନ୍ଦ୍ର ସରକାରଙ୍କୁ ମାନସିକ ରୋଗୀଙ୍କ ପୁନର୍ବାସ ଲାଗି ପ୍ରଭାବୀ ବ୍ୟବସ୍ଥାର ମଡେଲ ବିକଶିତ କରିବାରେ ସହାୟକ ହେବ ।
***
The Union Cabinet has approved the establishment of National Institute of Mental Health Rehabilitation (NIMHR) at Bhopal.
— PMO India (@PMOIndia) May 16, 2018
The main objectives of the NIMHR are to provide rehabilitation services to the persons with mental illness, capacity development in the area of mental health rehabilitation, policy framing and advanced research in mental health rehabilitation.
— PMO India (@PMOIndia) May 16, 2018
NIMHR will be the first of its kind in the country in the area of mental health rehabilitation. It will serve as an institution of excellence to develop capacity building in the area of mental health rehabilitation.
— PMO India (@PMOIndia) May 16, 2018