ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭୂବିଜ୍ଞାନ ଏବଂ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ଏବଂ ବ୍ରାଜିଲର ଖଣି ଓ ଶକ୍ତି ମନ୍ତ୍ରଣାଳୟ ଅଧୀନ ସିପିଆରଏମ ମଧ୍ୟରେ ବୁଝାମଣାକୁ ଅନୁମୋଦନ କରିଛନ୍ତି ।
ଏହି ବୁଝାମଣା ଫଳରେ ଜିଏସଆଇ ଏବଂ ବ୍ରାଜିଲର ସିପିଆରଏମ ମଧ୍ୟରେ ଉପରୋକ୍ତ କ୍ଷେତ୍ରରେ ସହଯୋଗ ଲାଗି ସଂସ୍ଥାଗତ ବ୍ୟବସ୍ଥା ମିଳିପାରିବ ।
*******