Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୂଟାନର ପୁନାତସାଙ୍ଗଛୁ – II ଜଳ ବିଦ୍ୟୁତ ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳକୁ କେବିନେଟ ମଞ୍ଜୁରି


ଭୂଟାନରେ ନିର୍ମାଣାଧିନ 1020 ମେଗାୱାଟ କ୍ଷମତା ବିଶିଷ୍ଟ ପୁନତସାଙ୍ଗଛୁ-II ଜଳବିଦ୍ୟୁତ ପରିଯୋଜନାର ସଂଶୋଧିତ ବ୍ୟୟ ଅଟକଳକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ଆଜି (13.07.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ 7290.62 କୋଟି ଟଙ୍କାର ସଂଶୋଧିତ ବ୍ୟୟ ଅଟକଳକୁ ମଞ୍ଜୁରି ଦିଆଯାଇଛି ।

ଏହି ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଅନୁସାରେ ମୋଟ 3512.82 କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଭୂଟାନ ସରକାର ଏହି ପ୍ରକଳ୍ପରୁ ଉତ୍ପାଦିତ ହେବାକୁ ଥିବା ବଳକା ବିଦ୍ୟୁତ ଭାରତକୁ ଦେବେ, ଯାହାକି ଦେଶରେ ବିଦ୍ୟୁତ ଯୋଗାଣ ସ୍ଥିତିରେ ଆହୁରି ଉନ୍ନତି ଘଟିବ । ସଂଶୋଧିତ ବ୍ୟୟ ବରାଦ ଫଳରେ ନିର୍ମାଣାଧିନ ପୁନାତସାଙ୍ଗଛୁ – II ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ ଅଟକିବ ନାହିଁ ।

ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ଲାଗି ଭାରତ ଓ ଭୂଟାନ ମଧ୍ୟରେ ଏପ୍ରିଲ 2010 ରେ ଦ୍ୱିପାକ୍ଷିକ ରାଜିନାମା ହୋଇଥିଲା । 2009 ମାର୍ଚ୍ଚର ମୂଲ୍ୟ ଆଧାରରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ସେହି ସମୟରେ 3777.80 କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ପ୍ରକଳ୍ପକୁ ଭାରତ ସରକାର 30 ପ୍ରତିଶତ ଅନୁଦାନ ଏବଂ 70 ପ୍ରତିଶତ ଋଣ ସହାୟତା ଆକାରରେ ଅର୍ଥ ପ୍ରଦାନ କରୁଛନ୍ତି ।