Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୁବନେଶ୍ୱର ସମେତ ଆଠ ଆଇଆଇଟିର 13,990 କୋଟି ଟଙ୍କାର ସଂଶୋଧିତ ବ୍ୟୟ ଅଟକଳକୁ କେନ୍ଦ୍ର କେବିନେଟର ଅନୁମୋଦନ


ଭୁବନେଶ୍ୱର ସମେତ ଆଠଟି ଆଇଆଇଟି ନିର୍ମାଣର ସଂଶୋଧିତ ବ୍ୟୟ ଅଟକଳ ପ୍ରସ୍ତାବକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ଏହି ଆଠଟି ଯାକ ଆଇଆଇଟି ହେଲା – ଭୁବନେଶ୍ୱର, ଗାନ୍ଧୀନଗର, ହାଇଦ୍ରାବଦ, ଇନ୍ଦୋର, ଯୋଧପୁର, ମାଣ୍ଡି, ପାଟନା ଏବଂ ରୋପାଡ । ଏହିସବୁ ଆଇଆଇଟିର ନିର୍ମାଣ ସଂକ୍ରାନ୍ତ ପ୍ରାରମ୍ଭିକ ବ୍ୟୟ ଅଟକଳ 6080 କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ ସମୟ ଓ ନିର୍ମାଣ ଖର୍ଚ୍ଚ ବଢ଼ୁଥିବାରୁ ଏହି ବ୍ୟୟ ଅଟକଳ ଆହୁରି 7910 କୋଟି ଟଙ୍କାକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି । ଏଣୁ 2008-09 ରୁ 2018-19 (11 ବର୍ଷ) ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ସାମଗ୍ରିକ ଭାବେ 13,990 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି ।

ଆଠଟି ଯାକ ଆଇଆଇଟିର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା 2360 ଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ପରେ ମାର୍ଚ୍ଚ 2019 ସୁଦ୍ଧା ଏହି ଅନୁଷ୍ଠାନଗୁଡିକର ଛାତ୍ର ଗ୍ରହଣ ସାମର୍ଥ୍ୟ 12880 କୁ ବୃଦ୍ଧି ପାଇବ । ଏହାଛଡା ଆଠଟି ଯାକ ଆଇଆଇଟିରେ ଅଧିକ ମାତ୍ରାରେ ଉନ୍ନତ ମାନର ଗବେଷଣା କାର୍ଯ୍ୟ, ଗବେଷଣା ସନ୍ଦର୍ଭ ପ୍ରକାଶନ, ଡିଜାଇନ ଟ୍ରେଡମାର୍କ ଓ ପେଟେନ୍ଟ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦିତ ହେବ । ସେହିପରି ଦେଶର ଶିଳ୍ପ ଉଦ୍ୟୋଗର ଆଧୁନିକ ଆବଶ୍ୟକତାଗୁଡିକୁ ପୁରଣ କରିବା ସହିତ ଅଧିକରୁ ଅଧିକ ପେଷାଦାର, ଦକ୍ଷ ଆଭିଯାନ୍ତ୍ରୀକ ଶ୍ରମ ଶକ୍ତି ସୃଷ୍ଟି କରିବାରେ ସହାୟକ ହେବେ । ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ପ୍ରକାରାନ୍ତରେ ସୁଦୃଢ଼ କରିବ ।

ଆଧୁନିକ ଆଇଆଇଟି ନିର୍ମାଣ ଦ୍ୱାରା ସୃଜନଶୀଳତା, ଉଚ୍ଚତର ଗବେଷଣା, ଔଦ୍ୟୋଗିକ ମନୋବୃତ୍ତିର ଉନ୍ମେଷ ସହିତ ଅଧିକ ନିଯୁକ୍ତି ସୁଯୋଗ ତଥା ସମ୍ପଦ ସୃଷ୍ଟି କରାଯାଇପାରିବ ।

**********