Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦର ରାସ୍ତାର ପ୍ରଶସ୍ତିକରଣ ପାଇଁ ଜମି ଅଦଳବଦଳ ପ୍ରସ୍ତାବକୁ କେନ୍ଦ୍ର କେବିନେଟର ମଞ୍ଜୁରି


ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ରାସ୍ତାକୁ ଓସାରିଆ କରିବା ନିମନ୍ତେ ଆବଶ୍ୟକ ହେଉଥିବା ଜମି ଓଡ଼ିଶା ସରକାର ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଏହା ପ୍ରତିବଦଳରେ ବିମାନ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ସମପରିମାଣର ଜମି ହସ୍ତାନ୍ତର କରିବେ । ଏହି ଜମି ଅଦଳବଦଳ ପ୍ରସ୍ତାବକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ବିଷୟରେ ଚର୍ଚ୍ଚା କରାଯାଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ବିମାନ ବନ୍ଦର ରାସ୍ତା ପ୍ରଶସ୍ତିକରଣ ବାବଦରେ ଆବଶ୍ୟକ ହେଉଥିବା ୧.୬ ଏକର ଜମି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ପ୍ରଦାନ କରିବେ ଏବଂ ସମ ପରିମାଣର ଜମି ପ୍ରାଧିକରଣ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯିବ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଏକ ସମାନ୍ତରାଳ ଟାକ୍ସି ରାସ୍ତା ନିର୍ମାଣ ନିମନ୍ତେ ଏହି ଜାଗା ବ୍ୟବହୃତ ହେବ । ଏହା ଦ୍ଵାରା ଯାନବାହନ ଓ ଯାତ୍ରୀ ପରିବହନରେ ବିଶେଷ ସୁବିଧା ହେବ । ବିମାନ ବନ୍ଦର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ସୁସଂଗତ କରିବା ଏବଂ ଯାତ୍ରୀ ଗମନାଗମନ ପାଇଁ ବିମାନ ବନ୍ଦର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସଡ଼କ (ଏକାମ୍ର ମାର୍ଗ/ପଳାସପଲ୍ଲୀ ରାସ୍ତା)କୁ ପୃଥକ ଭାବେ ନିର୍ମାଣ କରିବାକୁ ଓଡ଼ିଶା ସରକାର ୧.୬ ଏକର ଜମି ଅଦଳବଦଳ କରିବାକୁ ବିମାନ ବନ୍ଦର ପ୍ରାଧିକରଣକୁ ପ୍ରସ୍ତାବ ଦେଇଥିଲେ ।