ଦେଶରେ ଭିତ୍ତିଭୂମି କ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାର ଆଉ 31,300 କୋଟି ଟଙ୍କାର ଅତିରିକ୍ତ ବଜେଟ ସମ୍ବଳ ସଂଗ୍ରହ କରିବେ । ଚଳିତ 2016-17 ଆର୍ଥିକ ବର୍ଷରେ ଏହି ଅତିରିକ୍ତ ସମ୍ବଳ ସଂଗ୍ରହ କରାଯିବ । ସେହିପରି ବଜେଟ ପାଇଁ ଆବଶ୍ୟକ ପଡୁଥିବା ଅତିରିକ୍ତ ସାଧନ 16,300 କୋଟି ଟଙ୍କାର ମୂଳଧନ ଓ ସୂଧ ବାବଦ ଅର୍ଥ ପରିଶୋଧ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଶକ୍ତି ଆର୍ଥିକ ନିଗମ, ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା, ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ସଂସ୍ଥା ଏବଂ ନାବାର୍ଡ ଏହି ଅତିରିକ୍ତ ସାଧନ ସଂଗ୍ରହ କରିବେ । ବାକି ଅର୍ଥ ଯାହାକି ମୂଳଧନ ଓ ସୂଧ ପରିଶୋଧ ନିମନ୍ତେ ଉଦ୍ଦିଷ୍ଟ – ତାହା କେନ୍ଦ୍ର ସରକାର ତାଙ୍କ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବିରୁ ଏହି ସଂସ୍ଥାଗୁଡିକୁ ଭରଣା କରିବେ ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ