Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ସୁରଟରେ ଜଳ ସଞ୍ଚୟ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ସୁରଟରେ ଜଳ ସଞ୍ଚୟ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ସି.ଆର.ପାଟିଲ, ନିମୁବେନ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ , ଜିଲ୍ଲାପାଳ, ଦେଶର ସମସ୍ତ ଜିଲ୍ଲାର ଡିଏମ୍‌, ଜିଲ୍ଲାପାଳ, ଅନ୍ୟ ସମ୍ମାନିତ ଅତିଥି ଏବଂ ମୋର ସମସ୍ତ ପ୍ରିୟ ଏବଂ ଭାଇ ଭଉଣୀମାନେ!

ଆଜି ଗୁଜରାଟ ମାଟିରୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରାଯାଉଛି । ଏହା ପୂର୍ବରୁ ବିଗତ ଦିନଗୁଡ଼ିକରେ ଦେଶର କୋଣ ଅନୁକୋଣରେ ବ୍ୟାପକ ବୃଷ୍ଟିପାତ ଅଭୂତପୂର୍ବ ହୋଇଛି, ଦେଶର ଏମିତି କୌଣସି ଅଞ୍ଚଳ ନାହିଁ ଯେଉଁଠାରେ ଏହି ବିପର୍ଯ୍ୟୟ ପ୍ରଭାବିତ ହୋଇନାହିଁ। ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଅନେକ ବର୍ଷ ଧରି କାର୍ଯ୍ୟ କରିଥିଲି, କିନ୍ତୁ ମୁଁ ଏକାସାଙ୍ଗରେ ଏତେ ସଂଖ୍ୟକ ତହସିଲରେ ଏତେ ପ୍ରବଳ ବର୍ଷା ହେବା କେବେ ଶୁଣି ନ ଥିଲି କିମ୍ବା ଦେଖି ନ ଥିଲି । କିନ୍ତୁ ଗୁଜରାଟ ଏଥର ବହୁ ବଡ଼ ସଙ୍କଟ ଆସିଛି। ପ୍ରକୃତିର ପ୍ରକୋପକୁ ସହ୍ୟ କରିବା ପାଇଁ ଆମ ପାଖରେ ସେମିତି କିଛି ବ୍ୟବସ୍ଥା ଏତେ ଶକ୍ତିଶାଳୀ ନଥିଲା । କିନ୍ତୁ ଗୁଜୁରାଟର ଲୋକମାନଙ୍କର ଏକ ସ୍ୱଭାବ ରହିଛି । ଆମ ଦେଶର ସେମିତି କିଛି ଲୋକମାନଙ୍କର ଏକ ପ୍ରକୃତି ଏବଂ ସାମର୍ଥ୍ୟ ଅଛି ଯେ ସେମାନେ ସଙ୍କଟ ସମୟରେ ଏକାଠି ହୋଇ ପରସ୍ପରକୁ ସାହାଯ୍ୟ କରିଥାନ୍ତି । ଆଜି ବି ଦେଶର ଅନେକ ଅଞ୍ଚଳ ଏମିତି ଅଛି, ଯେଉଁଠାରେ ସେମାନେ ସମସ୍ୟା ଘେରରେ ରହିଛନ୍ତି ।

ସାଥିମାନେ,

ଜଳ ସଂରକ୍ଷଣ କେବଳ ଏକ ନୀତି ନୁହେଁ। ଏହା ଏକ ପ୍ରୟାସ ମଧ୍ୟ ଅଟେ ଏବଂ ଏମିତି କହିବାକୁ ଗଲେ ଏହା ପୂର୍ଣ୍ଣ୍ୟ ମଧ୍ୟ ଅଟେ । ଏଥିରେ ଉଭୟ ଉଦାରତା ଏବଂ ଉତ୍ତର ଦାୟିତ୍ୱ ରହିଛି। ଯେତେବେଳେ ଭବିଷ୍ୟତ ପିଢ଼ି ଆମର ଆକଳନ କରିବେ, ଜଳ ପ୍ରତି ଆମର ଆଭିମୁଖ୍ୟ ସେମାନଙ୍କର ଏକ ପ୍ରାଥମିକ ମାନଦଣ୍ଡ ହେବ। କାରଣ ଏହା କେବଳ ସମ୍ବଳର ପ୍ରଶ୍ନ ନୁହେଁ; ଏହା ହେଉଛି ଜୀବନର ପ୍ରଶ୍ନ; ଏହି ପ୍ରଶ୍ନ ମାନବିକତାର ଭବିଷ୍ୟତର ପ୍ରଶ୍ନ। ତେଣୁ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଆମେ ଉପସ୍ଥାପିତ କରିଥିବା ୯ଟି ସଂକଳ୍ପ ମଧ୍ୟରୁ ଜଳ ସଂରକ୍ଷଣ ହେଉଛି ପ୍ରଥମ ସଂକଳ୍ପ। ମୁଁ ଆନନ୍ଦିତ ଯେ ଏହି ଦିଗରେ ଆଉ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ଆଜି ଜନ ଭାଗିଦାରୀମାଧ୍ୟମରେ ଆରମ୍ଭ ହେଉଛି । ଏହି ଅବସରରେ ମୁଁ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟକୁ, ଗୁଜୁରାଟ ସରକାରକୁ ଏବଂ ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ଦେଶର ସମସ୍ତ ଜନସାଧାରଣଙ୍କୁ ଶୁଭକାମନା ଜଣାଉଛି ।

ସାଥିମାନେ,

ଆଜି ଯେତେବେଳେ ଆମେ ପରିବେଶ ଏବଂ ଜଳ ସଂରକ୍ଷଣ ବିଷୟରେ କଥା ଆସୁଛି, ଆମକୁ ସର୍ବଦା ଅନେକ ବାସ୍ତବତାକୁ ଧ୍ୟାନରେ ରଖିବା ଉଚିତ୍ । ପୃଥିବୀର ମାତ୍ର ୪ ପ୍ରତିଶତ ମିଠା ଜଳ ଭାରତ ପାଖରେ ରହିଛି। ଆମ ଗୁଜରାଟର ଲୋକମାନେ ବୁଝିବା ଦରକାର ଯେ ଏହା ମାତ୍ର ୪ ପ୍ରତିଶତ । ଭାରତରେ ଅନେକ ବଡ଼ ବଡ଼ ନଦୀ ଥିବା ସତ୍ତ୍ୱେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଜଳ ଅଭାବର ସମ୍ମୁଖୀନ ହେଉଛି। ଅନେକ ସ୍ଥାନରେ କ୍ରମାଗତ ଭାବେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟକୁ ଗଭୀର କରୁଛି।

ଏବଂ ସାଥିମାନେ,

ଏସବୁ ସତ୍ତ୍ୱେ, କେବଳ ନିଜ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏହି ଆହ୍ୱାନର ସମାଧାନ ଖୋଜିବାର ସାମର୍ଥ୍ୟ ଭାରତ ପାଖରେ ରହିଛି । ଏହାର କାରଣ ହେଉଛି ଭାରତର ଜ୍ଞାନର ପ୍ରାଚୀନ ପରମ୍ପରା । ଜଳ ସଂରକ୍ଷଣ ଓ ପ୍ରକୃତି ସଂରକ୍ଷଣ ଆମ ପାଇଁ ନୂଆ ଧାରଣା ନୁହେଁ; ଏହା ଆମ ପାଇଁ କେବଳ ତାତ୍ତ୍ୱିକ ଜ୍ଞାନ ନୁହେଁ । ପରିସ୍ଥିତି କାରଣରୁ ଏସବୁ ପ୍ରସଙ୍ଗ ଆମ ପାଖକୁ ଆସିନାହିଁ। ଭାରତର ସାଂସ୍କୃତିକ ଚେତନାର ଏକ ଅଂଶ । ଆମେ ଏପରି ଏକ ସଂସ୍କୃତିର ଲୋକ ଅଟନ୍ତି, ଯେଉଁଠାରେଂ ଈଶ୍ୱରଙ୍କ ରୂପ କୁହାଯାଇଛି, ଏବଂ ନଦୀଗୁଡ଼ିକୁ ଦେବୀ ଭାବରେ ବିବେଚନା କରିଛୁ । ସରୋବରକୁ (ହ୍ରଦ) ଏବଂ କୁଣ୍ଡ‘ (ପୋଖରୀ)କୁ ମନ୍ଦିରର ମାନ୍ୟତା ଦିଆଯାଇଛି। ଗଙ୍ଗା ଆମର ମା‘ ; ନର୍ମଦା ହେଉଛନ୍ତି ଆମର ମା। ଗୋଦାବରୀ ଏବଂ କାବେରୀ ଆମର ମାଆ ଅଟନ୍ତି । ଏହି ସମ୍ପର୍କ ହଜାର ହଜାର ବର୍ଷ ଧରି ଚାଲିଥାଏ । ଏପରିକି ହଜାର ହଜାର ବର୍ଷ ପୂର୍ବେ ଆମ ପୂର୍ବପୁରୁଷମାନେ ଜଳ ଓ ଜଳ ସଂରକ୍ଷଣର ଗୁରୁତ୍ୱ ବୁଝିଥିଲେ ।ଶହ ଶହ ବର୍ଷ ପୁରୁଣା ଗ୍ରନ୍ଥରେ କୁହାଯାଇଛି, “ଅଦ୍ରିଃ ସର୍ବାଣୀ ଭୂତାନୀ, ଜୀବନ୍ତ ପ୍ରଭବନ୍ତିଚ । ତସ୍ମାତ ସର୍ବେଷୁ ଦାନେଷୁ ତୟୋଦାନଂ ବିଶିଷ୍ୟତେ। ଅର୍ଥାତ୍ ସମସ୍ତ ପ୍ରାଣୀ ଜଳରୁ ଉତ୍ପନ ହୋଇଛି ଏବଂ ଜଳଦ୍ୱାରା ହିଁ ବଞ୍ôଚଥାନ୍ତି । ତେଣୁ ପାଣି ଦାନ କରିବା, ଅନ୍ୟମାନଙ୍କ ପାଇଁ ଜଳ ସଞ୍ଚୟ କରିବା ହେଉଛି ସବୁଠାରୁ ବଡ଼ ଦାନ। ଏହି କଥା ଶହ ଶହ ବର୍ଷ ପୂର୍ବେ ରହିମ ଦାସ କହିଥିଲେ । ଆମେ ସମସ୍ତେ ଏହାକୁ ପଢିଛୁ । ରହିମ ଦାସ କହିଥିଲେ ଯେ: ରହିମାନ ପାନି ରଖିଏ, ବିବିଜାନ ସୁବ୍ ସୁନ ! , ଅର୍ଥାତ୍ ଆମେ ଜଳସଂରକ୍ଷଣ କରିବା ଉଚିତ୍‌; ବିନା ପାଣିରେ ସବୁ କିଛି ଉଜୁଡ଼ି ଯାଇଥାଏ। ଜଳ ସଙ୍କଟର ସମାଧାନ ପାଇଁ ଏଭଳି ଦୂରଦୃଷ୍ଟି ସମ୍ପନ୍ନ ଓ ବ୍ୟାପକ ଚିନ୍ତାଧାରା ରଖୁଥିବା ରାଷ୍ଟ୍ର ବିଶ୍ୱର ସବୁଠୁ ଆଗରେ ରହିବା ଦରକାର।

ସାଥିମାନେ,

ଆଜିର ଏହି କାର୍ଯ୍ୟକ୍ରମ ଗୁଜରାଟର ସେହି ମାଟିରେ ଆରମ୍ଭ ହେଉଛି, ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ଜଳ ପହଞ୍ଚାଇବା ଓ ସଂରକ୍ଷଣ କରିବାରେ ଅନେକ ସଫଳ ପରୀକ୍ଷଣ କରାଯାଇଛି । ଦୁଇତିନି ଦଶନ୍ଧି ପୂର୍ବରୁ ସୌରାଷ୍ଟ୍ର ଏବଂ ଉତ୍ତର ଗୁଜରାଟର ସ୍ଥିତି ବିଷୟରେ ଆମେ ସମସ୍ତେ ଅବଗତ ଅଛୁ । ଜଳ ସଂରକ୍ଷଣ ନେଇ ପୂର୍ବ ସରକାରମାନଙ୍କ ପାଖରେ ଦୂରଦୃଷ୍ଟିର ଅଭାବ ଥିଲା। ସେଥିପାଇଁ ମୁଁ ବିଶ୍ୱକୁ ପ୍ରମାଣିତ କରିବାକୁ ସଂକଳ୍ପ ନେଇଥିଲି ଯେ ଜଳ ସଙ୍କଟର ସମାଧାନ ସମ୍ଭବ । ଦୀର୍ଘ ଦିନଧରି ଅଟକି ରହିଥିବା ସର୍ଦ୍ଦାର ସରୋବର ଡ୍ୟାମ୍ ପ୍ରକଳ୍ପ ଶେଷ କରିଥିଲି। ସୌନି ପ୍ରକଳ୍ପ ଗୁଜରାଟରେ ଆରମ୍ଭ ହୋଇଥିଲା। ଯେଉଁଠାରେର ଅତିରିକ୍ତ ଜଳ ଥିଲା । ସେଠାରୁ ପାଣି, ଜଳସଙ୍କଟ ଥିବା ଅଞ୍ଚଳକୁ ଜଳ ପହଞ୍ଚାଇ ଦିଆଯାଇଥିଲା। ଏପରିକି ବିରୋଧୀ ସଦସ୍ୟମାନେ ମଧ୍ୟ ଆମକୁ ଉପହାସ କରି କହିଥିଲେ ଯେ ବିଛାଯାଉଥିବା ପାଇପରେ ପାଣି ନୁହେଁ, କେବଳ ବାୟୁ ବାହାରିବ, ବାୟୁ କିନ୍ତୁ ଆଜି ଗୁଜରାଟରେ ହୋଇଥିବା ପ୍ରୟାସର ଫଳାଫଳ ସମଗ୍ର ବିଶ୍ୱକୁ ଦୃଶ୍ୟମାନ ହେଉଛି । ଗୁଜରାଟର ସଫଳତା, ଗୁଜରାଟରେ ମୋର ଅନୁଭୂତି ମୋତେ ଆଶ୍ୱାସନା ଦେଉଛି ଯେ ଆମେ ଦେଶକୁ ଜଳ ସଙ୍କଟରୁ ମୁକ୍ତ କରିପାରିବା ।

ସାଥିମାନେ,

ଜଳସଂରକ୍ଷଣ କେବଳ ନୀତିର ବିଷୟ ନୁହେଁ ବରଂ ସାମାଜିକ ପ୍ରତିବଦ୍ଧତାର ବିଷୟ । ଜାଗରୁକ୍ ଜନମାସସା‘ (ଜନସାଧାରଣଙ୍କ ମଧ୍ୟରେ ସଚେତନତା), ‘ଜନ ଭାଗିଦାରୀ‘ (ଜନଭାଗିଦାରୀ) ଏବଂ ଜନ ଆନ୍ଦୋଳନ‘ (ଜନ ଆନ୍ଦୋଳନ) ଏହି ପଦକ୍ଷେପର ସବୁଠାରୁ ବଡ଼ ଶକ୍ତି। ଆପଣଙ୍କୁ ମନେଥିବ ଯେ ଦଶନ୍ଧି ଧରି ଜଳ ଓ ନଦୀ ସମ୍ବନ୍ଧୀୟ ହଜାର ହଜାର କୋଟି ଟଙ୍କାର ଅନେକ ଯୋଜନା ଥିଲା । କିନ୍ତୁ, ଗତ ୧୦ ବର୍ଷ ମଧ୍ୟରେ ଆମେ ଫଳାଫଳ ଦେଖିଛୁ । ଆମ ସରକାର ସମଗ୍ର ସମାଜ ଏବଂ ସମଗ୍ର ସରକାରୀ ଆଭିମୁଖ୍ୟ ସହିତ କାର୍ଯ୍ୟ କରିଛନ୍ତି । ବିଗତ ୧୦ ବର୍ଷର ସମସ୍ତ ପ୍ରମୁଖ ଯୋଜନା ଉପରେ ନଜର ପକାନ୍ତୁ । ପ୍ରଥମ ଥର ପାଇଁ ପାଣି ସମସ୍ୟା ସମ୍ପର୍କିତ ସାଇଲୋକୁ ଭଙ୍ଗା ଯାଇଥିଲା। ସମଗ୍ର ସରକାରଙ୍କ ପ୍ରତିଶ୍ରୁତି କ୍ରମେ ଆମେ ଏକ ପୃଥକ ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରିଥିଲୁ। ଜଳ-ଜୀବନ ମିଶନ ଜରିଆରେ ଦେଶ ପ୍ରଥମ ଥର ପାଇଁ ହର ଘର ଜଳର ଶପଥ ନେଇଛି। ପୂର୍ବରୁ ଦେଶରେ ମାତ୍ର ୩ କୋଟି ପରିବାରକୁ ପାଇପ୍ ଯୋଗେ ପାଣି ମିଳୁଥିଲା। ଆଜି ୧୫ କୋଟିରୁ ଅଧିକ ଗ୍ରାମୀଣ ପରିବାର ପାଇପ୍ ଯୋଗେ ପାଣି ପାଉଛନ୍ତି। ଜଳ-ଜୀବନ ମିଶନ ଜରିଆରେ ଦେଶର ୭୫ ପ୍ରତିଶତ ରୁ ଅଧିକ ଘରେ ସ୍ୱଚ୍ଛ ଜଳ ପହଞ୍ଚିଛି । ସ୍ଥାନୀୟ ଜଳ ସମିତି‘ (ଜଳ ସମିତି) ଏବେ ଜଳ-ଜୀବନ ମିଶନର ଏହି ଦାୟିତ୍ୱ ସ୍ଥାନୀୟ ଜନ ସମିତିଗୁଡିକ ତୁଲାଉଛଡ଼୍‌ତି। ଗୁଜରାଟରେ ଜଳ ସମିତିରେ ମହିଳାମାନେ ଯେପରି ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି, ଏବେ ସାରା ଦେଶରେ ଜଳ ସମିତିରେ ମହିଳାମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି। ଏହି କମିଟିଗୁଡ଼ିକରେ ଅତି କମରେ ୫୦ ପ୍ରତିଶତ ଅଂଶଗ୍ରହଣକାରୀ ହେଉଛନ୍ତି ଗ୍ରାମୀଣ ମହିଳା ।

ଭାଇ ଓ ଭଉଣୀମାନେ,

ଆଜି ଜଳ ଶକ୍ତି ଅଭିଯାନ ଏକ ଜାତୀୟ ମିଶନରେ ପରିଣତ ହୋଇଛି । ପାରମ୍ପରିକ ଜଳଉତ୍ସର ନବୀକରଣ ହେଉ ଅବା ନୂତନ ଢାଞ୍ଚା ନିର୍ମାଣ ହେଉ, ହିତାଧିକାରୀଙ୍କଠାରୁ ଆରମ୍ଭ କରି ନାଗରିକ ସମାଜ ଓ ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ଆମେ ଜନଭାଗିଦାରୀ ମାଧ୍ୟମରେ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ପ୍ରତ୍ୟେକ ଜିଲ୍ଲାରେ ଅମୃତ ସରୋବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲୁ । ଏହି ପଦକ୍ଷେପ ଅଧୀନରେ ଜନଭାଗିଦାରୀ ମାଧ୍ୟମରେ ସମଗ୍ର ଦେଶରେ ୬୦ହଜାରରୁ ଅଧିକ ଅମୃତ ସରୋବର ସୃଷ୍ଟି କରାଯାଇଛି। ଆପଣ କଳ୍ପନା କରିପାରିବେ ଯେ ଏହା ଆମ ଦେଶର ଭବିଷ୍ୟତ ପିଢ଼ି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ଭୂତଳକୁ ଜଳ ରିଚାର୍ଜ କରିବା ପାଇଁ ଆମେ ଅଟଳ ଭୂ-ଜଳ ଯୋଜନା ଆରମ୍ଭ କରିଛୁ । ଏହି ଯୋଜନାରେ ଜଳଉତ୍ସ ପରିଚାଳନା ଦାୟିତ୍ୱ ଗ୍ରାମବାସୀଙ୍କୁ ଦିଆଯାଇଛି। ୨୦୨୧ରେ ଆମେ କ୍ୟାଚ୍ ଦ ରେନ୍‌ଅଭିଯାନ ଆରମ୍ଭ କରିଥିଲୁ। ଆଜି ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଲୋକମାନେ କ୍ୟାଚ୍ ଦ ରେନ୍‌ଅଭିଯାନରେ ଭାଗ ନେଉଛନ୍ତି। ନମାମି ଗଙ୍ଗେଯୋଜନା ଏହାର ଆଉ ଏକ ଉଦାହରଣ। ନମାମି ଗଙ୍ଗେକୋଟି କୋଟି ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ ପ୍ରତିଜ୍ଞା ପାଲଟିଛି। ନଦୀଗୁଡ଼ିକୁ ସ୍ୱଚ୍ଛ କରିବା ପାଇଁ ଲୋକମାନେ ଅନ୍ଧବିଶ୍ୱାସ ତ୍ୟାଗ କରୁଛନ୍ତି ଏବଂ ଅପ୍ରାସଙ୍ଗିକ ପ୍ରଥାକୁ ମଧ୍ୟ ବଦଳାଉଛନ୍ତି ।

ସାଥିମାନେ,

ଆପଣମାନେ ସମସ୍ତେ ଜାଣନ୍ତି ଯେ ମୁଁ ପରିବେଶ ପାଇଁ ଏକ ପେଡ଼ ମା କେ ନାମପାଇଁ ଦେଶବାସୀଙ୍କୁ ନିବେଦନ କରିଛି। ଗଛ ଲଗାଇଲେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। କେବଳ ଗତ କିଛି ସପ୍ତାହ ମଧ୍ୟରେ ମାଙ୍କ ନାମରେ ସାରା ଦେଶରେ ଲକ୍ଷ ଲକ୍ଷ ଗଛ ଲଗାଯାଇଛି। ଏଭଳି ଅନେକ ଅଭିଯାନ ଅଛି, ଏଭଳି ଅନେକ ପ୍ରତିଶ୍ରୁତି ରହିଛି ଏବଂ ଆଜି ୧୪୦ କୋଟି ନାଗରିକଙ୍କ ଭାଗିଦାରୀରେ ଏହା ଜନ ଆନ୍ଦୋଳନରେ ପରିଣତ ହେଉଛି ।

ସାଥିମାନେ,

ଜଳ ସଂରକ୍ଷଣ ପାଇଁ ଆମକୁ ହ୍ରାସ, ପୁନଃବ୍ୟବହାର, ରିଚାର୍ଜ ଏବଂ ପୁନଃବ୍ୟବହାର ର ନୀତି ଉପରେ ଧ୍ୟାନ ଦେବାକୁ ପଡିବ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯେତେବେଳେ ଆମେ ଏହାର ଅପବ୍ୟବହାରକୁ ରୋକିବା- ଏହାର ବ୍ୟବହାର ହ୍ରାସ କରିବା ସେତେବେଳେ ଜଳ ସଞ୍ଚୟ ହେବ। ଆମକୁ ଜଳର ପୁନଃବ୍ୟବହାର, ଜଳ ଉତ୍ସଗୁଡିକୁ ରିଚାର୍ଜ କରିବା ଏବଂ ପ୍ରଦୂଷିତ ଜଳର ପୁନଃବ୍ୟବହାର କରିବା ଆବଶ୍ୟକ। ଏଥିପାଇଁ ଆମକୁ ନୂଆ ନୂଆ ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିବ। ଆମକୁ ଅଭିନବ ହେବାକୁ ପଡିବ, ଟେକ୍ନୋଲୋଜିର ବ୍ୟବହାର କରିବାକୁ ପଡିବ । ଆମେ ସମସ୍ତେ ଜାଣୁ ଯେ ଆମର ଜଳ ଆବଶ୍ୟକତାର ୮୦ ପ୍ରତିଶତ କୃଷି ଉଦ୍ଦେଶ୍ୟରେ ହୋଇଥାଏ । ତେଣୁ ଆମ ସରକାର ନିରନ୍ତର କୃଷି ଦିଗରେ ଡ୍ରିପ୍ ଜଳସେଚନ ଭଳି ଜ୍ଞାନକୌଶଳକୁ ନିରନ୍ତର ପ୍ରୋତ୍ସାହନ ଦେଉଛନ୍ତି। ପ୍ରତ୍ୟେକ ବୁନ୍ଦା ଅଧିକ ଫସଲଭଳି ଅଭିଯାନ, ଏହି ଦ୍ୱାରା ଜଳ ସଞ୍ଚୟ କରିବା ସହ ନିମ୍ନ ଜଳ ଅଞ୍ଚଳରେ ଚାଷୀଙ୍କ ଆୟ ବଢ଼ାଉଛି। ଡାଲି, ତୈଳବୀଜ ଓ ବାଜରା ଭଳି ଜଳ ଉପଯୋଗୀ ଫସଲ ଚାଷକୁ ମଧ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। କିଛି ରାଜ୍ୟ ଜଳ ସଂରକ୍ଷଣ ପାଇଁ ବିକଳ୍ପ ଫସଲ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ମୁଁ ସମସ୍ତ ରାଜ୍ୟକୁ ଅନୁରୋଧ କରୁଛି ଯେ ସେମାନେ ଏକାଠି ହୋଇ ଏହି ପ୍ରୟାସକୁ ତ୍ୱରାନ୍ୱିତ କରନ୍ତୁ ଏବଂ ମିଶନ ମୋଡରେ କାମ କରନ୍ତୁ । ଆମକୁ କ୍ଷେତ ନିକଟରେ ପୋଖରୀ ଏବଂ ଜଳଭଣ୍ଡାର ନିର୍ମାଣ କରିବା ଏବଂ ଜଳ ରିଚାର୍ଜ ପାଇଁ ନୂତନ ଜ୍ଞାନକୌଶଳ ସହିତ ପାରମ୍ପରିକ ଜ୍ଞାନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।

ସାଥିମାନେ

ସ୍ୱଚ୍ଛ ଜଳର ଉପଲବ୍ଧତା ଏବଂ ଜଳ ସଂରକ୍ଷଣର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଅର୍ଥନୀତି ସହିତ ଜଡିତ । ଉଦାହରଣ ସ୍ୱରୂପ, ଜଳ ଜୀବନ ମିଶନ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଏବଂ ସ୍ୱରୋଜଗାର ସୁଯୋଗ ପ୍ରଦାନ କରିଛି । ଇଞ୍ଜିନିୟର, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍ ଓ ମ୍ୟାନେଜରଙ୍କ ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇଛି। ଡବ୍ଲ୍ୟୁଏଚଓ ଅନୁଯାୟୀ, ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାଣି ଯୋଗାଇବା ଦ୍ୱାରା ଦେଶର ଲୋକଙ୍କ ପାଇଁ ପାଖାପାଖି ସାଢେ ୫ କୋଟି ଘଣ୍ଟା ସଞ୍ଚୟ ହେବ। ବିଶେଷ କରି ଆମ ଭଉଣୀ ଓ ଝିଅମାନଙ୍କ ପାଇଁ ଏହି ସମୟ ସଞ୍ଚୟ ହେବ, ଯାହା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସିଧାସଳଖ ସହାୟକ ହେବ। ଜଳ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସ୍ୱାସ୍ଥ୍ୟ-ଆରୋଗ୍ୟ। ରିପୋର୍ଟ ରୁ ଜଣାପଡିଛି ଯେ ଜଳ ଜୀବନ ମିଶନ ଦ୍ୱାରା ୧ଲକ୍ଷ ୨୫ହଜାରରୁ ଅଧିକ ଶିଶୁଙ୍କ ଅକାଳ ମୃତ୍ୟୁକୁ ରୋକାଯାଇପାରିବ । ଆମେ ପ୍ରତିବର୍ଷ ୪ଲକ୍ଷରୁ ଅଧିକ ଲୋକଙ୍କୁ ଡାଇରିଆ ଭଳି ରୋଗରୁ ରକ୍ଷା କରିବାରେ ସକ୍ଷମ ହୋଇପାରିବୁ, ଅର୍ଥାତ୍ ଆମେ ଚିକିତ୍ସା ସେବା ରେ ଖର୍ଚ୍ଚ ହ୍ରାସ କରିବାରେ ସକ୍ଷମ ହୋଇପାରିବୁ ।

ସାଥିମାନେ

ଏହି ଜନ ଭାଗିଦାରୀଅଭିଯାନରେ ଆମ ର ଶିଳ୍ପ କ୍ଷେତ୍ରରୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଜି, ମୁଁ ସେହି ଶିଳ୍ପଗୁଡ଼ିକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ନେଟ୍ ଶୂନ୍ୟ ତରଳ ନିଷ୍କାସନ ମାନକ ଏବଂ ଜଳ ପୁନଃବ୍ୟବହାର ଲକ୍ଷ୍ୟ ପୂରଣ କରିଛନ୍ତି । କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର)ର ଏକ ଅଂଶ ଭାବରେ ଅନେକ ଶିଳ୍ପ ଜଳ ସଂରକ୍ଷଣ ପ୍ରୟାସ ଆରମ୍ଭ କରିଛନ୍ତି । ଜଳ ସଂରକ୍ଷଣ ପାଇଁ ସିଏସଆରକୁ ବ୍ୟବହାର କରି ଗୁଜରାଟ ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି । ମୋତେ ସୂଚନା ଦିଆଯାଇଛି ଯେ ସୁରଟ, ବଲସାଡ, ଡାଙ୍ଗ, ତାପି ଏବଂ ନବସାରୀରେ ସିଏସଆର କାର୍ଯ୍ୟକ୍ରମ ସହାୟତାରେ ପ୍ରାୟ ୧୦ହଜାର ବୋରୱେଲ ରିଚାର୍ଜ ଢାଞ୍ଚା ସମ୍ପୂର୍ଣ୍ଣ ହୋଇଛି । ଏବେ ଜଳଶକ୍ତି ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାର ମିଳିତ ଭାବେ ଜଳ ସଞ୍ଚୟ-ଜନ ଭାଗିଦାରୀ ଅଭିଯାନଅଧୀନରେ ଅତିରିକ୍ତ ୨୪ହଜାର ନିର୍ମାଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ନିଜେ ଏକ ମଡେଲ ଯାହା ଭବିଷ୍ୟତରେ ଅନ୍ୟ ରାଜ୍ୟମାନଙ୍କୁ ସମାନ ପ୍ରୟାସ କରିବାକୁ ପ୍ରେରଣା ଦେବ । ମୁଁ ଆଶା କରୁଛି ଯେ ଆମେ ମିଳିମିଶି ଜଳ ସଂରକ୍ଷଣ ଦିଗରେ ଭାରତକୁ ସମଗ୍ର ମାନବ ଜାତି ପାଇଁ ମୁଁ ଏକ ପ୍ରେରଣା ତିଆରି କରିବି। ଏହି ଆତ୍ମବିଶ୍ୱାସ ସହ ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ ଏହି ଅଭିଯାନର ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି ।

ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ

*****

NS/SLP