ଭିଏସ ନଇପଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ସାର ଭିଏସ ନଇପଲ ନିଜର ବ୍ୟାପକ କୃତି ଯାହା ଇତିହାସ, ସଂସ୍କୃତି, ଉପନିବେଶବାଦ, ରାଜନୀତି ଏବଂ ଆହୁରି ଅଧିକ ବିବିଧ କ୍ଷେତ୍ରକୁ ପରିବ୍ୟାପ୍ତ – ସେଥିଲାଗି ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କର ବିୟୋଗ ବିଶ୍ୱ ସାହିତ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ।
Sir VS Naipaul will be remembered for his extensive works, which covered diverse subjects ranging from history, culture, colonialism, politics and more. His passing away is a major loss to the world of literature. Condolences to his family and well wishers in this sad hour.
— Narendra Modi (@narendramodi) August 12, 2018