ମହାମହିମ ଅଧ୍ୟକ୍ଷ ଟସ୍କ ଏବଂ ଅଧ୍ୟକ୍ଷ ଜଙ୍କର
ସମ୍ମାନନୀୟ ପ୍ରତିନିଧିମଣ୍ଡଳୀ,
ଗଣମାଧ୍ୟମର ପ୍ରତିନିଧି,
ଚତୁର୍ଦ୍ଦଶ ଭାରତ-ୟୁରୋପୀୟ ସଂଘ ସମ୍ମିଳନୀରେ ଅଧ୍ୟକ୍ଷ ଟସ୍କ ଏବଂ ଅଧ୍ୟକ୍ଷ ଜଙ୍କରଙ୍କୁ ସ୍ୱାଗତ ଜଣାଇବାର ସୁଯୋଗ ପାଇ ମୁଁ ଆନନ୍ଦିତ ।
ଭାରତ ୟୁରୋପୀୟ ସଂଘ ସହିତ ଭାଗିଦାରୀକୁ ଅଧିକ ଗୁରୁତ୍ୱ ଦେଇଥାଏ ଏବଂ ଆମେ ଆମର ରଣନୈତିକ ଭାଗିଦାରୀଙ୍କୁ ଅଧିକ ଗୁରୁତ୍ୱ ଦେଇଥାଉ । 1962ରେ ୟୁରୋପୀୟ ଅର୍ଥନୈତିକ ଗୋଷ୍ଠୀ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିବା ପ୍ରାରମ୍ଭିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଭାରତ ଅନ୍ୟତମ ।
ଦୀର୍ଘ ସମୟ ଧରି ୟୁରୋପୀୟ ସଂଘ ଆମର ବୃହତ ବାଣିଜ୍ୟିକ ଭାଗୀଦାର ହୋଇ ରହିଆସିଛି । ଏହା ମଧ୍ୟ ଆମ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ବୃହତ ସମ୍ବଳ ।
ବିଶ୍ୱର ବୃହତ ଗଣତନ୍ତ୍ର ଭାବେ, ଆମେ ବାସ୍ତବ ଓ ପ୍ରାକୃତିକ ସହଭାଗୀ । ଗଣତନ୍ତ୍ର, ଆଇନର ଶାସନ, ପରସ୍ପରର ମୌଳିକ ଅଧିକାର ପ୍ରତି ସମ୍ମାନ ଏବଂ ବହୁମୁଖୀ ସଂସ୍କୃତିର ମୂଲ୍ୟବୋଧ ଉପରେ ଆମର ନିବିଡ଼ ସମ୍ପର୍କ ପର୍ଯ୍ୟବସିତ ।
ଆମେ ମଧ୍ୟ ବହୁ-ଧ୍ରୁବୀୟ ଆଇନ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ସମର୍ଥକ । ଗତବର୍ଷ ବ୍ରସେଲ୍ସରେ ଅନୁଷ୍ଠିତ ତ୍ରୟୋଦଶ ସମ୍ମିଳନୀ ପରଠାରୁ ଆମର ସମ୍ପର୍କ ସ୍ଥିର ଭାବେ ଅଗ୍ରଗତି କରିଛି । ଯେମିତିକି କିଛିଦିନ ପୂର୍ବେ ଅଧ୍ୟକ୍ଷ ଜଙ୍କର ଦେଇଥିବା ମନ୍ତବ୍ୟ, ଭାରତ-ୟୁରୋପୀୟ ସଂଘର ସମ୍ପର୍କର ନୌଯାତ୍ରାକୁ ଏବେ ଭଲ ପବନ ମିଳିପାରିଛି ।
ବନ୍ଧୁଗଣ,
ଆମର ବିସ୍ତୃତ କାର୍ଯ୍ୟସୂଚୀ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା କରିଥିବାରୁ ଅଧ୍ୟକ୍ଷ ଟସ୍କ ଏବଂ ଅଧ୍ୟକ୍ଷ ଜଙ୍କରଙ୍କ ପ୍ରତି ମୁଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।
ଆମେ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ବିଭିନ୍ନ କ୍ଷେତ୍ରରେ ସମ୍ପ୍ରସାରିତ କରିଛୁ । ପାରସ୍ପରିକ ବିଶ୍ୱାସ ଏବଂ ବୁଝାମଣା ଆଧାରରେ ଏହାକୁ ଆହୁରି ବିସ୍ତୃତ ଏବଂ ଲାଭଜନକ କରିବା ଲାଗି ପ୍ରୟାସ ଜାରି ରଖିବା ନିମନ୍ତେ ସହମତ ହୋଇଛୁ ।
ଆମର ବିଗତ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରୀତାରେ ହୋଇଥିବା ଅଗ୍ରଗତି ଏବଂ ଗତ ବର୍ଷ ଘୋଷଣା କରାଯାଇଥିବା ଏଜେଣ୍ଡା-2020 ସମ୍ପର୍କରେ ଆମେ ଆଜି ସମୀକ୍ଷା କରିଥିଲୁ ।
ଆମେ ଆମର ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବା ଲାଗି ସହମତ ହୋଇଛୁ । ଆମେ ଏହି ପ୍ରସଙ୍ଗରେ ଆମର ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ସହିତ ବହୁପକ୍ଷୀୟ ମଂଚରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବୁ ।
ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆମେ 2015 ପ୍ୟାରିସ୍ ଚୁକ୍ତିକୁ ପାଳନ କରିବା ଲାଗି ସଂକଳ୍ପବଦ୍ଧ । ଜଳବାୟୁ ପରିର୍ତ୍ତନର ମୁକାବିଲା ଏବଂ ଶକ୍ତିର ସୁରକ୍ଷିତ, ସୁଲଭ ଏବଂ ନିରନ୍ତର ଯୋଗାଣ ପାଇଁ ପ୍ରତି ଆମେ ପ୍ରାଥମିକତା ଦେବୁ । ଅକ୍ଷୟ/ନବୀକରଣଯୋଗ୍ୟ ଶକ୍ତିର ଉପଯୋଗ ବ୍ୟୟ ହ୍ରାସ ଲାଗି ଆପୋଷ ସହଯୋଗ ଜାରି ରଖିବା ପ୍ରତି ଆମେ ଆମର ପ୍ରତିବଦ୍ଧତା ଜାହିର କରୁଛୁ ।
ସ୍ମାର୍ଟ ସିଟିର ବିକାଶ ଏବଂ ସହରାଂଚଳ ଭିତ୍ତିଭୂମି ବିକାଶ ଳାଗି ୟୁରୋପୀୟ ସଂଘ ସହିତ ଆମେ ଆମର ସହଯୋଗ ଦୃଢ଼ କରିବୁ ।
ମୁଁ ଖୁସି ଯେ ଭାରତ-ୟୁରୋପୀୟ ସଂଘ ବେସାମରିକ ବିମାନ ଚୁକ୍ତି ଏବେ କାର୍ଯ୍ୟକାରୀ ହୋଇପାରିଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏହା ଆମ ଭିତରେ ବିମାନ ଯୋଗାଯୋଗକୁ ବୃଦ୍ଧି କରିବ ଏବଂ ଜନ-ଜନ ସମ୍ପର୍କକୁ ପ୍ରୋତ୍ସାହନ ଦେବ ।
ଆମ ସମ୍ପର୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିଜ୍ଞାନ ଏବଂ କାରିଗରୀ, ଏବଂ ଗବେଷଣା ଓ ନବସୃଜନ କ୍ଷେତ୍ରରେ ଆମର ସହଭାଗୀତା । ଏହି ପରିପ୍ରେକ୍ଷୀରେ, ଯୁବ ବୈଜ୍ଞାନିକ ଏବଂ ଗବେଷକଙ୍କ ଗତିଶୀଳତା ପାଇଁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିକୁ ମୁଁ ସ୍ୱାଗତ କରୁଛି ।
ଭାରତରେ ବିକାଶମୂଳକ ପ୍ରକଳ୍ପ ପାଇଁ ୟୁରୋପୀୟ ନିବେଶ ବ୍ୟାଙ୍କ ସହିତ ସ୍ୱାକ୍ଷରିତ ହୋଇଥିବା ଋଣଚୁକ୍ତି ମଧ୍ୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।
ଅନ୍ତର୍ଜାତୀୟ ସୌର ମେଂଟର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ହେବାକୁ ଥିବା ସୌର ଶକ୍ତି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ୟୁରୋପୀୟ ନିବେଶ ବ୍ୟାଙ୍କର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି ।
ବାଣିଜ୍ୟ ଏବଂ ନିବେଶ ପ୍ରବାହକୁ ସୁଦୃଢ଼ କରିବା କ୍ଷେତ୍ରରେ ୟୁରୋପୀୟ ସଂଘ ସହିତ ସହଯୋଗକୁ ଆହୁରି ଗଭୀର କରିବା ସକାଶେ ୟୁରୋପୀୟ ସଂଘ ସହିତ କାର୍ଯ୍ୟ କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ।
ମହାମହିମଗଣ,
ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଦିଗରେ ଯୋଗଦାନ ଦେଇଥିବାରୁ ଆପଣଙ୍କ ନେତୃତ୍ୱଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଏହା ଆଶା କରୁଛି ଯେ ଭାରତକୁ ଆପଣଙ୍କର ପରବର୍ତ୍ତୀ ଗସ୍ତ ଏତେ ବିସ୍ତୃତ ହେବ ନାହିଁ!
ଧନ୍ୟବାଦ ।
ବହୁତ ଧନ୍ୟବାଦ ।
**********
Earlier today, held talks with @eucopresident Mr. Donald Tusk and Mr. @JunckerEU, President of the @EU_Commission. pic.twitter.com/tOunHkWR4U
— Narendra Modi (@narendramodi) October 6, 2017
India takes pride in ties with EU, guided by values of democracy, rule of law, respect for basic freedoms & multiculturalism.
— Narendra Modi (@narendramodi) October 6, 2017
In talks with @eucopresident & @JunckerEU we agreed to deepen cooperation in trade, investment, clean energy, climate change & other areas. pic.twitter.com/QOaBIrGsCx
— Narendra Modi (@narendramodi) October 6, 2017
There were also deliberations to deepen ties in science, technology, research & innovation. https://t.co/UucIpdDsbH pic.twitter.com/hCjV8SwpPA
— Narendra Modi (@narendramodi) October 6, 2017