ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ୍କୁ ଭାରତ ସାଧାରଣତନ୍ତ୍ରର ବିଜ୍ଞାନ ଏବଂ ବୈଷୟିକ ବିଭାଗ ଏବଂ ସିଙ୍ଗାପୁର ସାଧାରଣତନ୍ତ୍ର ସରକାରଙ୍କର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣା ପତ୍ର (ଏମ୍ଓୟୁ) ବିଷୟରେ ଅବଗତ କରା ଯାଇଛି । ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ଉପରେ ଏହି ବୁଝାମଣା ପତ୍ର ଫେବୃଆରୀ ୨୦୨୨ରେ ସ୍ୱାକ୍ଷରିତ ହୋଇଥିଲା ।
ବୁଝାମଣା ପତ୍ର ଏକ ବ୍ୟବସ୍ଥା ପ୍ରଦାନ କରିବ ଏବଂ ପାରିବେଶିକ ବ୍ୟବସ୍ଥାରେ ସହାୟତା କରିବ, ଯାହା ସହଯୋଗ ମାଧ୍ୟମରେ ନୂତନ ଜ୍ଞାନ କୌଶଳ ସୃଷ୍ଟି, ମାନବ ଶକ୍ତି ପ୍ରଶିକ୍ଷଶ, ଆଇପି ସୃଷ୍ଟି କରିବା ନିମନ୍ତେ ଦୁଇ ଅଗ୍ରଣୀ ଦେଶ ଗୁଡିକ ମଧ୍ୟରେ ନବୋନ୍ମେଷ ଏବଂ ଉଦ୍ୟମିତାକୁ ଅଧିକ ଆଗେଇ ନେବ ।
ଏହି ସହଯୋଗ ଅନୁସାରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକଳାପ ମାଧ୍ୟମରେ ନୂତନ ଜ୍ଞାନ ଏବଂ ପ୍ରଯୁକ୍ତିର ବିକାଶ ଆତ୍ମନିର୍ଭର ଭାରତକୁ ପ୍ରେରଣା ଯୋଗାଇବ । ବୁଝାମଣା ପତ୍ର ଏକ ବ୍ୟବସ୍ଥା ପ୍ରଦାନ କରିବ ଏବଂ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟତା କରିବ, ଯାହା ଦୁଇ ଦେଶ ମଧ୍ୟରେ ନବୋନ୍ମେଷ ଏବଂ ଉଦ୍ୟମିତାକୁ ଆଗେଇ ନେବ, ଯାହାର ସହଯୋଗ ମାଧ୍ୟମରେ ନୂତନ ଜ୍ଞାନ କୌଶଳ ସୃଷ୍ଟି, ମାନବ ଶକ୍ତି ପ୍ରଶିକ୍ଷଶ, ଆଇପି ଆଇପି ହୋଇ ପାରିବ । ବୁଝାମଣା ପତ୍ରରେ ଧାର୍ଯ୍ୟ କରା ଯାଇଥିବା କାର୍ଯ୍ୟକଳାପରେ ଉତ୍ପାଦ ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟାର ବିନିମୟ ସାମିଲ୍ ହେବ, ଯେଉଁଥିରେ ନୂତନ ଉଦ୍ୟୋଗ ସମୂହ ଏବଂ ରୋଜଗାର ସୃଷ୍ଟି ହୋଇ ପାରିବ ।
ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ ହେଉଛି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ଭଳି ସମାନ ରୁଚି ରଖୁଥିବା କ୍ଷେତ୍ର ଗୁଡିକରେ ସହଯୋଗକୁ ପ୍ରାଥମିକତା ପ୍ରଦାନ କରିବା, ଯାହା ଗବେଷଣା, ନବୋନ୍ମେଷ ଏବଂ ପ୍ରଯୁକ୍ତିର ବିକାଶରେ ପ୍ରଗତିକୁ ଆଗକୁ ବଢ଼ାଇ ପାରିବ ।
ଯେଉଁଥିରେ ନିମ୍ନଲିଖିତ ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅଟେ :
(କ) କୃଷି ଏବଂ ଖାଦ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ;
(ଖ) ଉନ୍ନତ ଉତ୍ପାଦନ ଏବଂ ଇଞ୍ଜିନିୟରିଂ ;
(ଗ) ସବୁଜ ଅର୍ଥନୀତି, ଶକ୍ତି, ଜଳ, ଜଳବାୟୁ ଏବଂ ପ୍ରାକୃତିକ ସମ୍ପଦ
(ଘ) ତଥ୍ୟ ବିଜ୍ଞାନ, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା
(ଙ) ଉନ୍ନତ ସାମଗ୍ରୀ ; ଏବଂ
(ଚ) ସ୍ୱାସ୍ଥ୍ୟ ଏବଂ ବାୟୋଟେକ୍ନୋଲୋଜି
ପାରସ୍ପରିକ ସହମତି ଭିତିରେ ସାଧାରଣ ସ୍ୱାର୍ଥ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯିବ ।
************
SSP