Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ସାଇପ୍ରସ ଦ୍ଵୈତ ଟିକସ ଅସୁଲି ମୁକ୍ତ ତଥା ଟିକସ ଫାଙ୍କି ରାଜିନାମାକୁ କେବିନେଟର ସ୍ୱୀକୃତି


ଭାରତ ଓ ସାଇପ୍ରସ ମଧ୍ୟରେ ଦ୍ଵୈତ ଟିକସ ଅସୁଲ ମୁକ୍ତ ଏବଂ ଟିକସ ଫାଙ୍କି ତଥା ଆର୍ଥିକ ଠକେଇକୁ ରୋକିବା ନିମନ୍ତେ ସ୍ୱାକ୍ଷରିତ ରାଜିନାମା ଏବଂ ପ୍ରୋଟୋକଲକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ବିଶେଷକରି ଆୟକର ଫାଙ୍କିକୁ ରୋକିବା ଦିଗରେ ଏହି ରାଜିନାମା ଅଧିକ ସହାୟକ ହେବ । ମରିସସ ସହ ଏଭଳି ଦୋହରା ଟିକସ ଫାଙ୍କି ଦୂରୀକରଣ ସଂଶୋଧନ କ୍ରମରେ ଏହା ଆଉ ଏକ ପଦକ୍ଷେପ । ସାଇପ୍ରସ ସହ ରାଜିନାମା ଆବାସ-ଭିତ୍ତିକ ମୂଳଧନ ଲାଭ ଉପରେ ଟିକସ ପାଇଁ ସୁଯୋଗ ପ୍ରଦାନ କରିବ । ଏହି ରାଜିନାମାରେ ସଂଶୋଧନ ଓ କେବିନେଟ ମଞ୍ଜୁରି ପରେ ଏବେ ମୂଳଧନ ଉପରେ ଭାରତରେ ବସବାସ କରୁଥିବା ସାଇପ୍ରସ ଅଧିବାସୀଙ୍କ ଉପରେ କମ୍ ଟିକସ ଅସୁଲ କରାଯାଇପାରିବ । ତେବେ ଦୋହରା ଟିକସ ଅସୁଲିକୁ ଏଡାଯିବ । ଅର୍ଥାତ୍ ଭାରତରେ ସ୍ପଷ୍ଟ ମୂଳଧନୀ ଲାଭ ଉପରେ ଭାରତ ଟିକସ ବସାଇବ । ପୂର୍ବରୁ ଏହି ନିୟମ ସ୍ପଷ୍ଟ ନଥିଲା । ସିଙ୍ଗାପୁର ସହ ମଧ୍ୟ ଭାରତ ଏପରି ରାଜିନାମା ସ୍ୱାକ୍ଷର ପାଇଁ ଚିନ୍ତା କରୁଛି ।

****