06.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ଉଭୟ ନେତା ଭାରତ ପକ୍ଷରୁ ୯୧.୨୭ ନିୟୁତ ଆମେରିକୀୟ ଡଲାର ସହାୟତାରେ ୧୨୮ କିଲୋମିଟର ମାହୋ–ଓମାନଥାଇ ରେଳଲାଇନର ଉଦଘାଟନ କରିବା ପରେ ୧୪.୮୯ ଆମେରିକୀୟ ଡଲାର ର ଭାରତୀୟ ଅନୁଦାନ ସହାୟତାରେ ନିର୍ମିତ ମାହୋରୁ ଅନୁରାଧାପୁର ପର୍ଯ୍ୟନ୍ତ ଏକ ଉନ୍ନତ ସିଗନାଲିଂ ସିଷ୍ଟମ ନିର୍ମାଣର ଶୁଭାରମ୍ଭ କରିଥିଲେ ।
ଭାରତ–ଶ୍ରୀଲଙ୍କା ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ରେଳ ଆଧୁନିକୀକରଣ ପ୍ରକଳ୍ପଗୁଡିକ ଶ୍ରୀଲଙ୍କାରେ ଉତ୍ତର–ଦକ୍ଷିଣ ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଦ୍ୱାରା ସାରା ଦେଶରେ ଉଭୟ ଯାତ୍ରୀ ଓ ମାଲ ପରିବହନ ଦ୍ରୁତ ଓ ଦକ୍ଷ ହୋଇପାରିବ ।
BS
In Anuradhapura, PM @narendramodi and President @anuradisanayake jointly inaugurated the track upgradation of the Maho-Omanthai railway line.
— PMO India (@PMOIndia) April 6, 2025
Additionally, they launched the signalling project for the Maho-Anuradhapura section, which will introduce an advanced signalling and… pic.twitter.com/o8bpJqWEEP
Boosting connectivity and enhancing friendship!
— Narendra Modi (@narendramodi) April 6, 2025
In Anuradhapura, President Anura Kumara Dissanayake and I jointly inaugurated the track upgradation of the existing Maho-Omanthai railway line. The signalling project which involves the installation of an advanced signalling and… pic.twitter.com/n9ITvkXe9H