ଭାରତ ସହାୟତାରେ ନିର୍ମିତ ଜାଫନାର ପ୍ରତିଷ୍ଠିତ ସାଂସ୍କୃତିକ କେନ୍ଦ୍ରର ନାମ ‘ଥିରୁଭାଲ୍ଲୁଭର ସାଂସ୍କୃତିକ କେନ୍ଦ୍ର’ ରଖାଯାଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଗତ କରିଛନ୍ତି ।
ଏକ୍ସରେ ଶ୍ରୀଲଙ୍କା ହ୍ୟାଣ୍ଡଲ ପକ୍ଷରୁ ହୋଇଥିବା ପୋଷ୍ଟ ର ପ୍ରତିକ୍ରିୟାରେ ଭାରତ ପକ୍ଷରୁ ଲେଖାଯାଇଛି:
“ଭାରତ ସହାୟତାରେ ନିର୍ମିତ ଜାଫନାର ପ୍ରତିଷ୍ଠିତ ସାଂସ୍କୃତିକ କେନ୍ଦ୍ରର ନାମ ‘ଥିରୁଭାଲ୍ଲୁଭର ସାଂସ୍କୃତିକ କେନ୍ଦ୍ର’ ରଖାଯାଇଥିବାରୁ ଏହାକୁ ସ୍ୱାଗତ । ଏହା ମହାନ୍ ଥିରୁଭାଲ୍ଲୁଭରଙ୍କୁ ଏକ ଶ୍ରଦ୍ଧାଞ୍ଜଳି ହୋଇଥିବା ବେଳେ ଭାରତ ଓ ଶ୍ରୀଲଙ୍କାର ଲୋକଙ୍କ ମଧ୍ୟରେ ସାଂସ୍କୃତିକ, ଭାଷାଗତ, ଐତିହାସିକ ଏବଂ ସଭ୍ୟତାଗତ ବନ୍ଧନକୁ ମଧ୍ୟ ଦର୍ଶାଉଛି ।”
SR