Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ସରକାରଙ୍କ ପ୍ରେସ ସମୂହର ମିଶ୍ରଣ ଓ ଆଧୁନିକୀକରଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି,


ଦେଶର ବିଭିନ୍ନ ସ୍ଥାନରେ ଥିବା ଭାରତ ସରକାରଙ୍କ 17ଟି ମୁଦ୍ରଣ ପ୍ରେସର ମିଶ୍ରଣ ଏବଂ ଆଧୁନିକୀକରଣ କରାଯିବ । 17ଟି ପ୍ରେସ ୟୁନିଟକୁ 5ଟି ୟୁନିଟରେ ପରିଣତ କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ସରକାରୀ ପ୍ରେସଗୁଡିକର ପରିସରରେ ଥିବା ବଳକା ଜମିକୁ ବ୍ୟବସାୟ ଦୃଷ୍ଟିରୁ ଲାଭଜନକ କରାଯିବ । ସେହି ଅର୍ଥରେ 5ଟି ମିଶ୍ରିତ ସରକାରୀ ପ୍ରେସର ଆଧୁନିକୀକରଣ ଓ ପୁନଃବିକାଶ କରାଯିବ । ଏବେ ଏହିସବୁ ସରକାରୀ ପ୍ରେସରେ ମୋଟ 468.08 ଏକର ବଳକା ଜମି ରହିଛି, ଯାହାକି ସହରାଂଚଳ ବିକାଶ ମନ୍ତ୍ରଣାଳୟର ଭୂ-ସମ୍ପତି ଏବଂ ବିକାଶ କାର୍ଯ୍ୟାଳୟକୁ ପ୍ରଦାନ କରାଯିବ । ଅପରପକ୍ଷରେ ଭୁବନେଶ୍ୱର, ଚଣ୍ଡିଗଡ ଏବଂ ମହୀଶୂରରେ ଥିବା ଭାରତ ସରକାରଙ୍କ ଟେକ୍ସଟ ବୁକ୍ ପ୍ରେସରେ ମୋଟ 56.67 ଏକର ବଳକା ଜମି ରହିଛି, ଯାହାକି ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଫେରାଇ ଦିଆଯିବ ।

ସରକାରୀ ପ୍ରେସଗୁଡିକର ଆଧିନିକୀକରଣ ଦ୍ୱାରା ଅନେକ ଗୋପନୀୟ ତଥ୍ୟ ସମ୍ବଳିତ ଦସ୍ତାବିଜ, ରେକର୍ଡ ପତ୍ର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଆବଶ୍ୟକ ପଡୁଥିବା ବହୁମୂଖି ଛବିଳ ମୁଦ୍ରଣ କାର୍ଯ୍ୟ ସମ୍ଭବ ହୋଇପାରିବ । ସରକାରୀ ପ୍ରେସଗୁଡିକର ଏହି ମିଶ୍ରଣ ଓ ଆଧୁନିକୀକରଣ କାର୍ଯ୍ୟ ଲାଗି କୌଣସି ଆର୍ଥିକ ବୋଝ ପଡିବ ନାହିଁ କି କର୍ମଚାରୀ ଛଟେଇ ହେବେ ନାହିଁ ।

ମିଶ୍ରଣ ପରେ ଯେଉଁ 5ଟି ବୃହତ ସରକାରୀ ପ୍ରେସ ୟୁନିଟ ରହିବେ ସେଗୁଡିକ ହେଲା – ରାଷ୍ଟ୍ରପତି ଭବନ, ମିଣ୍ଟୋ ରୋଡ; ମାୟାପୁରୀ, ନୂଆଦିଲ୍ଲୀ; ନାସିକ, ମହାରାଷ୍ଟ୍ର; ଟେମ୍ପଲ ଷ୍ଟ୍ରିଟ୍, କୋଲକତା, ପଶ୍ଚିମବଙ୍ଗ ।

*****