Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଲିଥୁଆନିଆ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ଲିଥୁଆନିଆ ମଧ୍ୟରେ ସ୍ୱାକ୍ଷରିତ ପ୍ରତ୍ୟର୍ପଣ ଚୁକ୍ତିକୁ ମଞ୍ଜୁରି ମିଳିଛି । ଏହି ଚୁକ୍ତି ଦ୍ୱାରା ଆତଙ୍କବାଦୀ, ଆର୍ଥିକ ଅପରାଧୀ ଓ ଅନ୍ୟ ଅପରାଧୀଙ୍କୁ ଲିଥୁଆନିଆରୁ ଭାରତ ଓ ଭାରତରୁ ଲିଥୁଆନିଆକୁ ପ୍ରତ୍ୟର୍ପଣ କରାଯିବା ନିମନ୍ତେ ଆଇନଗତ ବ୍ୟବସ୍ଥା / ଫ୍ରେମୱାର୍କ ଉପଲବ୍ଧ ହୋଇପାରିବ ।

ଏହି ଚୁକ୍ତି ଫଳରେ ଲିଥୁଆନିଆରେ ଆତଙ୍କବାଦୀଙ୍କ ସମେତ ଫେରାର ଅପରାଧୀଙ୍କ ବିରୋଧରେ ଅପରାଧିକ ମୋକଦ୍ଦମା ଚଳାଇବା ନିମନ୍ତେ ପ୍ରତ୍ୟର୍ପଣରେ ସହାୟତା ମିଳିବ, ଯେଉଁମାନେ କି ଭାରତ ବିରୋଧରେ ଅପରଧମୂଳକ ଗତିବିଧିରେ ସମ୍ପୃକ୍ତ ରହିଛନ୍ତି । ଏହା ବହୁଳ ଭାବେ ଲୋକଙ୍କ ମଧ୍ୟରେ ଶାନ୍ତି ସୁନିଶ୍ଚିତତା କରିବା ଓ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରିବ ।

*****